ପ୍ରତ୍ୟେକ ଦିନ ଗୋଟିଏ ଭିଟାମିନ E କ୍ୟାପସୁଲ ଖାଇଲେ କେଉଁ ଚମତ୍କାର ଫାଇଦା ମିଳେ ଜାଣନ୍ତୁ

ଆମେ ବିଭିନ୍ନ ପ୍ରକାର ଔଷଧର ସେବନ କରିଥାଉ ନାନାଦି ପ୍ରକାରର ରୋଗରୁ ମୁକ୍ତି ପାଇବା ପାଇଁ। ସେମାନଙ୍କୁ ମଧ୍ୟରୁ ଏମିତି କିଛି ଔଷଧ ଥାଏ ଯାହା ସାଧାରଣ ଭାବରେ ଆମକୁ ଅନେକ ଛୋଟ ଛୋଟ ରୋଗରୁ ମୁକ୍ତି ଦେଇଥାଏ।ଟା ସହିତ ଶରୀରକୁ ଏହାର ପାର୍ଶ୍ବ ପ୍ରତିକ୍ରିୟା ହେବାରୁ ମଧ୍ୟ ବଞ୍ଚିତ କରାଇଥାଏ। ଅନେକ ରୋଗ କେବଳ ଭିଟାମିନ ର ଅଭାବ କାରଣରୁ ହୋଇଥାଏ। ଯେଉଁ ଭିଟାମିନ ର ଅଭାବ ପରିଲକ୍ଷିତ ହେଲେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ।

ଚୁଟି ପାଖରୁ ଆରମ୍ଭ କରି ଶରୀରର ଅନେକ ଜରୁରୀ କାର୍ଯ୍ୟ କରିବା ପାଇଁ ଥିବା ଅଙ୍ଗ ମାନଙ୍କ ପାଇଁ ଭିଟାମିନ ର ଆବଶ୍ୟକତା ନିଶ୍ଚିତ ରହିଛି।

ତେବେ ଆମେ ଆଜି ଏକ ସେହି ବିଷୟ ସହିତ ଜଡ଼ିତ ଏକ କ୍ୟାପସୂଲ୍ ବିଷୟରେ ଆପଣଙ୍କୁ କହିବୁ ଯାହା ହେଉଛି ଭିଟାମିନ ଇ କେପସୁଲ।ଏହା ଅନେକ ଫଳ, ତେଲ ଏବଂ ଶୁଖିଲା ଫଳ ଆଦି ରୁ ପ୍ରସ୍ତୁତ ହୋଇଥାଏ।ଭିଟାମିନ ଇ କ୍ୟାପସୁଲ୍ କୁ ଖାଇବା ଦ୍ୱାରା ଆମ ଶରୀର ରେ କଣ ସବୁ ଲାଭ ହୋଇଥାଏ ସେହି ବିଷୟରେ ଆମେ ଜାଣିବା।ଏହା କେତେ ଦରକାରୀ ଏବଂ ଆମ ଶରୀର ପାଇଁ ଏହାର ଲାଭକାରୀ ପ୍ରଭାବ କଣ ରହିଛି ତାହା ଆମେ ଆଲୋଚନା କରିବା।

ଆବଶ୍ୟକତା-

ଭିଟାମିନ୍ ଇ କୋଷକୁ ଜୀବିତ ରଖିବା ପାଇଁ ସେମାନଙ୍କର ବାହ୍ୟ ସେଲ୍ କିମ୍ବା ସେଲ୍ ମେମ୍ବ୍ରେନ୍ ର ରକ୍ଷଣାବେକ୍ଷଣ କରିଥାଏ।ଏହା ସହିତ ଆମ ଶରୀରର ଫ୍ୟାଟି ଏସିଡ କୁ ମଧ୍ୟ ଏହା ସନ୍ତୁଳିତ କରିବାରେ ସାହାଯ୍ୟ କରିଥାଏ। ମଣିଷର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ରେ ମଧ୍ୟ ଏହା ସାହାଯ୍ୟ କରିଥାଏ। ଯଦି ଆପଣଙ୍କର ଚୁଟି ଜନିତ କୌଣସି ବି ସମସ୍ୟା ଥାଏ ତେବେ ଏହା ସେସବୁ ସମସ୍ୟା କୁ ଦୂର କରିଥାଏ। ତେଣୁ ଏହିସବୁ ସମସ୍ୟା କୁ ଠିକ୍ କରିବା ପାଇଁ ଏହାର ଆବଶ୍ୟକତା ରହିଛି।

ଲାଭକାରୀ ପ୍ରଭାବ-

୧) ଅଲଜାଇମର ଏବଂ କର୍କଟ ରୋଗ ରୁ ମୁକ୍ତି- ଭିଟାମିନ ଇ କୁ ସେବନ କରିବା ଦ୍ୱାରା ଆପଣଙ୍କ ଅଲଜାଇମର ଭଳି ବଡ଼ ସମସ୍ୟା ହେବାର ଆଶଙ୍କା କମିଯାଏ ଏବଂ ଏହାର ସେବନ ଆପଣଙ୍କୁ କର୍କଟ ରୋଗର ମୁକାବିଲା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। କାରଣ ଯେଉଁମାନଙ୍କ ଶରୀରରେ ଭିଟାମିନ ଇ ର ମାତ୍ରା କମ୍ ଥାଏ ସେମାନଙ୍କ ପାଖରେ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ ରହି ଥାଏ।

୨) ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ରୁ ମୁକ୍ତି- ଆପଣଙ୍କର ଯଦି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ରହିଛି ତେବେ ଆପଣ ଏହାକୁ ସେବନ କଲେ ନିଶ୍ଚିତ ଏଥିରୁ ମୁକ୍ତି ପାଇ ପାରିବେ।

୩) ଚର୍ମ ଜନିତ ସମସ୍ୟା ରୁ ମୁକ୍ତି- ଆପଣଙ୍କ ଶରୀରର ଚର୍ମ ଜନିତ ଯେ କୌଣସି ସମସ୍ୟା ରହିଥିଲେ ଏହା ଦୂର ହୋଇଥାଏ ଏହି ଭିଟାମିନ ଏକ ମାସ ସେବନ କରିବା ଦ୍ୱାରା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।