ଜମାକାରୀଙ୍କ ଚିଟଫଣ୍ଡ ଟଙ୍କା ଫେରସ୍ତ ଦାବିରେ ଉତ୍ତେଜନା, ଅଫିସରେ ପଶି ଭଙ୍ଗାରୁଜା କଲେ ସ୍ଥାନୀୟ ଲୋକେ ଦେଖନ୍ତୁ…..

ଆପଣ ଜାଣିଛନ୍ତି କିଭଳି ଭାବରେ କିଛି ଠକ କମ୍ପାନୀ ମାନେ ଲୋକମାନଙ୍କୁ ଅଧିକ ଲାଭର ଲୋଭ ଦେଖାଇ ଠକାଇ ଥାଆନ୍ତି। ଆଉ ଏଥିରେ ଅଧିକ ମାତ୍ରାରେ ପ୍ରଭାବିତ ହୋଇଥାନ୍ତି ସାଧାରଣ ଉପଭୋକ୍ତା ମାନେ। ସେହିଭଳି ଓଡ଼ିଶାର ଘଟଣା ବିଷୟରେ ତ ଆପଣ ଜାଣିଛନ୍ତି। କିଭଳି ଭାବରେ ଓଡ଼ିଶାରେ ଚିଟ୍ ଫଣ୍ଡ କାରଣରୁ ଅନେକ ଲୋକ ଠକାମୀ ର ଶିକାର ହୋଇଛନ୍ତି।

ତେଣୁ ଏବେ ପର୍ଯ୍ୟନ୍ତ କିଛି ଲୋକ ତାଙ୍କ ଟଙ୍କା ଫେରି ପାଇବାରେ ସମର୍ଥ ହୋଇ ନାହାନ୍ତି। ସେହିଭଳି ଲୋକ ତାଙ୍କର ଟଙ୍କା ପାଇବା ପାଇଁ ଏବେବି ଅନେକ କାଣ୍ଡ ଘଟାଉ ଛନ୍ତି। ଲୋକେ ଏଥିପାଇଁ ବହୁତ ଉତ୍ତେଜିତ ମଧ୍ୟ ଅଛନ୍ତି।

ସେହିପରି ନିକଟରେ ଏକ ଘଟଣାରେ ଠିକ୍ ଅନୁରୂପ ଘଟଣା ଦେଖିବାକୁ ମିଳିଛି। କାରଣ ଏଠାରେ ସାହାରା ଇଣ୍ଡିଆ ଶାଖା କାର୍ଯ୍ୟାଳୟରେ ଲୋକ ମାନଙ୍କର ଉତ୍ତେଜନା ଦେଖିବାକୁ ମିଳିଛି।ଏହି ଉତ୍ତେଜନା ଫଳରେ ସେଠାରେ ଅନେକ କ୍ଷୟ କ୍ଷତି ମଧ୍ୟ ହୋଇଛି ବୋଲି କୁହା ଯାଉଛି। ତେବେ ଯାହା ସୂଚନା ରହିଛି ।

ସେହି ଅନୁସାରେ ଏହି ଘଟଣାଟି ଢେଙ୍କାନାଳ ସହର ଶାସନ ଛକରେ ଘଟିଛି ବୋଲି ଦେଖା ଯାଇଛି।ଏହି ଛକ ନିକଟରେ ଥିବା ଅଫିସ ଆଗରେ ଉତ୍ତେଜନା ଟି ଘଟିଛି। ଲୋକମାନଙ୍କ ଉତ୍ତେଜନା ବଢ଼ି ଶେଷରେ ଏହିଭଳି ସ୍ଥିତି ଉପୁଜିଛି। ଯାହା କୁହା ଯାଉଛି ଏଠାରେ ମ୍ୟାଚୁରିଟି ଟଙ୍କା ଫେରସ୍ତ ନକରିବା ଦାବିରେ ଅଫିସ ଭିତରେ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି କିଛି ଉତ୍ତ୍ୟକ୍ତ ଲୋକେ।

ଏହିଭଳି ସ୍ଥିତି ସୃଷ୍ଟି ହେବା ପରେ ସେହି ଛକରେ ଉକ୍ତ ଘଟଣାସ୍ଥଳ ରେ ପୋଲିସ ପକ୍ଷରୁ ହସ୍ତକ୍ଷେପ କରାଯାଇ ସେଠାରେ ପୋଲିସ୍ ଫୋର୍ସ ମୁତୟନ ମଧ୍ୟ କରା ଯାଇଛି।ତେବେ ଯାହା ସୂଚନା ରହିଛି ଢେଙ୍କାନାଳ ସହରର  ଶାସନ ଛକରେ ଥିବା ସାହାରା ଇଣ୍ଡିଆ ଶାଖା ତାର ଗ୍ରାହକ ମାନଙ୍କୁ ଜମା ରଖିଥିବା ଫିକ୍ସ ଡିପୋଜିଟର ମ୍ୟାଚୁରିଟି ପରେ ଟଙ୍କା ଫେରାଉ ନଥିବା ନେଇ ସେଠାରେ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି। ଏମିତି କି ଟଙ୍କା ଫିକ୍ସ କରି ଜମା ରଖିଥିବା ଗ୍ରାହକ ମାନଙ୍କୁ ଟଙ୍କା ଫେରାଉଥିବାର ଅଭିଯୋଗ ମଧ୍ୟ ଆସିଛି।

ଆଉ ଏ ବିଷୟରେ ଲୋକେ ଖବର ପାଇବା ପରେ ଶେଷରେ ଗ୍ରାହକ ମାନେ ଶାଖା କାର୍ଯ୍ୟାଳୟକୁ ଯାଇ ଭଙ୍ଗାରୁଜା କରିବା ସହିତ ଟଙ୍କା ଫେରାଇବାକୁ ଦାବି କରିଛନ୍ତି। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବାର ଦେଖିବାକୁ ମିଳିଛି। ଏହି ଘଟଣାକୁ ନେଇ ପରେ ସ୍ଥାନୀୟ ଲୋକେ ମଧ୍ୟ ଅଫିସରେ ପଶି ବ୍ୟାପକ ଭଙ୍ଗାରୁଜା କରି ଥିବାର ଜଣା ପଡିଛି।

ପରେ ଏ ସଂପର୍କରେ ଖବର ପାଇବା ପରେ ଟାଉନ ଥାନା ପୋଲିସ ଉକ୍ତ ଘଟଣଆସ୍ଥଳ ନିକଟରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଯାଇ ପରିସ୍ଥିତିରେ ସାମାନ୍ୟ ସୁଧାର ଆସି ସ୍ଥିତି ଶାନ୍ତ ପଡିଛି ବୋଲି ଦେଖିବାକୁ ମିଳିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।