ଭାରତୀୟ କ୍ୟାପଟେନ ବିରାଟ କୋହଲି ଙ୍କ ଉପରେ ବର୍ଷିଲେ ଗୌତମ ଗମ୍ଭୀର, କହିଲେ ବିରାଟ ଜଣେ……

ସରିଛି ଆଇ ପି ଏଲ ର ଦ୍ଵିତୀୟ କ୍ୱାଲିଫାୟାର ମ୍ୟାଚ୍। ବିରାଟ କୋହଲି ଙ୍କ ଦଳ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର କୁ ହରାଇଛି ସନ୍ ରାଇଯର୍ଶ ହାଇଦ୍ରାବାଦ୍।ଏହାପରେ ନିରାଶ ହୋଇ ପଡିଛନ୍ତି ଆର ସି ବି ଫ୍ୟାନ୍।ଏହାପରେ ବିରାଟ କୋହଲି ଙ୍କୁ ଅନେକ ତାଙ୍କ ପ୍ରଦର୍ଶନ କୁ ନେଇ ସମାଲୋଚନା ମଧ୍ୟ କରିବାରେ ଲାଗିଛନ୍ତି। ଠିକ୍ ଏହି ସମୟରେ କୋଲକାତା ର ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।

ତେବେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଅଧିନାୟକଙ୍କ ଉପରେ ବର୍ଷିଲେ ଭାରତୀୟ ଖେଳାଳୀ ଗୌତମ ଗମ୍ଭୀର।

ତେବେ କୋଲକାତା ରୁ ଖେଳି ଦୁଇଥର ଆଇପିଏଲ ବିଜେତା ହୋଇଥିବା ଅଧିନାୟକ ଗୌତମ ଗମ୍ଭୀର ବିରାଟ କୋହଲି ଏବଂ ତାଙ୍କର ଅଧିନାୟକ କରିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆରସିବି ପ୍ଲେ ଅଫ୍‌ ପାଇଁ ଖେଳିବାର ଯୋଗ୍ୟତା ନାହିଁ ବୋଲି ସେ କହିଛନ୍ତି। କୋହଲୀ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ଅଧିନାୟକ,ଏବଂ ତାଙ୍କୁ ଅନଭିଜ୍ଞ ବୋଲି କୁହାଯାଇ ପାରିବ ନାହିଁ ।

ସେ ଗତ ୮ ବର୍ଷ ଧରି ଆରସିବି ପାଇଁ ଖେଳୁ ଛନ୍ତି, ହେଲେ ଏଯାବତ୍ ଭଲ ପ୍ରଦର୍ଶନ କରି ପାରି ନାହାନ୍ତି ବୋଲି ଗମ୍ଭୀର କହିଛନ୍ତି।ସେହି ସମୟରେ ଯଦି ମହେନ୍ଦ୍ର ସିଂ ଧୋନୀ ଓ ରୋହିତ ଶର୍ମାଙ୍କ କଥା କହିବା ତେବେ ସେମାନଙ୍କ ଦଳ ପାଇଁ ସେମାନେ ଭଲ ପ୍ରଦର୍ଶନ କରି ଆସୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, ରୋହିତ ଶର୍ମା ଭଲ ପ୍ରଦର୍ଶନ କରି ନଥିଲେ, ତାଙ୍କୁ ମୁମ୍ବାଇ ଟିମ୍‌ ର ଅଧିନାୟକରୁ ହଟାଇ ଦିଆ ଯାଇଥାନ୍ତା ବୋଲି କହିଛନ୍ତି ଗମ୍ଭୀର । ଏହି ମ୍ୟାଚ୍ ରେ ଧୋନୀ ତିନିଟି ଟାଇଟଲ ଓ ରୋହିତ ଶର୍ମା ଚାରିଟି ଟାଇଟଲ ଜିତିଛନ୍ତି ଏବଂ ଆଇପିଏଲ କପ୍ କୁ ହାତେଇ ଅଛନ୍ତି।ସେଥିପାଇଁ ସେମାନେ ଏତେଦିନ କ୍ୟାପଟେନସିପ୍‌ କରୁଛନ୍ତି ଏବଂ ତାଙ୍କର ଫ୍ୟାନ ମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରି ପାରିଛନ୍ତି ।

କିନ୍ତୁ ବିରାଟ କୋହଲି ତାଙ୍କ ଦଳର ପରାଜୟ ପାଇଁ ଏବଂ ଟିମର ପ୍ରଦର୍ଶନ ପାଇଁ ଉତ୍ତରଦାୟୀ ହେବା ନିହାତି ଦରକାର ବୋଲି ଗୌତମ କହିଛନ୍ତି। ତାଙ୍କ ମତରେ ବିଭିନ୍ନ ଲୋକଙ୍କ ପାଇଁ ଭିନ୍ନଭିନ୍ନ ୟାର୍ଡଷ୍ଟିକ୍‌ ରହିବା ଉଚିତ୍‌ ବୋଲି ସେ କହିଛନ୍ତି ।

ତେବେ ବିରାଟ ଙ୍କ ଏଭଳି ପ୍ରଦର୍ଶନ ବାସ୍ତବିକ ଭାବରେ ଦୁଃଖ ଦାୟକ ଏବଂ ଆଦୌ ଗ୍ରହଣୀୟ ନୁହେଁ। ଜଣେ ଅନଭିଜ୍ଞ ଖେଳାଳୀ ଙ୍କ ପାଖରୁ ପ୍ରଶଂସକ ଏବଂ କ୍ରିକେଟ ପ୍ରେମୀ ମାନେ ଏଭଳି କିଛି ଆଶା କରି ନଥାନ୍ତି।ତେବେ ପ୍ଲେ ଅଫ୍ କୁ ଆରସିବି ଯିବା ପରେ ସମସ୍ତ ପ୍ରଶଂସକ ଏବଂ ଫ୍ୟାନ ମାନେ ବହୁତ୍ ଖୁସି ହୋଇଥିଲେ। କିନ୍ତୁ ସନ୍ ରାଇଜରସ୍ ପାଖରୁ ଏଭଳି ଦୟନୀୟ ଭାବରେ ପରାସ୍ତ ହେବା ପରେ କୋହଲି ଙ୍କୁ ଅନେକ ସମାଲୋଚନା ର ଶିକାର ହେଉଥିବା ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।