ଜମି ବିକି ପୁଅକୁ ପାଠ ପଢ଼ାଇଥିଲେ ବାପା, IAS ହେଲା ପରେ ରିକ୍ସାରେ ବସି ବୁଲାଇଲେ ବାପା
ବାପା ରିକ୍ସାବାଲା, ପୁଅ ଆଇଏଏସ୍। ଜମି ବିକି ପୁଅକୁ ପଢ଼ାଇଲେ, କଲେକ୍ଟର ହେବା ପରେ ରିକ୍ସାରେ ବୁଲେଇଲେ। ବାପା ରିକ୍ସାବାଲା। ଲୋକଙ୍କୁ ରିକ୍ସା ରେ ବସାଇ ଏ ଜାଗାରୁ ସେ ଜାଗାକୁ ନେଲେ ରୋଜଗାର ହୁଏ। ଆଉ ସେହି ରୋଜଗାର ରେ ପରିବାର ଚଳିବା କଷ୍ଟ। ଏଥିରେ ପିଲାଙ୍କୁ ଉଚ୍ଚ ଶିକ୍ଷା ଏବଂ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ସହଜ ନଥିଲା। କିନ୍ତୁ ପିଲାର ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ସେ ଜମି ବିକ୍ରି କରିଛନ୍ତି। ପୁଅ ସ୍ୱପ୍ନ ପୂରଣ କରିବାକୁ ଅନେକ ସମସ୍ୟାର ସାମ୍ନା କରିଛନ୍ତି। ଶେଷରେ କଠିନ ପରିଶ୍ରମ କରି ପୁଅ ମଧ୍ୟ ହୋଇଛନ୍ତି କଲେକ୍ଟର।
କାହାଣୀ ଆଇଏଏସ୍ ଗୋବିନ୍ଦ ଜୈସ୍ୱାଲ ର। ସବୁଠୁ କଠିନ ପରୀକ୍ଷା ସିଭିଲ ସର୍ଭିସ। ଏଥିରେ ଉତ୍ତୀର୍ଣ୍ଣ ହେବାକୁ ଲକ୍ଷ ଲକ୍ଷ ଶିକ୍ଷାର୍ଥୀ ଙ୍କ ସହ ପ୍ରତିଯୋଗିତା କରିବାକୁ ହୁଏ। ଦୀର୍ଘ ଦିନର କଠିନ ପରିଶ୍ରମ ଦ୍ଵାରା ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବା ସହଜ।
ସେମିତି କିଛି କଠିନ ପରିଶ୍ରମ ଏବଂ ପରିବାରର ବଳିଦାନ ପରେ କଲେକ୍ଟର ହୋଇଛନ୍ତି ବିହାରର ଗୋବିନ୍ଦ ଜୈସ୍ୱାଲ। ଗୋବିନ୍ଦ ଙ୍କ ବାପା ରିକ୍ସା ଚାଳକ। ସହରଠୁ ଟିକିଏ ଦୂର ଘର। ଘର ଚାରିପଟେ କାରଖାନା ଥିଲା। ଏମିତିକି ଜେନେରେଟର ଶବ୍ଦରେ ପରସ୍ପର ସହ କଥା ହେବା ମଧ୍ୟ କଷ୍ଟ ହୋଇ ପଡ଼ୁଥିଲା।
ଏଭଳି ପରିବେଶ ରେ ଗୋବିନ୍ଦ ଆରମ୍ଭରୁ ଅଧ୍ୟୟନ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେଉଥିଲେ। କାରଖାନା ରୁ ଆସୁଥିବା ଶବ୍ଦ ଯେତେବେଳେ ବାଧକ ସାଜୁଥିଲା ସେତେବେଳେ କାନରେ ତୁଳା ଦେଇ ପଢ଼ୁଥିଲେ। ପାଠପଢ଼ା ଖର୍ଚ ଉଠାଇବା ପାଇଁ ଗୋବିନ୍ଦ ଅଷ୍ଟମ ଶ୍ରେଣୀରେ ତାଙ୍କ ତଳ ଶ୍ରେଣୀ ପିଲାଙ୍କୁ ପଢ଼ାଉଥିଲେ। ମେଧାବୀ ଛାତ୍ର ଥିଲେ ଗୋବିନ୍ଦ। ଇଞ୍ଜିନିୟରିଂ କରିବାର ଇଚ୍ଛା ଥିଲା, କିନ୍ତୁ ପଢ଼ା ଖର୍ଚ୍ଚ ଉଠାଇବା ପାଇଁ ପରିବାର ସକ୍ଷମ ନଥିବାରୁ ସେ ବନାରସ ହିନ୍ଦୁ ମହାବିଦ୍ୟାଳୟ ରେ ସ୍ନାତକୋତ୍ତର କଲେ।
ଆଉ ତାପରେ ସେ ସିଭିଲ ସର୍ଭିସ ପାଇଁ ଚିନ୍ତା କଲେ। ଦିଲ୍ଲୀ ଯାଇ କଚିଙ୍ଗ୍ ନେବାକୁ ଇଚ୍ଛା ହେଲା, ଆଉ ଏକଥା ଯେତେବେଳେ ସେ ଘରେ କହିଲେ ଘର ଲୋକେ ଜିମି ବିକି ଟଙ୍କା ଦେଇଥିଲେ। କେବଳ ଗୋବିନ୍ଦ ଙ୍କର ପଢ଼ା ପ୍ରତି ଥିବା ଭଲପାଇବା ଦେଖି।
ଏହି ସମୟରେ ଗୋବିନ୍ଦ ବାପାଙ୍କର ଦୁର୍ଘଟଣାରେ ଗୋଡ଼ରେ ଆଘାତ ଲାଗିଥିଲା। ତଥାପି ସେ ଜମି ବିକିବା ପୂର୍ବରୁ ଥରେ ଚିନ୍ତା କରି ନଥିଲେ ବା ଏଥିପାଇଁ ପଛଘୁଞ୍ଚା ଦେଇ ନଥିଲେ। ଏହାପରେ ସେହି ଟଙ୍କା ନେଇ ଗୋବିନ୍ଦ ଦିଲ୍ଲୀ ଗଲେ ଏବଂ ସେଠାରେ ସେ କୋଚିଙ୍ଗ ନେଲେ। ଶେଷରେ କଠିନ ପରିଶ୍ରମ କରି ୨୦୦୬ ମସିହାରେ UPSC କ୍ରାକ୍ କଲେ ୪୮ ରାଙ୍କ୍ ରଖିଲେ। ଆଉ ପୁଅ ଯେତେବେଳେ କଲେକ୍ଟର ହୋଇଗଲେ ବାପା ତାଙ୍କୁ ତାଙ୍କ ପୁରୁଣା ରିକ୍ସାରେ ବସାଇ ସହର ସାରା ବୁଲାଇଲେ। ଯଦିଓ ଏବେ ସେ ରିକ୍ସା ଚଳାଉ ନାହାନ୍ତି ତଥାପି ବାପା ଗର୍ବରେ କୁହନ୍ତି ମୁଁ ରିକ୍ସାବାଲା ମୋ ପୁଅ କିନ୍ତୁ କଲେକ୍ଟର। ରିକ୍ସାବାଲାର କଲେକ୍ଟର ପୁଅ।