ଭାରତର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କେତେ ଦରମା ମିଳେ ? ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ମାସିକ ଦରମା କେତେ ଜାଣନ୍ତୁ…

ଯେ କୌଣସି ରାଜ୍ୟର ମୁଖ୍ୟ ଶାସନ ଭାର ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ଉପରେ ନ୍ୟସ୍ତ ରହିଥାଏ। ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ନିୟମ, ଘୋଷଣା ଆଦି କରିଥାନ୍ତି। ରାଜ୍ୟର ମୁଖ୍ୟମନ୍ତ୍ରୀ ହେଉଛନ୍ତି ରାଜ୍ୟର ମୁଖ୍ୟ ଶାସକ। ଯେଉଁ ଦଳ ଅଧିକ ସଂଖ୍ୟା ଗରିଷ୍ଠତା ହାସଲ କରେ,ସେହି ଦଳର ସରକାର ରାଜ୍ୟରେ ତିଆରି ହୋଇଥାଏ।ଆଉ ସେମାନେ ରାଜ୍ୟର ନୀତି ନିର୍ଧାରଣ କରିଥାନ୍ତି।ତେବେ କହିବାକୁ ଗଲେ ମୁଖ୍ୟମନ୍ତ୍ରୀ ଙ୍କ ଉପରେ ଅନେକ ଦାୟିତ୍ୱ ରହିଥାଏ  ।

ଗୋଟିଏ ରାଜ୍ୟକୁ ପରିଚାଳିତ କରିବା ପାଇଁ ଏବଂ ସୁଶାସନ ଦେବା ପାଇଁ। ତେବେ ଆପଣ ମାନେ କଣ ଜାଣିଛନ୍ତି କି ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ସବୁ ଗୁରୁ ଦାୟିତ୍ୱ କୁ ତୁଲାଇବା ପାଇଁ କେତେ ଟଙ୍କା ଦରମା ନେଇଥାନ୍ତି ଏବଂ ସେହି ଦରମା ସମସ୍ତ ରାଜ୍ୟ ପାଇଁ ସମାନ ଥାଏ ନା ଭିନ୍ନ ଭିନ୍ନ ହୋଇଥାଏ।

ମୁଖ୍ୟମନ୍ତ୍ରୀ ଙ୍କ ଦରମା ବିଷୟରେ ହୁଏତ ସମସ୍ତଙ୍କୁ ଜଣା ନଥିବ। ତେବେ ଆଜି ଆମେ ଏହି ଲେଖା ମାଧ୍ୟମରେ ଜାଣିବା ଆମ ରାଜ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବଂ ଭାରତର ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ଦରମା ବିଷୟରେ।ସେମାନେ ମାସକୁ କେତେ ଟଙ୍କା ଦରମା ପାଇଥାନ୍ତି। ଆପଣ ଏହା ମଧ୍ୟ ଜାଣି ରଖନ୍ତୁ ଯେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ଦରମା ଭିନ୍ନ ଭିନ୍ନ ହୋଇଥାଏ।

ସମସ୍ତେ ସମାନ ବେତନ ପାଇ ନଥାନ୍ତି।ଆଉ ଏହା ମଧ୍ୟ ଜାଣି ରଖନ୍ତୁ ଯେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ବେତନ ପ୍ରତି ୧୦ ବର୍ଷରେ ବୃଦ୍ଧି ପାଇଥାଏ। ଯେଉଁଭଳି ଭାବେ ଭାରତର ବିଧାୟକଙ୍କ ବେତନରେ ମହଙ୍ଗା ଭତ୍ତା ଏବଂ ଅନ୍ୟ ଭତ୍ତା ସାମିଲ୍ ଅଛି, ସେହିପରି ମୁଖ୍ୟମନ୍ତ୍ରୀ ମାନଙ୍କୁ ବି ଅନେକ ସୁବିଧା ସୁଯୋଗ ମିଳିଥାଏ।

ତେବେ ଯଦି ସବୁଠାରୁ ଅଧିକ ଦରମା ପାଉଥିବା ମୁଖ୍ୟମନ୍ତ୍ରୀ ଙ୍କ କଥା କହିବା ତେବେ ସେ ହେଉଛନ୍ତି ତେଲେଙ୍ଗାନା ର ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ, ଯାହାଙ୍କ ମାସିକ ଦରମା ହେଉଛି ୪,୧୦,୦୦୦ ଟଙ୍କା।ଆଉ ସବୁଠାରୁ କମ୍ ବେତନ ପାଉଥିବା ମୁଖ୍ୟମନ୍ତ୍ରୀ ହେଉଛନ୍ତି ନାଗାଲାଣ୍ଡ ର ମୁଖ୍ୟମନ୍ତ୍ରୀ ନେଫିୟୁ ରିଓ।

ଯାହାଙ୍କ ବେତନ ଦେଢ଼ ଲକ୍ଷ ରୁ ବି କମ୍ ଅଟେ। ଅର୍ଥାତ୍ ତାଙ୍କର ବେତନ ୧,୧୦,୦୦୦ ଟଙ୍କା ଅଟେ।ତେବେ ଆମ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କେତେ ଦରମା ପାଆନ୍ତି ତାହା ଜାଣିବାକୁ ନିଶ୍ଚିତ ଆପଣଙ୍କ ଇଚ୍ଛା ଥିବ। ଯିଏକି ଦୀର୍ଘ ୨୧ ବର୍ଷ ଧରି ଓଡ଼ିଶାର ଶାସନ ଭାର ଚଳାଇ ଆସୁଛନ୍ତି।

ସୂଚନା ଅନୁସାରେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ଙ୍କ ବର୍ତ୍ତମାନ ର ଦରମା ହେଉଛି ୧ ଲକ୍ଷ ୬୦ ହଜାର ଟଙ୍କା।ତେବେ ଅନ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ୧,୧୦,୦୦୦ ଟଙ୍କା ରୁ ଆରମ୍ଭ କରି୪,୧୦,୦୦୦ ଟଙ୍କା ଭିତରେ ଦରମା ପାଇଥାନ୍ତି। ନାଗାଲାଣ୍ଡ ଉପରକୁ ପୁଡୁଚେରୀ ର ମୁଖ୍ୟମନ୍ତ୍ରୀ ୧ ଲକ୍ଷ ୨୦ ହଜାର ଟଙ୍କାର ଦରମା ପାଇଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।