Intrestin Question – ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, କଣ ଆପଣ ଦେଇ ପାରିବେ ?

ପ୍ରଥମତଃ ଆମେ ପାଠ ପଢିବା ସମୟରେ ଆମେ କେତେ ଗୁଡିଏ ବିଷୟ ପଢିଥାନ୍ତି ତାହା ଭିତରୁ ସାହିତ୍ୟ ଅନ୍ୟତମ ଓ ଏହାର କେତେ ଗୁଡିଏ ଧାରା ରହିଛି ଯଥା :- ଗଦ୍ୟ, ପଦ୍ୟ, ଗଳ୍ପ ଏକାଙ୍କିକା ଏମିତି କେତେ ଗୁଡିକ ରେ ପଢିଥାନ୍ତି l ତାହା ଭିତରୁ ପଦ୍ୟ ଆମକୁ ପଢିବା ଓ ଏହାର ପ୍ରଶ୍ନ ଉତ୍ତର କରିବାକୁ ବହୁତ ମଜା ଲାଗିଥାଏ, ସେହିପରି କେତେଗୁଡିଏ ପଦ୍ୟପହେଳିକା ଓ ଏହାର ଉତ୍ତର ଜାଣିବା ଚାଲନ୍ତୁ l

1-ଗୋଟିଏ ଗୁମ୍ଫା ରେ ଦୁଇଟି ବାଟ
ଗୁମ୍ଫାରେ ଲାଗେନି କେବେ କବାଟ
ଗୁମ୍ଫାଟି ଜୀବନ ଦ୍ୱାର
ପାରିବ ଯଦି କହିଲ ଦେଖି
କଣ ନାଁ ତାର ?
ଉତ୍ତର – ନାକ

2- କଳା ମୁଚୁମୁଚୁ ଜଙ୍ଗଲରେ
ରହେ କାଳିଆ ଷଣ୍ଢ
ସୋରିଷ ଠୁ ଛୋଟ ହେଲେ
ଖାଏ ମଣିଷ ମୁଣ୍ଡ l
ଉତ୍ତର – ଉଙ୍କୁଣୀ

3-ରାସ୍ତା ଅଛି ହେଲେ ଗାଡି ନାହିଁ
ବଣ ଅଛି ହେଲେ ଗଛ ନାହିଁ
ଗାଁ ଅଛି ହେଲେ ମଣିଷ ନାହିଁ
କହିଲ ଦେଖି ଏମିତି ଜାଗାଟେ କାହିଁ ?
ଉତ୍ତର – ମାନଚିତ୍ର

4-ଦୁନିଆ ସାରା ବୁଲୁଚି ସିଏ
ପାଦ ତା ଛୁଏଁନି ମାଟି
ଦିନରେ ଶୋଉଛି ରାତିରେ ଚେଉଛି
ତା ବିନା ଅନ୍ଧାର ରାତି l
ଉତ୍ତର – ଜହ୍ନ

5- ଦେହରେ ମୋର ପ୍ରଚୁର ବଳ
ଜହ୍ନ ପରିକା ଗଢଣ ମୋର
ସମସ୍ତଙ୍କର ପ୍ରିୟ
ମୋ ବିନା ତମ ଜୀବନ କଷ୍ଟ
ନାଁ ଟି ମୋର କୁହ l
ଉତ୍ତର – ରୁଟି

6- ସବୁଜ ହେଲେ ପତର ନୁହଁ
ନକଲ କରେ ମାଙ୍କଡ ନୁହଁ
ଯାହା ଶିଖିବା ତାହା କହିବ
ନାଁ ଟି ତାର କୁହ ?
ଉତ୍ତର -ଶୁଆ
ଶୁଆର ରଙ୍ଗଟି ସବୁଜ ହୋଇଥାଏ l ଓ ଆମେ ତା ଆଗରେ ଯାହା କହନ୍ତି ସିଏ ତାର ନକଲ କରେ l

7-ନାଲି ଘୋଡାଟି ଯୁଆଡେ ଯାଏ
କଳା ଘୋଡା ଟି ସବୁ ଡରି ପଳାଏ
କହିଲ ଦେଖି
ଏ ନାଲି ଘୋଡାଟି କିଏ ?
ଉତ୍ତର – ନିଆଁ

8-ଯେତେ ଦେବ ସେତେ ନେବି
ଆଗରେ ପଡିଲେ କାଟି ଦେବି
ବାଟ ମୋର ଲୁହା, ପାଦ ମୋର ଲୁହl
ଯିଏ କହିବ ତା ପାଇଁ ଚକୋଲେଟ ଥୁଆ
ଉତ୍ତର – ରେଳଗାଡ଼ି
ରେଳଗାଡି ଟି ସମ୍ପୂର୍ଣ ଲୁହା ହୋଇଥାଏ ଓ ଏହାକୁ ଯେତେ ଯାହା ଦେଲେ ସିଏ ନେଇଥାଏ l

9- ଛୁଇଁ ହୁଏ ହେଲେ ଧରି ହୁଏନା
ବୁଝି ହୁଏ ହେଲେ ଦେଖି ହୁଏନା
ସବୁଠି ଥାଏ ସେ ମାଟି ଠୁ ଆକାଶ
ତା ବିନା ଜୀବନ ଜିଇଁ ହୁଏନା l
ଉତ୍ତର – ପବନ
ପବନ କୁ ଆମେ କେବେ ଧରି କି ଛୁଇଁ ପାରନ୍ତିନି ଓ ବୁଝି ହୁଏ ହେଲେ ଆମେ ତାକୁ ଆଖିରେ ଦେଖି ପାରନ୍ତି ନାହିଁ l ପବନ ସବୁଠି ରହିଥାଏ ମାଟି ଠାରୁ ଆକାଶ ପର୍ଯ୍ୟନ୍ତ ଓ ସେ ଯଦି ବନ୍ଦ ହେଇଯିବ ତା ବିନା ଆମେ ବଞ୍ଚି ପାରିବାନି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।