ଜଗନ୍ନାଥଙ୍କ ମହାପ୍ରସାଦ ବିଷୟରେ କିଛି ଅଜଣା କଥା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ
ଆଜି ଆମେ ଜାଣିବା ବିଶ୍ବ ପ୍ରସିଦ୍ଧ ପୁରୀ ର ମହାପ୍ରସାଦ ବିଷୟରେ। ପୁରୀ ମନ୍ଦିର ର ଜଗନ୍ନାଥ ଙ୍କ ମହାପ୍ରସାଦ ବିଶ୍ୱ ପ୍ରସିଦ୍ଧ ଅଟେ । ଅନ୍ୟ ମନ୍ଦିର ରେ ପରସା ଯାଉଥିବା ଭଗବାନ ଙ୍କ ଖାଦ୍ୟ କୁ ପ୍ରସାଦ କୁହା ଯାଇଥିବା ବେଳେ ପୁରୀ ର ପ୍ରସାଦ କୁ ମହାପ୍ରସାଦ କୁହା ଯାଏ । ମହାପ୍ରସାଦ କୁ ଅନ୍ନ ବ୍ରହ୍ମ ବୋଲି ମଧ୍ୟ କୁହାଯାଏ । ଆଜି ଆମେ ସେହି ମହାପ୍ରସାଦ ବିଷୟରେ 10 ଟି କଥା ଜାଣିବା ।
1- ମହାପ୍ରସାଦ ଦୁଇ ପ୍ରକାର ଶଙ୍ଖୁଡ଼ି ଓ ଶୁଖିଲା । ଶଙ୍ଖୁଡ଼ି ମହାପ୍ରସାଦ ଅନ୍ନ ଭୃତ ଅନ୍ନ , ମିଶ୍ର ଅନ୍ନ, ଜିରା ସହ ଲୁଣ ଏବଂ ହେଁଗୁ ଓ ଅଦା ମିଶ୍ରିତ ରୁ ପ୍ରସ୍ତୁତ । ମିଠା ଠାରୁ ଆରମ୍ଭ କରି ପରିବା ମିଶୁଥିବା ଡାଲି ଓ ବିଭିନ୍ନ ପ୍ରକାର ଘାଣ୍ଟ ତରକାରୀ , ଶାଗ ଭଜା , ଖେଚୁଡ଼ି ଇତ୍ୟାଦି । ଶୁଖିଲା ମହାପ୍ରସାଦ ରେ ରହିଛି କେବଳ ବୁ ଶୁଖିଲା ବିଭିନ୍ନ ପ୍ରକାର ମିଠା ।
2- ଆଉ ଏକ ପ୍ରକାର ମହାପ୍ରସାଦ ହେଉଛି ନିର୍ମାଲ୍ୟ । ଏହା କୁ କୈବଲ୍ ମଧ୍ୟ କୁହାଯାଏ । ଆଧ୍ୟାତ୍ମିକତା ଦୃଷ୍ଟି ରେ ନିର୍ମାଲ୍ୟ ସମ୍ମାନ ଅଟେ । ଏମିତି ମନାଯାଏ କି ମରୁଥିବା ଲୋକ ମୁହଁ ରେ ନିର୍ମାଲ୍ୟ ଦେଲେ ସେ ପାପ ରୁ ମୁକ୍ତି ପାଇ ଥାଏ । ଏବଂ ସ୍ବର୍ଗ ପ୍ରାପ୍ତି ହୁଏ । ନିର୍ମାଲ୍ୟ କୁ ଶୁଖିଲା ଅନ୍ନ ରୂପେ ମନା ଜାଏ ଯାହାକୁ କୈବଲ୍ୟ ବୈକୁଣ୍ଠ ର ତାତି ଖରା ରେ ସୁଖା ଯାଇ ଥାଏ ।
3- ଆନନ୍ଦ ବଜାର ରେ ପ୍ରସ୍ତୁତ ହେଉଥିବା ମହାପ୍ରସାଦ ଯାହାକି ଦୁନିଆ ର ସବୁଠୁ ବଡ଼ ରୋଷେଇ ଘର ବୋଲି କୁହାଯାଏ । ଏଠାରେ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ମାନଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରାଯାଏ ।
4- ମହାପ୍ରସାଦ ପ୍ରତ୍ୟେକ ଦିନ 20 ହଜାର ଲୋକ ମାନଙ୍କ ପାଇଁ ପ୍ରସ୍ତୁତ କରାଯାଏ । ଏବଂ କୌଣସି ବିଶିଷ୍ଟ ଦିନ ରେ 50 ହଜାର ଲୋକ ମାନଙ୍କ ଲାଗି ପ୍ରସ୍ତୁତ କରାଯାଏ ।
5- 600-700 ରୋଷେୟା ମାନଙ୍କ ଦ୍ଵାରା ପ୍ରସ୍ତୁତ ଏହି ମହାପ୍ରସାଦ ପ୍ରତ୍ୟେକ ଦିନ ଭକ୍ତ ମାନଙ୍କ ଠାରୁ 8-12 ଲକ୍ଷ ଟଙ୍କା ପର୍ଯ୍ୟ୍ତ ରୋଜଗାର କରି ଥାଏ ।
6- ମହାପ୍ରସାଦ କେବଳ ମାଟି ହାଣ୍ଡି ରେ ହିଁ ପ୍ରସ୍ତୁତ କରାଯାଏ ଏବଂ କାଠ ର ଜାଳେଣି ବ୍ୟବହାର କରାଯାଏ ।
7- ରନ୍ଧା ଖାଦ୍ୟ ପ୍ରଥମେ ପ୍ରଭୁ ଜଗନ୍ନାଥ ଙ୍କୁ ଓ ପରେ ମାତା ବିମଳା କୁ ଭୋଗ ଲଗା ଯାଏ । ତାହା ପରେ ହିଁ ତାକୁ ମହାପ୍ରସାଦ ବୋଲି କୁହାଯାଏ ।
8- ଖାଦ୍ୟ ଭଗବାନ ଙ୍କ ପାଖକୁ ନେବା ସମୟ ରେ ସେଥିରୁ କିଛି ବାସ୍ନା ଆସି ନଥାଏ। କିନ୍ତୁ ସେଠାରୁ ବିକ୍ରି ହେବାକୁ ଆସିବା ସମୟ ରେ ସେଥିରୁ ମନ ମୋହକ ସୁଗନ୍ଧ ଆସିଥାଏ ।
9- ପ୍ରତ୍ୟେକ ଦିନ ଭଗବାନ ଙ୍କୁ 56 ପ୍ରକାର ଭୋଗ ଲଗାଯାଏ ଓ ପରେ ଏହାକୁ ଆନନ୍ଦ ବଜାର ରେ ସୁଆର ମାନଙ୍କ ଦ୍ଵାରା ବିକ୍ରି କରାଯାଏ ।
10- ଭକ୍ତ ମାନେ ମହାପ୍ରସାଦ କିଣି ଥାଆନ୍ତି ଓ ଜାତି ଗୋତ୍ର ଭୁଲି ମିଳି ମିଶି ଖାଇ ଥାଆନ୍ତି ।
ଏହା ଥିଲା ଭଗବାନ ଜଗନ୍ନାଥ ଙ୍କ ମହାପ୍ରସାଦ ବିଷୟରେ 10 ଟି ଅଜଣା କଥା । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।