ଜଣେ ଅଟୋ ରିକ୍ସା ଚାଳକ ଙ୍କର ପୁଅ ହେଲେ IAS, ୨୧ ବର୍ଷରେ ଦେଶର ସବୁଠୁ ଯୁବ ‘DM’ ହୋଇ ରଚିଲେ ନୁଆ ଇତିହାସ…
କଠିନ ପରିଶ୍ରମ ଏବଂ ଅଧ୍ୟବସାୟ ବଳରେ ହିଁ ଜଣେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରି ଥାଏ ଏବଂ ସଫଳତା ହାସଲ କରିଥାଏ।ଏହି ଉକ୍ତିଟି କୁ ଅନେକାଂଶରେ ପ୍ରମାଣ କରି ଦେଖାଇଛନ୍ତି ବହୁତ ଲୋକେ। ନିଜର ଦୃଢ଼ ଇଚ୍ଛାଶକ୍ତି ସେମାନଙ୍କୁ ସେମାନଙ୍କ ଲକ୍ଷ ସ୍ଥଳରେ ପହଞ୍ଚାଇବା ରେ ସାହାଯ୍ୟ କରିଛି। ଏହାର ଅନେକ ଉଦାହରଣ ଆମେ ଦେଖିଥିବା ବେଳେ ପୁଣି ଏହାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଜଣେ ରିକ୍ସା ଚଳାଉଥିବା ବ୍ୟକ୍ତି ଙ୍କ ପୁଅ ଜଣଙ୍କ।
ସମୟ, ପରିସ୍ଥିତି ଏବଂ ଅର୍ଥନୈତିକ ସଙ୍କଟ ଯେତେ ଆମ ରାସ୍ତାରେ ପ୍ରତିବନ୍ଧକ ଭଳି ଆସି ଛିଡ଼ା ହେଲେ ମଧ୍ୟ ଯଦି ଆମ ପାଖରେ ଆଗ୍ରହ ଏବଂ ଦୃଢ଼ ଇଛାଶକ୍ତି ରହିଛି ତେବେ ଆମେ ନିଶ୍ଚିତ ସଫଳତା ର ଶିଖରରେ ପହଞ୍ଚି ପାରିବା ଏଥିରେ ତିଳେ ହେଲେ ସନ୍ଦେହ ନାହିଁ।
ତେବେ ଆମେ ଆପଣଙ୍କୁ କହୁଛୁ ଜଣେ ରିକ୍ସା ଚଳାଇ ନିଜ ପୁଅକୁ IAS କରାଇ ପାରିଥିବା ଏବଂ ମାତ୍ର ୨୧ ବର୍ଷ ବୟସରେ IAS ପାଇ ଏକ ନୂତନ ଇତିହାସ ସୃଷ୍ଟି କରୁଥିବା ଅଂଶାର ଶେଖ ଙ୍କ କଥା। ମରାଠବାଡା ରେ ଶୋଲଗ୍ରାମ ରେ ଜନ୍ମ ହେଇଥିବା ଅଂଶାର ଶେଖ ଦେଶ ରେ ଆଜି ଜଣେ ଖୁବ କମ ବୟସ ର ଯୁବ IAS ଅଫିସର ଅଟନ୍ତି।
ଯାହା କୌଣସି ଗର୍ବ ଠାରୁ କମ୍ ନୁହଁ ଏବଂ ତାଙ୍କ ବାପା ହେଉଛନ୍ତି ଜଣେ ଅଟୋ ଚାଳକ।ତେବେ ଅଂଶର ଙ୍କ ପାଇଁ ତାଙ୍କର ପରିବେଶ ଅନୁକୂଳ ନଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତି ଭିତରେ ସେ ନିଜର ଦୃଢ଼ ଅଧ୍ୟବସାୟ ଏବଂ ଆତ୍ମବିଶ୍ବାସ ପାଇଁ ଆଜି ଏହି ସଫଳତା କୁ ହାସଲ କରିଛନ୍ତି।
ତାଙ୍କ ଗ୍ରାମର ଅଧିକାଂଶ ଲୋକ ଯଦିଓ କୃଷି କାର୍ଯ୍ୟ ଉପରେ ନିର୍ଭରଶୀଳ କିନ୍ତୁ ସେତେଟା ଆର୍ଥିକ ସ୍ଥିତି ସୁଦୃଢ ନୁହଁ। ଅଧିକାଂଶ ଲୋକ ମଦ ନିଶା ଆଦି ସେବନ କରିବା କାରଣରୁ ଗ୍ରାମର ଆର୍ଥିକ ସ୍ଥିତି ସଙ୍କଟାପନ୍ନ ଅଟେ ଏବଂ ଅଂଶାରଙ୍କ ବାପା ମଧ୍ୟ ଅଧିକାଂଶ ଦିନ ମଦ୍ୟପାନ କରି ଘରକୁ ଫେରନ୍ତି।
ଆର୍ଥିକ ସମସ୍ୟା କାରଣରୁ ସେ ପୁଅକୁ ପଢିବାକୁ ମଧ୍ୟ ବାରଣ କରିଥିଲେ। ଚତୁର୍ଥ ଶ୍ରେଣୀ ପଢୁଥିବା ବେଳେ ସମ୍ପର୍କୀୟ ମାନେ ତାଙ୍କ ବାପାଙ୍କୁ କହିଥିଲେ ପୁଅକୁ ଆଉ ପାଠ ନପଢ଼ାଇବାକୁ।ଏହାପରେ ବାପା ସ୍କୁଲ୍ ଯାଇ ପୁଅର ଦକ୍ଷତା ବିଷୟରେ ଜାଣିବା ପରେ ପୁଅକୁ ପାଠ ପଢ଼ାଉଥିଲେ।
ଆଉ ଆଜି ସମସ୍ତ ପ୍ରତିକୂଳ ପରିସ୍ଥିତି କୁ ସାମ୍ନା କରି ଅଂଶାର ତାଙ୍କ ପରିବାର ଏବଂ ଗାଆଁ ପାଇଁ ଗର୍ବ ଆଣି ଦେଇଛନ୍ତି। ମାତ୍ର 21 ବର୍ଷ ବୟସରେ ଏତେ ବଡ଼ ପଦବୀରେ ନିଜକୁ ସେ ରଖି ପାରିଛନ୍ତି। ତାଙ୍କ କଠିନ ପ୍ରୟାସ ଆଗରେ ହାର ମାନିଚି ଆର୍ଥିକ ମାନ୍ଦାବସ୍ଥା ଓ ପ୍ରତିବନ୍ଧକ। ଯାହାକୁ ସେ ଏହି ବୟସରେ ପ୍ରମାଣ କରି ଦେଖାଇଛନ୍ତି।
credit – pratrika ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।