୨୦୨୦ ମସିହାର ଶେଷ ବଡ ଚନ୍ଦ୍ର ଗ୍ରହଣ ! ଜାଣନ୍ତୁ ଆଜିର ଚନ୍ଦ୍ର ଗ୍ରହଣ ର ସମୟ ଏବଂ କେତେ ଘଣ୍ଟା ରହିବ ଏହି ଗ୍ରହଣ…

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ହିନ୍ଦୁ ଧର୍ମରେ ଏହି ଦିନର ବେଶ୍ କିଛି ମହତ୍ୱ ରହିଛି। କୁହାଯାଏ ଏହି ଦିନରେ ଦାନ ଧର୍ମ କଲେ ଅଶେଷ ପୁଣ୍ୟ ଅର୍ଜନ ହୋଇଥାଏ।ତେବେ ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଆଜି ଦିନରେ ହିଁ ପଡୁଛି।ଏହା ଭାରତ ବର୍ଷ ରେ ଆଂଶିକ ଭାବରେ ଦେଖାଯିବା କୁ ଥିବା ବେଳେ ଏହା ଉପଛାୟା ଚନ୍ଦ୍ର ଗ୍ରହଣ ବୋଲି କୁହା ଯାଉଛି।

ତେବେ ଆସନ୍ତୁ ଜାଣିବା ଆଜି ଚନ୍ଦ୍ର କିପରି ଦେଖାଯିବେ – ଚନ୍ଦ୍ର ଗ୍ରହଣ ସମୟରେ ଚନ୍ଦ୍ରର କୌଣସି ଅଂଶ କଳା ନପଡ଼ି ତା ବଦଳରେ କିଛି ସମୟ ପାଇଁ ଚନ୍ଦ୍ର ମଳିନ ଦେଖାଯିବ। ଯେଉଁ କାରଣରୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାକୁ ଉପଛାୟା ଚନ୍ଦ୍ର ଗ୍ରହଣ ବୋଲି କୁହା ଯାଉଛି।ତେବେ ଯାହା କୁହାଯାଏ କି ଧର୍ମ ଗ୍ରନ୍ଥ ରେ ଉପଛାୟା ଚନ୍ଦ୍ର ଗ୍ରହଣ କୁ ଗ୍ରହଣ ରୂପେ ବିବେଚନା କରା ଯାଇ ନଥାଏ।

ଯେଉଁଥି ପାଇଁ ଉପଛୟା ଚନ୍ଦ୍ର ଗ୍ରହଣ ସମୟରେ ଦେବନୀତି ବନ୍ଦ ହୋଇ ନଥାଏ। ଏମିତି କି ଏହି ସମୟରେ ଧର୍ମ, କର୍ମ, ଦେବ ସ୍ପର୍ଶ, ପୂଜା ପାଠ ଆଦି ସମସ୍ତ କାର୍ଯ୍ୟ କରା ଯାଇଥାଏ।ତେବେ ଆଜିର ଏହି ଉପଛାୟା ଗ୍ରହଣ କୁ ଖାଲି ଆଖିରେ ଆପଣ ମାନେ ଦେଖି ପାରିବେ।ତେବେ ଆସନ୍ତୁ ଜାଣିବା କେଉଁ ସମୟରେ ଏହି ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି।

ବିଶେଷକରି ଆଜି ସୋମବାର ଅପରାହ୍ନ ଗୋଟାଏ ୨ ମିନିଟ୍ ରେ ଏହି ଗ୍ରହଣ ଆରମ୍ଭ ହୋଇ ସଂଧ୍ୟା ୫ ଟା ୨୩ ମିନିଟ୍ ରେ ଏହି ଗ୍ରହଣ ସମାପ୍ତ ହେବ ବା ମୋକ୍ଷ ହେବ।ତେବେ ଆଜିର ଏହି ଚନ୍ଦ୍ର ଗ୍ରହଣ ର ଅବଧି ରହିଛି ୪ ଘଣ୍ଟା ୨୧ ମିନିଟ୍। ଏପରିକି ଭାରତର କିଛି ସ୍ଥାନରେ ଚନ୍ଦ୍ରଦୋୟ ପୂର୍ବରୁ ଏହା ସମାପ୍ତ ହେବ ବୋଲି ସୂଚନା ମିଳିଛି।

କେଉଁ ସବୁ ସ୍ଥାନ ମାନଙ୍କରେ ଦୃଶ୍ୟମାନ ହେବ ଜାଣନ୍ତୁ- ତେବେ ଆଜିର ଚନ୍ଦ୍ର ଗ୍ରହଣ ଭାରତରେ ପଶ୍ଚିମବଙ୍ଗ, ଆସାମ, ତ୍ରିପୁରା, ବିହାର, ଝାଡ଼ଖଣ୍ଡ ସମେତ ଉତ୍ତରପୂର୍ବ ଏବଂ ମଧ୍ୟପୂର୍ବ ଭାରତରେ ଦେଖାଯିବ।ଏହା ବ୍ୟତୀତ ପାକିସ୍ତାନ, ଇରାକ, ଇରାନ୍, ଆଫଗାନିସ୍ଥାନ, ଇଂଲଣ୍ଡ, ଆୟାର୍ଲାଣ୍ଡ, ଉତ୍ତର ଓ ଦକ୍ଷିଣ ଆମେରିକା, ଅଷ୍ଟ୍ରେଲିଆ, ସ୍ଵିଡେନ, ଫିନଲାଣ୍ଡ, ଏବଂ ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ମଧ୍ୟ ଦୃଶ୍ୟମାନ ହେବ।ତେବେ ଆସନ୍ତା ଡ଼ିସେମ୍ବର ୧୪ ତାରିଖରେ ସୂର୍ଯ୍ୟ ପରାଗ ହେବାର ଅଛି।

ଯାହା ଭାରତ ସମେତ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଦୃଶ୍ୟମାନ ହେବ ବୋଲି କୁହା ଯାଉଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।