ଜାଣନ୍ତୁ ଏଭଳି ମଜାଦାର ପ୍ରଶ୍ନ ଯାହାର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇପାରିବ
ବନ୍ଧୁଗଣ ଆଜି ଆମେ ଏହି ଲେଖାରେ ଆପଣଙ୍କୁ ଏମିତି କିଛି ମଜାଦାର ପ୍ରଶ୍ନ ସମ୍ବନ୍ଧରେ କହିବୁ ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ କାରଣ ଏହାର ଉତ୍ତର ଟିକେ ଭିନ୍ନ ଧରଣର। କିଛି କ୍ଷେତ୍ରରେ ଆମେ ଏହିଭଳି ପ୍ରଶ୍ନ ସାକ୍ଷାତକାର ମାନଙ୍କରେ ଦେଖିବାକୁ ପାଉ।ଆମେ ବହୁତ୍ ଅଧ୍ୟୟନ କରିବା ପରେ ବି ଯେତେବେଳେ ଆମେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହଉ ସେତେବେଳେ ଆମେ ସାମାନ୍ୟ ବିଚଳିତ ହେଇଯାଉ।
ଯାହା ପ୍ରାୟତ ଅଧିକାଂଶ ଲୋକଙ୍କ କ୍ଷେତ୍ରରେ ଘଟିଥାଏ। ଉଚ୍ଚ ପଦସ୍ଥ ପଦବୀ ମାନଙ୍କ ପାଇଁ ହେଉଥିବା ସାକ୍ଷାତକାର ରେ ଆମର ବିଚଳିତ ହେବା କଥା ନୁହଁ।
କାରଣ ସେମିତି ହେଲେ ଆମେ ସହଜ ପ୍ରଶ୍ନ ର ଉତ୍ତର ମଧ୍ୟ ଭୁଲ୍ କହି ଦେଇଥାଉ।ଆପଣଙ୍କୁ ଆଜି ଏମିତି ମଜାଦାର ପ୍ରଶ୍ନ ପଚାରିବୁ ଯାହାର ଉତ୍ତର ୯୯ ପ୍ରତିଶତ ଲୋକ ଜାଣି ନଥିବେ । ଯେଉଁ ପ୍ରଶ୍ନ ଆମେ ଆଜି ଆପଣ ଙ୍କ ନିକଟରେ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ମଧ୍ୟ ବେଳେବେଳେ ଆପଣଙ୍କ ଉପସ୍ଥିତ ବୁଦ୍ଧି କୁ ପରଖିବା ପାଇଁ ପଚାରା ଯାଏ। ଆସନ୍ତୁ ଜାଣିବା ସେହିଭଳି ପ୍ରଶ୍ନ ର ଉତ୍ତର ଯାହାର ଉତ୍ତର ମଧ୍ୟ ବହୁତ୍ ମଜାଦର।
ପ୍ରଶ୍ନ୧- ମାଠାରୁ ପୁଅ ହୋଇଲା ଜାତ କ୍ଷୀର ନ ଖାଉଣୁ ଖାଇଲା ଭାତ, ମା କୁ ସେ ପୁଅ ଛୁଇଁବ ନାହି ଛୁଇଁଲେ ସେ ପୁଅ ରହିବ ନାହିଁ?
ଉତ୍ତର- ଲୁଣ
ପ୍ରଶ୍ନ ୨- ବଣରୁ ଆସିଲା କୁତି ଭାତରେ ଦେଲା ମୁତି ?
ଉତ୍ତର- ଲେମ୍ବୁ
ପ୍ରଶ୍ନ ୩- କବାଟ ପଡିଲେ ଦିନ ବି ଅନ୍ଧାର, କବାଟ ଖୋଲିଲେ ପୃଥିବୀ ସୁନ୍ଦର ?
ଉତ୍ତର- ଆଖି
ପ୍ରଶ୍ନ ୪- ସେ କିଏ ଯିଏ ମୁକ ବଧିର ଓ ଅନ୍ଧ ହେଲେ ମଧ୍ୟ ସବୁବେଳେ ସତ କହେ?
ଉତ୍ତର- ଆଇନା
ପ୍ରଶ୍ନ ୫- ଫୁଲ ନହେଲେ ବି ବାସ୍ନା ହୁଏ ଇର୍ଷା ନେହେଲେ ବି ଜଳିଥାଏ ତାହା କଣ?
ଉତ୍ତର- ଧୂପକାଠି।
ପ୍ରଶ୍ନ ୬- ୫ ଜଣ ଲୋକ ୫ ଟି ଆମ୍ବକୁ ୫ ମିନିଟରେ ଖାଆନ୍ତି। ତେବେ ୫୦ ଜଣ ଲୋକ ୫୦ଟି ଆମ୍ବକୁ କେତେ ମିନିଟରେ ଖାଇବେ।
ଉତ୍ତର- ୫ମିନିଟ।
ପ୍ରଶ୍ନ ୭- ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ମୁ କିଏ କୁହ ?
ଉତ୍ତର- କମଳା
ପ୍ରଶ୍ନ ୮- ସେଇଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାଉଛନ୍ତି କିନ୍ତୁ କେହି ପସନ୍ଦ କରୁ ନାହାନ୍ତି ?
ଉତ୍ତର- ପୋଲିଓ
ପ୍ରଶ୍ନ ୯- ଏମିତି କଣ ସେଇଟା ଯାହା ସ୍ବାମୀ ଖାଇପାରେ କିନ୍ତୁ ସ୍ତ୍ରୀ ଖାଇପାରେ ନାହିଁ ?
ଉତ୍ତର – ଯୋଡା କଦଳୀ ବା ଜୁଆଁ କଦଳୀ।
ପ୍ରଶ୍ନ ୧୦- କେଉଁ ଜିନିଷକୁ ଜଣେ ଝିଅ ବାମ ହାତରେ ଧରିପାରେ କିନ୍ତୁ ଡାହାଣ ହାତରେ ଧରି ପାରି ନଥାଏ?
ଉତ୍ତର – ନିଜର ଡାହାଣ ହାତ କୁ।
ପ୍ରଶ୍ନ ୧୧- କେଉଁ କାମ ଅଟେ ଯେଉଁଥିରେ ପୁରୁଷ 10 ମିନିଟ୍ ରେ ଥକି ଯାଇଥାଏ, ଯେବେ କି ମହିଳା ଅଧିକା କରିବାକୁ ଚାହେଁ।
ଉତ୍ତର- ଶୋପିଂ ବା ମାର୍କେଟିଙ୍ଗ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।