ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?
ଆଜି ଆମେ ଓଡ଼ିଆ ର କିଛି ପଦ୍ୟ ପ୍ରହଳିକା ବିଷୟ ରେ ଜାଣିବା ଯାହା ଚପଳ ମତି ଶିଶୁ ଓ କିଶୋର କିଶୋରି ମାନଙ୍କ ବୁଦ୍ଧି ବିକାଶ କରିବା ରେ ସହାୟତା କରିବ।ତେବେ ଏହାର ଉତ୍ତର ଦେବା ପାଇଁ ଆପଣ ୫ ସେକେଣ୍ଡ ସମୟ ନିଅନ୍ତୁ ଓ ଏହି ସମୟ ଭିତରେ ଉତ୍ତର ଦିଅନ୍ତୁ ।ତେବେ ଆସନ୍ତୁ ଜାଣିବା ଆଜିର କିଛି ମଜାଳିଆ ପଦ୍ୟ ପ୍ରହଲିକା ବିଷୟ ରେ ;
1-
“ଆ ହାତରୁ ତା ହାତ ହୁଏ ସେ ବହୁତ
ଯା ହାତରେ ରହିଲା ସିଏ ମଜବୁତ “l
ଉତ୍ତର – ଏହାର ଅର୍ଥ ହେଉଛି ଟଙ୍କା l
2-
“କବାଟ ପଡ଼ିଲେ ଦିନବି ଅନ୍ଧାର
କବାଟ ଖୋଲିଲେ ପୃଥିବୀ ସୁନ୍ଦର ” l
ଉତ୍ତର – ଏହାର ଅର୍ଥ ହେଉଛି ଆଖିପତା l
3-
“ସକାଳେ ସଂଜରେ ଲାଲ ଗୁଲୁଗୁଲୁ
ଖରା ବେଳେ ଚାହିଁ ହୁଏନା
ରାତି ହେଲେ ସିଏ କେଣେ ଲୁଚିଯାଏ
ଯେତେ ଖୋଜିଲେ ବି ପାଏନା ” l
ଉତ୍ତର – ଏହାର ଅର୍ଥ ହେଉଛି ସୂର୍ଯ୍ୟ l
4-
“ପାଟିରୁ ଖସିଲେ ମା’ର ଦୋଷ
ପେଟରୁ ଖସିଲେ ପିଲାର ଦୋଷ ” l
ଉତ୍ତର – ଏହାର ଅର୍ଥ ହେଉଛି ବିଲେଇ ଓ ମାଙ୍କଡ l ପାଟିରୁ ଖସିଲେ ମା ର ଦୋଷ ଅର୍ଥାତ ବିଲେଇ ତା ଛୁଆକୁ ପାଟିରେ ଧରି ଚାଲିଥାଏ, ତେଣୁ ପିଲା ଯଦି ଖସି ଯାଏ ତେବେ ମା ର ଦୋଷ l ପେଟରୁ ଖସିଲେ ପିଲାର ଦୋଷ ଅର୍ଥାତ ମାଙ୍କଡ ଛୁଆ ତା ମା କୁ ଭିଡି ଧରିଥାଏ,ଯଦି ମାଙ୍କଡ ଛୁଆ ପଡ଼ିଯାଏ, ତେବେ ପିଲାର ଦୋଷ l
5-
“ମୋ ପାଖକୁ ଛୋଟ ବଡ ସବୁ ଆସିଥାଏ
ଛୋଟ ଛୋଟ ଖସିଯାଏ, ବଡ ଫସିଯାଏ “l
ଉତ୍ତର – ଏହାର ଅର୍ଥ ହେଉଛି ଚାଲୁଣି l
6 –
“ଗଡି ଗଡି ଯେବେ ବାହାରକୁ ଯାଏ
ଚାରି ଯୁଗ ପାଇଯାଏ
ଉଡି ଉଡି ଯେବେ ବାହାରକୁ ଯାଏ
ଛଅ ଋତୁ ମିଳିଯାଏ ” l
ଉତ୍ତର – ଏହାର ଅର୍ଥ ହେଉଛି କ୍ରିକେଟ ବଲ l
7-
“ଖାଇବାକୁ ସକ ସକ
ଖାଇଦେଲେ ଲାଗେ ଭୋକ “l
ଉତ୍ତର – ଏହାର ଅର୍ଥ ହେଉଛି ହଜମଲା l
8-
” ଅଇଲା ଲୋ ମାଆ ଟକଳି
ଦିଅଁ କୁ ଖାଇଲା, ଦେବତା ଖାଇଲା
ଆହୁରି ଖାଇବ ଖଟୁଳି “l
ଉତ୍ତର – ଏହାର ଅର୍ଥ ହେଉଛି ନିଆଁ l
9-
” ଗଛଟି ଲଣ୍ଡା, ତା ଉପରେ
ବସିଅଛି ଫକୀର ପଣ୍ଡା ” l
ଉତ୍ତର – ଏହାର ଅର୍ଥ ହେଉଛି ଚୁଲି ଉପରେ ହାଣ୍ଡି l
10-
” ଗାଈ କ୍ଷୀର ଦିଏ, କୁକୁଡ଼ା ଅଣ୍ଡା ଦିଏ
କିନ୍ତୁ ସେ କିଏ ଯେ ଦୁଇଟି ଯାକ ଦିଏ “l
ଉତ୍ତର – ଏହାର ଅର୍ଥ ହେଉଛି ଦୋକାନୀ l
11-
” ଗୋଟିଏ ଗୁମ୍ଫାରେ ବତିଶି ଚୋର
ଦିନରେ କରନ୍ତି କାମ,
ରାତି ହେଲେ ସିଏ ଆରାମ କରନ୍ତି
କୁହ ତେବେ ତାଙ୍କ ନାମ “?
ଉତ୍ତର – ଏହାର ଅର୍ଥ ହେଉଛି ଦାନ୍ତ l
ଆମେ ଓଡ଼ିଆରେ ଏମିତି ଆହୁରି କିଛି ଏମିତି ମଜାଳିଆ ପ୍ରହେଳିକା ସବୁ ରହିଛି l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।