ଯାତ୍ରା ହିରୋଇନ Manu କହିଲେ ଟଙ୍କା ଯାହାପାଖରେ ମୁଁ ତାପାଖରେ,ମୁଁ ହିରୋଇନ ଆଉ ମୋ ସ୍ୱାମୀ ଡ୍ୟାନ୍ସର ଆଉ ସେ ରାତ୍ରିରେ ନାଚିବା ବେଳେ ମୁଁ…

ଆପଣ ମାନେ ସମସ୍ତେ ଆମ ଓଡିଆ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଜବରଦସ୍ତ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ମାନୁ ।

ମାନୁ ନିଜର ଜବରଦସ୍ତ ଅଭିନୟ କରି ଯାତ୍ରା ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି ଓ ଆମ ଓଡିଶାରେ ତାଙ୍କ ଲୋକପ୍ରିୟତା ବେସ ଅଧିକ ରହିଛି । ତେବେ ଗତ କିଛି ସମୟ ହେବ ମାନୁଙ୍କର ଏକ ସାକ୍ଷାତ୍କାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ମାନୁଙ୍କ ଏହି ସାକ୍ଷାତ୍କାର ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏ ଭିଡିଓ ବିଷୟରେ ।


ମାନୁ ଏହି ସାକ୍ଷାତ୍କାରରେ କହିଛନ୍ତି-ଯାତ୍ରା ଅଭିନେତ୍ରୀ ମାନୁ କହିଛନ୍ତି କି ମୁଁ ଏହି ଯାତ୍ରାରେ ନକାରାତ୍ମକ ରୋଲରେ ଅଛି,ଘର ଭାଙ୍ଗିବା ଭଳି ସବୁ କାମ କରୁଛି,ଟଙ୍କା ପାଇଁ ତଳକୁ ଖସି ପଡୁଛି ଏବଂ ମୋର ଦେଢ଼ ସୁରକୁ ମାଡ଼ ମାରୁଛି ଏହି ସବୁ କାମ ମୁଁ କରିଛି।ଏହି ଯାତ୍ରାରେ ଦୁଇ ଘଣ୍ଟା ନକାରାତ୍ମକ ଚରିତ୍ର ଅଛି ଆଉ ଦୁଇ ଘଣ୍ଟା କମେଡି ଅଛି।।ତେବେ ମୁଁ ଯାତ୍ରା ପ୍ରଥମେ ଇଷ୍ଟନ ବ୍ଲୁ ପାର୍ଟି ରୁ ଆରମ୍ଭ କରିଥିଲି । ଇଷ୍ଟର୍ନ ବ୍ଲୁ ପରେ ମୁଁ ଡ୍ୟାନ୍ସ କରୁଥିଲି ତା ପରେ ମୁଁ କମେଡି କରିଲି ।

ମୋର ଅଭିନୟ କାରିୟର ଗୌରିରୁ ଆରମ୍ଭ ହେଲା । ମୁଁ ଯାତ୍ରାକୁ 2015 ମଶାରେ ଆସିଥିଲି । ପ୍ରଥମେ ମୁଁ ଡ୍ୟାନ୍ସ କରିଲି ତା ପରେ ଗୋଟେ ଝିଅ ପଳେଇଲା ତେଣୁ ତା ଜାଗାରେ ମୋତେ ହିରୋଇନ ଭୂମିକା କରିବା ପାଇଁ ସୁଯୋଗ ମିଳିଲା । ନକାରାତ୍ମକ ଚରିତ୍ର ସମସ୍ତ ଜିନିଷ କରୁଛି।ମତେ ଯାତ୍ରାରେ ହିରୋଇନ୍ ରୋଲ୍ ମିଳିଛି କିନ୍ତୁ ଯେହେତୁ ମୁଁ ପ୍ରଥମେ ନାଚ କରିଥିଲି ତେଣୁ ନାଚ ବି ଖରାପ ନୁହେଁ ସମସ୍ତଙ୍କ ମନରେ ଇଛା ଥାଏ କି ଆଗକୁ ବଢିବା ପାଇଁ ମୁଁ ବି ଧିରେ ଧୀରେ ଆଗକୁ ବଢୁଛି।


ମୁଁ ଯାତ୍ରା ଦେଖିବାକୁ ଛୋଟ ବେଳେ ଆସୁଥିଲି ମୋତେ ବହୁତ ଭଲ ଲାଗେ ତେଣୁ ମୁଁ ଘରେ କିଛି ନ କହିକି ଚାଲି ଆସିଥିଲି । ଘରେ ବହୁତ ରାଗିଲେ କଥାବାର୍ତ୍ତା ବି କଲେନି ଏବେ ବି କହୁଛନ୍ତି ତୁ ପାର୍ଟି ଛାଡିଦେ ଘରେ ରହ । ହେଲେ ମୋର ଯାତ୍ରାରେ ବହୁତ ଖୁସି ଅଛି । ମୁଁ ବାହା ହେଇଛି ଆଉ ମୋର ଗୋଟେ ପୁଅ ବି ଅଛି । ମୋ ସ୍ଵାମୀ ଯାତ୍ରା ପାର୍ଟିରେ ଡ୍ୟାନ୍ସ କରନ୍ତି ।ମୋର ଗୋଟେ ଡାଇଲଗ ଅଛି ମୁଁ ଟଙ୍କା ଯାହା ପାଖରେ ମୁଁ ତା ପାଖରେ । ମୋ ସ୍ଵାମୀ ମୋତେ ସବୁବେଳେ ଆଗକୁ ବଢିବା ପାଇଁ ପ୍ରୋତ୍ସାହନା ଦିଅନ୍ତି’ ।