ଦୁର୍ଗା ପୂଜା ଉପଲକ୍ଷେ ବହୁତ ଶସ୍ତା ହେଲା ସୁନା । ଜାଣନ୍ତୁ ଆଜି କେତେ ରହିଛି ସୁନା ଓ ରୁପା ଦାମ….

ଆଗକୁ ଆସୁଛି ଦୁର୍ଗା ପୂଜା।ଏହି ଅବସରରେ ସୁନା ଅଳଙ୍କାର ପ୍ରେମୀ ମାନଙ୍କ ପାଇଁ ଖୁସି ଖବର। ପୁଣି ନିକଟ ବଜାରରେ କମିଲା ସୁନା ଦର । ଯାହା ଜଣା ପଡିଛି ଗତକାଲି ତୁଳନାରେ ଆଜି ସୁନା ଦରରେ ସାମାନ୍ୟ ହ୍ରାସ ପାଇଛି। ତେବେ ଆନ୍ତର୍ଜାତିକ ବଜାରରେ ମଧ୍ୟ ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । କ୍ରମାଗତ ଭାବରେ କିଛି ପରିମାଣରେ ସୁନାଦରରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି।

ସେହିପରି ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୪୯,୫୪୦ ଟଙ୍କା ଥିବାବେଳେ, ସେହିପରି ୨୪ କ୍ୟାରେଟ ସୁନା ଦର ୫୦,୫୪୦ ଟଙ୍କା ରହିଛି। ରୂପା ଦରରେ ମଧ୍ୟ ଅନେକ ହ୍ରାସ ଘଟିଛି। ଯାହା ପୂର୍ବ ଅପେକ୍ଷା ବହୁତ୍ କମ୍ ରହିଛି।

ପୂର୍ବରୁ ରହିଥିବା ଦର କୁ ଦେଖିଲେ ଏହା ସ୍ପଷ୍ଟ ଅନୁମେୟ ଯେ ମଙ୍ଗଳବାର ରୂପା ଦରରେ ହ୍ରାସ ଘଟି ଏକ କିଲୋଗ୍ରାମ ପିଛା ଦାମ ୮୭୫ ଟଙ୍କା ଶସ୍ତା ହୋଇ ୬୩,୮୬୦ ଟଙ୍କାରେ ପହଞ୍ଚିଛି। ତେବେ ଏହି ଦର ସୋମବାର ଦିନ ୬୪, ୭୩୫ ଟଙ୍କାରେ ପହଞ୍ଚି ଯାଇଥିଲା ଏବଂ ସ୍ଥିର ହୋଇ ରହିଥିଲା। ଏହି ପ୍ରକାର ଆଜି ଏକ କିଲୋଗ୍ରାମ ରୂପାର ଦାମରେ ୮୭୫ ଟଙ୍କା ଶସ୍ତା ହୋଇଛି।

ତେବେ ବର୍ତ୍ତମାନର ସୂଚନା ଅନୁସାରେ ବିଶେଷଜ୍ଞ ମାନଙ୍କ କହିବା ଅନୁସାରେ ସମଗ୍ର ଦୁନିଆର ଘରୋଇ ପୁଞ୍ଜିବଜାର ମାନଙ୍କରେ ଜୋରଦାର କିଣାବିକା କାରଣରୁ ଘରୋଇ ବଜାରରେ ମଧ୍ୟ ସୁନା ଦାମ୍ ହ୍ରାସ ଘଟିଛି।ତେବେ ଏହି କାରଣରୁ ଦିଲ୍ଲୀର ସରାଫା ବଜାରରେ ୧୦ ଗ୍ରାମ ସୁନାର ଦାମ ହ୍ରାସ ପାଇ ୫୨ ହଜାରରୁ କମ ରହିଛି।

ତେବେ ଏହି ସମୟରେ ଏକ କିଲୋଗ୍ରାମ ରୂପାର ଦାମରେ ୮୭୫ ଟଙ୍କା ଶସ୍ତା ହୋଇଛି। ଯାହା ଖବର ରହିଛି, ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଆଜି ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ରାଜଧାନୀ ରେ ୨୨ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ ପ୍ରତି ୪୮,୬୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ସୁନାର ଦର ୫୩,୦୯୦ ଟଙ୍କା ହୋଇଛି।

ପ୍ରାୟତଃ ସମସ୍ତ ବଡ଼ ବଡ଼ ସହର ମାନଙ୍କରେ ଏହି ଦରରେ ପରିବର୍ତ୍ତନ ହେବାରେ ଦେଖିବାକୁ ମିଳିଛି।ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୯,୫୪୦ ଟଙ୍କା ଓ ୫୦,୫୪୦ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୯,୫୫୦ ଟଙ୍କା ଓ ୫୪,୦୮୦ ଟଙ୍କା ରହିଛି।

ପ୍ରମୁଖ ସହର ମାନଙ୍କ ସହିତ ବଜାରରେ କିଣାବିକା ର ପ୍ରଭେଦ ଅନୁସାରେ ଏଚଡିଏଫସି ସିକ୍ୟୁରିଟିଜ୍ ଅନୁଯାୟୀ, ଦିଲ୍ଲୀର ସରାଫା ବଜାରରେ ୯୯.୯ ପ୍ରତିଶତ ସୁଦ୍ଧ ୧୦ ଗ୍ରାମ ସୁନାର ଦାମ୍ ମଙ୍ଗଳବାର ୧୩୩ ଟଙ୍କା ଶସ୍ତା ହୋଇଛି। ଦିଲ୍ଲୀରେ ବର୍ତ୍ତମାନ ୧୦ ଗ୍ରାମ ସୁନାର ମୂଲ୍ୟ ୫୧,୯୮୯ ଟଙ୍କା ରହିଥିବା ବେଳେ ସୋମବାର ୧୦ ଗ୍ରାମ ସୁନାର ଦାମ ୫୨, ୧୨୨ ଟଙ୍କା ରହିଥିଲା ବୋଲି ଜଣା ପଡ଼ିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।