( ଯାଦୁ,କାଛୁ,କୁଣ୍ଡିଆ ) ସବୁଦିନ ପାଇଁ ଭଲ କରିବାର ଘରୋଇ ଉପାୟ

ଆମର ଅଧିକ ଲୋକ ବର୍ତମାନ ସ୍କିନ ଜନିତ ସମସ୍ୟାରେ ଅଧିକ ପୀଡିତ ରହୁଛନ୍ତି, ଏହି ସ୍କିନ ରୋଗ ଅଧିକ ଗ୍ରୀଷ୍ମ ଋତୁରେ ଦେଖା ଦେଇଥାଏ ।ଆପଣଙ୍କ ଠାରେ ଯଦି ଥରେ ସ୍କିନ ଜନିତ ସମସ୍ୟା ଦେଖା ଦେଇଥାଏ ତେବେ ତାହା ଭଲ ହେବା ପାଇଁ ବହୁତ ସମୟ ଲାଗିଥାଏ, ଏଥିପାଇଁ ଆପଣ ଯେତେ ଔଷଧ ସେବନ କଲେ ମଧ୍ୟ ଆପଣଙ୍କ ସ୍କିନ ଜନିତ ସମସ୍ୟା ମୂଳରୁ ଭଲ ହୋଇ ନଥାଏ ।

ମୁଁ ଆଜି ଆପଣକୁ ଆପଣଙ୍କ ସ୍କିନରେ ହେଉଥିବା ଯାଦୁ କାଛୁ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଦୂର କରିବା ପାଇଁ ଏକ ସୁନ୍ଦର ଘରୋଇ ଉପଚାର ବିଷୟରେ ଆପଣକୁ କହିବି ।ଯାହାକି ଆପଣ କିଛି ଦିନ ବ୍ୟବହାର କରିବା ଦ୍ଵାରା ଆପଣଙ୍କ ସ୍କିନ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯାଏ, ତେବେ ଏହି ଘରୋଇ ଉପଚାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ୍ଣ କଥା ଜାଣିବା ।

ଆବଶ୍ୟକ ସାମଗ୍ରୀ :-

 

ଖଣ୍ଡ ହଳଦୀ, ଆଲୋବେରା, ନିମ୍ବ ତେଲ

ପ୍ରସ୍ତୁତି –

ପ୍ରଥମେ ଆପଣ ଏହି ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଖଣ୍ଡ ହଳଦୀ ନେଇ ତାହାକୁ ଗୁଣ୍ଡ କରି ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ, ପରେ ଆପଣ ଏଥିରେ ପାଣିରେ ବ୍ୟବହାର ନକରି କିଛି ଆଲୋବେରା ଜେଲ ସେଥିରେ ମିଶାନ୍ତୁ ।ଏହା ସହିତ ଆପଣ ଏହି ପେଷ୍ଟରେ ନିମ୍ବ ତେଲ ଦୁଇ ଚାମୋଚ ଦେଇ ସେହି ସମସ୍ତ ସାମଗ୍ରୀକୁ ଭଲ ଭାବରେ ମିକ୍ସ କରନ୍ତୁ, ପରେ ଆପଣ ଏହି ସମସ୍ତ ମିଶ୍ରଣକୁ ଗ୍ୟାସରେ ଏକ ପାତ୍ର ବସାଇ ତାହା ଉଷୁମ ହେବା ପରେ ଏହି ପେଷ୍ଟ ସେହି ପାତ୍ରରେ ପକାଉ ଚାରି ପାଞ୍ଚ ମିନିଟ ପର୍ଯ୍ୟନ୍ତ ଢ଼ାଳି ନିଅନ୍ତୁ ।ପରେ ଆପଣ ଏହି ପେଷ୍ଟକୁ ଏକ ପାତ୍ରକୁ ବାହାର କରି ନିଅନ୍ତୁ, ଏବଂ ଏହାକୁ ଆପଣ ଉଷୁମ ଥିବା ସମୟରେ ତାହାକୁ ବ୍ୟବହାର କରନ୍ତୁ ।

ବ୍ୟବହାର :-

ଆପଣ ପ୍ରସ୍ତୁତ କରି ରଖିଥିବା ପେଷ୍ଟ ଉଷୁମ ଥିବା ସମୟରେ ବ୍ୟବହାର କରିବା ଉଚିତ, ଯଦି ଆପଣଙ୍କ ଶରୀରରେ ଯଦି ବାହାରି ଥାଏ ତେବେ ଆପଣ ସେହି ସ୍ଥାନକୁ ଭଲ ଭାବରେ ନିମ୍ବ ପାଣିରେ ଧୋଇ ସେଥିରେ ପ୍ରସ୍ତୁତ କରି ରଖି ପେଷ୍ଟ ଲଗାନ୍ତୁ ।ଏହି ପେଷ୍ଟ କେବଳ ଆପଣ ରାତ୍ରି ସମୟରେ ବ୍ୟବହାର କରନ୍ତୁ କାରଣ ଏହା ଅଧିକ ଫଳପ୍ରଦ ହୋଇଥାଏ, ଏହି ପେଷ୍ଟ ଆପଣ ରାତିରେ ଲଗାଇ ତାହାକୁ ରାତି ସାରା ଲାଗି ରଖିବା ପାଇଁ ଛାଡି ଦିଅନ୍ତୁ ।

ପର ଦିନ ସକାଳ ଆପଣ ଏହି ପେଷ୍ଟ ଲଗାଇଥିବା ସ୍ଥାନକୁ ଉଷୁମ ପାଣି କରି ଭଲ ଭାବରେ ଧୋଇ ଦିଅନ୍ତୁ ।ଏହିପରି ଆପଣ ଯଦି ଏହି ପେଷ୍ଟକୁ କିଛି ଦିନ ଲଗାତାର ଭାବରେ ବ୍ୟବହାର କରନ୍ତି ତେବେ ଆପଣଙ୍କ ସ୍କିନ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଦୂର ହୋଇଯିବ ।ଆପଣ କେବେ ଆଉ ଏହି ସ୍କିନ ଜନିତ ସମସ୍ୟାର ସମ୍ମୁଖୀନ ମଧ୍ୟ ହେବେ ନାହିଁ ।