ଜନ୍ମ ହେଉ ହେଉ ୬୦ ବର୍ଷ ବୟସ୍କା ଭଳି ନଜର ଆସିଲା ନବଜାତ ଶିଶୁ , ଘର ଲୋକ ବି ଦେଖି ଡରିଗଲେ ଆଉ ତା’ପରେ

ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ଘଟଣା ର ଖବର ଜାଣି ପାରି ଥାଉ କିନ୍ତୁ ବେଳେ ବେଳେ କିଛି ଏମିତି ଖବର ପାଉ ଯାହା ବହୁତ ଆଶ୍ଚର୍ଯ୍ୟ ଜନକ ହୋଇ ଥାଏ ଏବଂ ବିଶ୍ୱାସ ମଧ୍ୟ କରି ହୁଏ ନାହିଁ | ତେବେ ଆପଣ ମାନେ ତ ଜାଣିଛନ୍ତି ଯେତେ ବେଳେ ଘରେ ଏକ ଶିଶୁ ସନ୍ତାନ ଜନ୍ମ ହୁଏ ସେତେ ବେଳେ ଘରେ ସମସ୍ତ ଙ୍କ ମୁହଁ ରେ ଖୁସି ର ଲହରୀ ଖେଳି ଯାଇ ଥାଏ ଏବଂ ଘରେ ଶିଶୁ ର ମୁହଁ କୁ ଦେଖି ଅନେକ କଷ୍ଟ ଚାଲି ଯାଇ ଥାଏ | କାରଣ ସନ୍ତାନ ପ୍ରାପ୍ତି ସୁଖ କାହା କାହା କପାଳ ରେ ନଥାଏ ମଧ୍ୟ ଏଣୁ ଉଭୟ ସ୍ୱାମୀ ସ୍ତ୍ରୀ ନିଜ ସନ୍ତାନ ର ଆସିବା ବାଟକୁ ଚାହିଁ ରହି ଥାଆନ୍ତି |

ତେବେ ସମସ୍ତେ ଚାହାଁନ୍ତି ଯେ ତାଙ୍କ ଶିଶୁ ସନ୍ତାନ ଟି ସୁନ୍ଦର, ସୁସ୍ଥ, ସୁଶୀଳ ହେଉ କିନ୍ତୁ ଯଦି ଜନ୍ମ ହୋଇ ଥିବା ଶିଶୁ ର ମୁହଁ ଯଦି 60 ବର୍ଷ ର ଦେଖା ଯାଏ ତେବେ ଏହା ନିହାତି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା |

ଆପଣ ଏହାକୁ ଶୁଣି ବିଶ୍ୱାସ କରି ପାରୁ ନଥିବେ ଯେ ସତରେ କଣ ଏମିତି ହୋଇ ପାରେ କିନ୍ତୁ ବାସ୍ତବ ରେ ଏମିତି ହିଁ ଏକ ଅଦ୍ଭୁତ ଘଟଣା ଘଟିଛି | ତେବେ ସୂଚନା ଅନୁଯାଇ ଦକ୍ଷିଣ ଆମେରିକା ରେ ଜଣେ 20 ବର୍ଷୀୟ ଯୁବତୀ ଏପରି ଏକ ସନ୍ତାନ କୁ ଜନ୍ମ ଦେଇଛନ୍ତି, ଯିଏ କି 60 ବର୍ଷ ର ବୁଢା ପରି ଦେଖା ଯାଉଛନ୍ତି |

ତେବେ ତାଙ୍କର ଶରୀର ପୁରା ବୟସ୍କ ଲୋକଙ୍କ ପରି ଚର୍ମ କୁଞ୍ଚିତ ଓ ମୁହଁ ରେ ଦାଢ଼ି ଅଛି, ଆଖି ଠାରୁ ନାକ ପାଦ ପର୍ଯ୍ୟନ୍ତ ସବୁ କିଛି ୬୦ ବର୍ଷର ଲୋକଙ୍କ ପରି ଦେଖାଯାଉଛି | ତେବେ ପିଲା ଟିର ଏମିତି ରୂପ ଦେଖି ତାଙ୍କ ମା ଓ ପରିବାର ଲୋକ ଚମକି ପଡି ଥିଲେ ତେଣୁ ତୁରନ୍ତ ହସ୍ପିଟାଲ କୁ ନେଇ ଡାକ୍ତର ଙ୍କୁ ଦେଖାଇ ଥିଲେ |

 

ତେବେ ଡାକ୍ତର ଦେଖିବା ପରେ ଜଣାଇ ଥିଲେ ଯେ ଶିଶୁ ର ଏକ ରୋଗ ରହିଛି ଯାହାର ନାମ ହେଉଛି ପ୍ରିଜୋରିୟା ବା ପ୍ରିଜୋରିୟା ସିଣ୍ଡ୍ରୋମ ଛଡା ବେଞ୍ଜାମିନ ବଟନ କଣ୍ଡିସନ ବୋଲି ମଧ୍ୟ କୁହାଯାଏ |

ତେବେ ଏହି ରୋଗ ରେ ଆକ୍ରାନ୍ତ ଥିଲେ ସାଧାରଣତଃ ଚୁଟି ଝଡି ଯାଏ ଓ ଶରୀର ରେ ମଧ୍ୟ ଗ୍ରୋଥ ହୋଇ ନଥାଏ ଏବଂ ଏହା ସହିତ ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହି ଥାଏ | ତେବେ ଏହି ରୋଗ ଟି ଇଂଲଣ୍ଡ ରେ ମଧ୍ୟ ଜଣଙ୍କ ଶରୀର ରେ ଦେଖିବାକୁ ମିଳି ଥିଲା ଏବଂ ସେ 18 ବର୍ଷ ବୟସ ରେ ମୃତ୍ୟୁ ବରଣ କରି ଥିଲେ | ଏହି ରୋଗ ଟିକୁ ନେଇ ହଲିଓଡ଼ ରେ ଏକ ଫିଲ୍ମ ମଧ୍ୟ ହୋଇଛି ବୋଲି ଜଣା ପଡିଛି |