ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ଆଜିର ଏହି ଜଗତ ରେ ଯେତେ ଜ୍ଞାନ ଜାଣିଲେ ମଧ୍ୟ ଜ୍ଞାନ ର ଅଭାବ ରହି ଥାଏ l ଯେତେ ପ୍ରକାର ଜ୍ଞାନ ଜାଣିଲେ ମଧ୍ୟ ଏମିତି କିଛି ପାଠ ରହିଥାଏ l ତାହା ଜାଣିବା ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ l କେତେକ ପ୍ରଶ୍ନ ର ଉତ୍ତର ଜାଣି ଥିଲେ ମଧ୍ୟ ତାହାର ପ୍ରଶ୍ନ ଆମେ ଜାଣି ନ ଥାଉ l ସେମିତି କିଛି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କିନ୍ତୁ ଏହା ର ଉତ୍ତର ବହୁତ ସହଜ ହୋଇ ଥାଏ l ଆସନ୍ତୁ କିଛି ଏମିତି ଆଶ୍ଚର୍ଯ୍ୟ ଜନକ ପ୍ରଶ୍ନ କୁ ଜାଣି ନେବା l

1, ଗୋଟିଏ ଗୁମ୍ଫା ରେ 32 ଚୋର ଦିନ ରେ କରନ୍ତି କାମ ସେ, ରାତି ରେ କରନ୍ତି ବିଶ୍ରାମ l
ଉତ୍ତର :- 32 ଗୋଟି ଦାନ୍ତ l

2, ମାମୁ ଘରେ ଗୋଠେ ଗାଈ ରାତି ପାହିଲେ ଗୋଟିଏ ବି ନାହିଁ l ଏହି ପ୍ରଶ୍ନ ର ଉତ୍ତର ଅନେକ ଲୋକ ଜାଣି ଥିଲେ ମଧ୍ୟ କହି ପାରନ୍ତି ନାହିଁ l
ଉତ୍ତର :-ଆକାଶ ରେ ଥିବା ତାରା l

3, ବାପା ର ଭଉଣୀ , ଜେଜେ ଙ୍କର ଝିଅ ମା ଙ୍କର ନଣନ୍ଦ ହୁଅନ୍ତି କିଏ ଖି l
ଉତ୍ତର :-ପିଉସୀ l

4, ବାଛୁରୀ ର ହକ ମରି ମହାଦେବ ପିଏ, ମଣିଷ ପିଇଲେ ଭାରି ଶକ୍ତ ଶାଳୀ ହୁଏ l କହିଲେ ଭାବି କି ଦରବ ଇଏ l
ଉତ୍ତର :-କ୍ଷୀର l

5, ବାହାରେ ସବୁଜ ଭିତରେ ଲାଲ , ଲତା ରେ ଫଳେ ସେ ଫଳ ଟି ଗୋଲ କଟା ହେଲେ ହୁଏ ଖାଇ ଖରା ଦିନ ସେ ଯାହାକୁ ଯେତେ ଲୋ, ଶୀତ ଦିନେ ଦିଶେ ନାହିଁ l
ଉତ୍ତର :- ତରଭୁଜ l

6, ମୋତେ କଟା ଯାଏ ମତେ ଛେଞ୍ଚl ଯାଏ ମତେ ଭାରି ବାଧେ ହେଲେ ମୋତେ କଟୁ ଥିବା ଲୋକ ଲୁହ ଝରି କାନ୍ଦେ l
ଉତ୍ତର :-ପିଆଜ l

7, ସବୁଜ ବେଣ୍ଟ କୁ ନାଲିଆ ଛୁରୀ କଷ୍ଟ ଦିଏ ସିଏ ଜୱାହର ପରି, ପାଣି ପାଣି ବୋଲି ଚିଲା ଏ ମଣିଷ ସତେକି ଜୀବନ ଯାଏ ବାହାରି l
ଉତ୍ତର :- ନାଲି ଲଙ୍କା l

8, ଖରା ଦେଖି ମୁଁ ଆସି ଥାଏ, ଛାଇ ଦେଖି କି ମୁଁ ଲୁଚି ଯାଏ ପବନ ଛୁଇଁଲେ ମତେ ଲାଜେ ଲାଜେ ମୁଁ ମରି ଯାଏ l
ଉତ୍ତର:- ଝାଳ l

9, ତାଟିଆ ଭିତରେ ତାଟିଆ ଅଛି ତାଟିଆ ଭିତରେ ଅମୃତ ମାଆ ପେଟରେ ଝିଅ ଟି ଗୋରା l
ଉତ୍ତର :- ନଡ଼ିଆ l

10, ନାକରେ ଯଦି ଥରେ ମୁଁ ଚଢି ଯିବି କାନ ଧରି ତତେ ମୁଁ ପଢ଼ିବି l
ଉତ୍ତର :-ଚଷମା l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।