ଜାଣନ୍ତୁ ଅପରାଜିତା ଷଡ଼ଙ୍ଗୀ ଙ୍କ ଜୀବନୀ ଏବଂ ପରିବାର ସମ୍ପର୍କରେ, ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ….
ଅପାଣ ମାନେ ଜାଣିଥିବେ ଅପରାଜିତା ଷଡ଼ଙ୍ଗୀ ଯିଏକି ଭାରତୀୟ ଜନତା ପାର୍ଟିର ଭୁବନେଶ୍ୱର ର ଲୋକସଭା ସାଂସଦ ଭାବରେ ବର୍ତ୍ତମାନ କାର୍ଯ୍ୟଭାର ଗ୍ରହଣ କରୁଛନ୍ତି। ଅପରାଜିତା ଷଡ଼ଙ୍ଗୀ ଏବେ ଓଡ଼ିଶାରେ ଏକ ଜନପ୍ରିୟ ଚେହେରା ପାଲଟି ଯାଇଛନ୍ତି। ତାଙ୍କର ଲୋକପ୍ରିୟତା ବେଶ୍ ଅଧିକ।ତେବେ ଆସନ୍ତୁ ଜାଣିବା ଅପରାଜିତା ଙ୍କ ବିଷୟରେ କିଛି ଅଧିକ କଥା, ଯାହା ହୁଏତ ସମସ୍ତଙ୍କୁ ଜଣା ନଥିବ କିମ୍ବା ଆପଣ ମାନେ ଜାଣି ନଥିବେ।
ଆଜି ଆମେ ତାଙ୍କ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଆପଣଙ୍କ ନିକଟରେ ରଖିବୁ। ଆସନ୍ତୁ ଜାଣିବା ଏହି ରାଜନେତ୍ରୀ ତଥା ପୂର୍ବତନ ମହିଳା IAS ଅଫିସର୍ ଙ୍କ ଜୀବନୀ ବିଷୟରେ କିଛି ଅଜଣା କଥା।
ନାମ- ଅପରାଜିତା ଷଡ଼ଙ୍ଗୀ(ସାଂସଦ ଭୁବନେଶ୍ୱର)
(୧୯୯୪ ବେଚ୍ IAS ଅଫିସର୍)
ଜନ୍ମ- ୦୮ ଅକ୍ଟୋବର ୧୯୬୯
ଜନ୍ମସ୍ଥାନ- ଭାଗଲପୁର, ବିହାର (ଇଣ୍ଡିଆ)
ଶିକ୍ଷା ଗତ ଯୋଗ୍ୟତା- Bachelor in degree in English
ଜାତି- ବ୍ରାହ୍ମଣ
ସ୍ବାମୀ ଙ୍କ ନାମ- ସନ୍ତୋଷ ଷଡ଼ଙ୍ଗୀ (IAS)
ପୁଅ- ଶିଖର ଷଡ଼ଙ୍ଗୀ
ଝିଅ- ଅର୍ଚ୍ଚିତା ଷଡ଼ଙ୍ଗୀ
ମିଳିଥିବା ପଦବୀ-୧) ଶକ୍ତି ସମ୍ମାନ (୨୦୧୨)
ମିଳିଥିବା ବିଭାଗ- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାର।
ମିଳିଥିବା ପଦବୀ- ୨) ମ୍ୟୁନିସିପାଲ୍ କମିଶନର- ୩ ବର୍ଷ ପାଇଁ ସେ ବି ଏମ୍ ସି ର କମିଶନର ଭାବରେ କାର୍ଯ୍ୟ କରିଥିଲେ।
କଲେକ୍ଟର ଏବଂ ଡିଷ୍ଟ୍ରିକଟ୍ ମାଜିଷ୍ଟ୍ରେଟ- ଏହି ପଦବୀରେ ସେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦାୟିତ୍ୱ ତୁଲାଇଥିଲେ। ସେହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା, ବରଗଡ଼।
IAS ପଦରୁ ଇସ୍ତଫା- ୧୫ ସେପ୍ଟେମ୍ବର ୨୦୧୮ ରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ।ଏହି ପଦରୁ ଇସ୍ତଫା ଦେବା ପରେ ସେ ରାଜନୀତି କରିବାକୁ ମନ ବଳାଇ ଥିଲେ ଏବଂ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ।
ରାଜନୈତିକ କେରିଆର- ୨୦୧୮ ମସିହାରେ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଥିଲେ ଅପରାଜିତା ଷଡ଼ଙ୍ଗୀ।ଏହାପରେ ସେ ପ୍ରତ୍ୟକ୍ଷ ନିର୍ବାଚନ ଲଢିଥିଲେ ଭୁବନେଶ୍ୱର ଲୋକସଭା ଆସନ ରୁ।୨୦୧୯ ମସିହାରେ ସେ ନିର୍ବାଚନ ରେ ବିଜୟ ଲାଭ କରିଥିଲେ ଏବଂ ସାଂସଦ ଭାବରେ ପାର୍ଲିଆମେଣ୍ଟ କୁ ଯାଇଥିଲେ।
ସାଂସଦ ଭାବରେ ନିର୍ବାଚିତ ହେବା ପରେ ତାଙ୍କର ଜନ ସାଧାରଣ ମାନଙ୍କ ସହିତ ବହୁତ୍ ଭଲ।ସେ ବହୁତ୍ ମେଲାପି ଅଟନ୍ତି ଏବଂ ସାଧାରଣ ଜନତା ଙ୍କ ସହିତ ବହୁତ୍ ଭଲ ଭାବରେ ମିଶି ଯାଇଥାନ୍ତି। ତାଙ୍କର ଏହି ଗୁଣ ପାଇଁ ଲୋକେ ତାଙ୍କୁ ବେଶ୍ ପସନ୍ଦ କରିଥାନ୍ତି। ଜନ ସାଧାରଣ ଙ୍କ ସହିତ ତାଙ୍କର ଏହିଭଳି ସମୟ ଅତିବାହିତ କରିବାର ଅନେକ ନଜିର ରହିଛି।
ଏହିଭଳି ଜଣେ ବ୍ୟକ୍ତିତ୍ଵ ଙ୍କୁ ଲୋକେ ନିର୍ବାଚିତ କରି ଲୋକସଭାକୁ ପଠାଇଛନ୍ତି ଯାହାଙ୍କୁ ନେଇ ସମସ୍ତେ ବହୁତ୍ ଖୁସି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।