ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ଆଜିର ଯୁଗରେ ସବୁ କ୍ଷେତ୍ରରେ କମ୍ପିଡ଼ିସନ ହେଉଛି l ତେଣୁ ନା କେବଳ ବିଷୟ ଜ୍ଞାନ ର ଆବଶ୍ୟକ ହୋଇଥାଏ ପରନ୍ତୁ ଆଜିର ଏହି ପରିସ୍ଥିତି ରେ ଅଧିକ ରୂପେ ସାଧାରଣ ଜ୍ଞାନର ଉପଯୋଗ କରାଯାଉଛି l ଓଡ଼ିଶାରେ ଯାହାବି ପରୀକ୍ଷା ହୋଇଥାଏ ସେହି ସବୁ ପରୀକ୍ଷା ରେ ଓଡ଼ିଶାର ଯେଉଁ ସବୁ ବିଶେଷ ମହତ୍ୱ ରହିଛି ସେହି ସବୁ ବିଷୟରେ ପଚାରl ଯାଉଛି l

ତେଣୁ ଆଜି ଆମେ ଆପଣଙ୍କୁ ଓଡ଼ିଶାର ଅତି ଗୁରୁତ୍ୱ ପୂର୍ଣ୍ଣ ସାଧାରଣ ଜ୍ଞାନ କହିବୁ ଯାହାକୁ ଆପଣଙ୍କ ଜୀବନ ରେ ସବୁ ଜାଗାରେ ସାହାଯ୍ୟ କରିବା ନିଜକୁ ପ୍ରତିଷ୍ଠା କରିବାରେ l ତେବେ ଚାଲନ୍ତୁ ଜାଣିବା ସେହି ମହତ୍ୱ ପୂର୍ଣ୍ଣ ସାଧାରଣ ଜ୍ଞାନ l

1-ଓଡ଼ିଶାର କାଶୀ କାହାକୁ କୁହା ଯାଏ?
ଉ -ଓଡ଼ିଶାର କାଶୀ ଭୁବନେଶ୍ୱର କୁ କୁହାଯାଏ l

2-ଓଡ଼ିଶାର ଗଦା କ୍ଷେତ୍ର କାହାକୁ କହନ୍ତି?
ଉ -ଯାଜପୁର ଜିଲ୍ଲା କୁ ଓଡ଼ିଶାର ଗଦାକ୍ଷେତ୍ର କୁହାଯାଏ l

3-ଓଡ଼ିଶାର ତୁଳସୀ କ୍ଷେତ୍ର କାହାକୁ କହନ୍ତି?
ଉ -କେନ୍ଦ୍ରାପଡ଼ା ଜିଲ୍ଲା କୁ ତୁଳସୀ କ୍ଷେତ୍ର କହନ୍ତି l

4-ଓଡ଼ିଶାର କାଶ୍ମୀର କାହାକୁ କହନ୍ତି?
ଉ -ଦାରିଙ୍ଗବାଡି ଯାହାକି କନ୍ଧମାଳ ଜିଲ୍ଲା ରେ l

5-ଓଡ଼ିଶାର ଭାତ ହାଣ୍ଡି କାହାକୁ କହନ୍ତି ?
ଉ -ବାଲେଶ୍ୱର ଜିଲ୍ଲା କୁ ଓଡ଼ିଶାର ଭାତ ହାଣ୍ଡି କହନ୍ତି l

6-ଓଡ଼ିଶାର ବିହଙ୍ଗ ବିହାର କାହାକୁ କହନ୍ତି ?
ଉ -ଚିଲିକା କୁ ଓଡ଼ିଶାର ବିହଙ୍ଗ ବିହାର କହନ୍ତି l

7-ଓଡ଼ିଶାର ବାଣୀବିହାର କାହାକୁ କହନ୍ତି ?
ଉ -ଓଡିଶା ଉତ୍କଳ ବିଶ୍ୱବିଦ୍ୟାଳୟ କୁ ବାଣୀବିହାର କୁହାଯାଏ l

8-ଓଡ଼ିଶାର ଭଞ୍ଜବିହାର କାହାକୁ କହନ୍ତି ?
ଉ -ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁ ଓଡ଼ିଶାର ଭଞ୍ଜବିହାର କହନ୍ତି l

9-ଓଡିଶା ର କଳାପଗଡା଼ କାହାକୁ କହନ୍ତି?
ଉ -କୋଣାର୍କ ମନ୍ଦିର କୁ ଓଡିଶାର କଳାପଗଡା଼ କହନ୍ତି l

10-ମଣିକ୍ଷେତ୍ର ଓଡିଶାର କାହାକୁ କହନ୍ତି?
ଉ -ଆରଡ଼ି କୁ (ଭଦ୍ରକ ) କୁ ଓଡ଼ିଶାର ମଣିକ୍ଷେତ୍ର କହନ୍ତି l

11-ଓଡ଼ିଶାର ସ୍ଵର୍ଣ ତ୍ରିଭୁଜ କାହାକୁ କହନ୍ତି ?
ଉ -ପୁରୀ, କୋଣାର୍କ, ଭୁବନେଶ୍ୱର କୁ ଓଡ଼ିଶାର ତ୍ରିଭୁଜ କହନ୍ତି l

12-ଓଡ଼ିଶାର ଶଙ୍ଖ କ୍ଷେତ୍ର କାହାକୁ କହନ୍ତି ?
ଉ -ପୁରୀକୁ ଓଡ଼ିଶାର ଶଙ୍ଖ କ୍ଷେତ୍ର କହନ୍ତି l

13-ଓଡ଼ିଶାର ଅର୍କ କ୍ଷେତ୍ର କାହାକୁ କହନ୍ତି?
ଉ -କୋଣାର୍କ ମନ୍ଦିର କୁ ଓଡ଼ିଶାର ଅର୍କ କ୍ଷେତ୍ର କହନ୍ତି l

14- କେଉଁ ନଦୀ କୁ ଓଡ଼ିଶାର ଗୁପ୍ତ ଗଙ୍ଗା କହନ୍ତି ?
ଉ -ବୈତରଣୀ ନଦୀ କୁ ଓଡ଼ିଶାର ଗୁପ୍ତ ଗଙ୍ଗା କହନ୍ତି l ଯାହାକ ଓଡ଼ିଶାର ଷଷ୍ଠ ବୃହତମ ନଦୀ ଅଟେ l

15-ଓଡ଼ିଶାର କୈଳାସ ପର୍ବତ କାହାକୁ କହନ୍ତି ?
ଉ -ଓଡ଼ିଶାର କପିଳାସ କୁ ଓଡ଼ିଶାର କୈଳାଶ କହନ୍ତି l ଯାହାକି ଢେଙ୍କାନାଳ ଜିଲ୍ଲା ରେ ଏହି ପର୍ବତ ଅବସ୍ଥିତ ଅଟେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।