ଭାରତର Top 5 ଧନୀ ଭିକାରୀ : ଫ୍ଲାଟ୍ ସହ ଅଛି କୋଟି କୋଟି ଟଙ୍କାର ସମ୍ପତ୍ତି ତାଙ୍କ ସମ୍ପତି ବିଷୟରେ ଜାଣିଲେ ହୋଇଯିବେ ତାଯୁବ…

ଦୁନିଆରେ ନିଜକୁ ତିଷ୍ଠି ରଖିବା ପାଇଁ ଲୋକେ ଅନେକ ପ୍ରକାରର ବୃତ୍ତି କୁ ଆପଣେଇ ଥାଆନ୍ତି। ବେଳେବେଳେ ଆମ ଚାରିପଟେ ଏମିତି ପ୍ରକାରର ଅଭାବ ଅନଟନ ଦେଖିବାକୁ ମିଳିଥାଏ ତାହା ସମସ୍ତଙ୍କୁ ଦୁଃଖୀ କରି ଦେଇଥାଏ ଓ ବହୁତ୍ ଗମ୍ଭୀର ଦୁଃଖ ପହଞ୍ଚାଇ ଥାଏ। ଆଉ ବେଳେବେଳେ ମଣିଷର ଭାଗ୍ୟ ଏମିତି ବଦଳି ଯାଏ ଯେ ସେ ଖୁସିରେ ବିଭୋର ହୋଇଯାଏ। ଦୁଃଖ ସୁଖ ଭରା ଏହି ଦୁନିଆରେ ଏମିତି ଅନେକ ଖବର ଆମ ସମ୍ମୁଖକୁ ଆସିଥାଏ। ସେହିଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଶୁଣିଲା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। କାରଣ ଏହା ସମସ୍ତଙ୍କୁ ଚକିତ କରିବା ଭଳି ଘଟଣା।

ବନ୍ଧୁଗଣ ଆପଣ ଅନେକ ସମୟରେ ଭିକାରୀ ମାନଙ୍କ ସଂସ୍ପର୍ଶରେ ଆସିଥିବେ। ଅନେକ ଲୋକ ବିଭିନ୍ନ କାରଣରୁ ଭିକ୍ଷା ବୃତ୍ତି କୁ ଆପଣେଇ ଥାଆନ୍ତି।କେହି କେହି ଭିକାରୀ ମାନଙ୍କୁ ଖୁସିରେ ଦାନ ଧର୍ମ କରିଥାନ୍ତି ତ କେହି ପୁଣି ସେମାନଙ୍କୁ ଘୃଣା ଚକ୍ଷୁ ରେ ଦେଖିଥାନ୍ତି। ତେବେ ସେମାନଙ୍କ ପ୍ରତି ଅନେକାଂଶରେ ସହାନୁଭୂତି ଏଥିପାଇଁ ଆସିଥାଏ କି ଭିକାରୀ ମାନେ ଏକ ଅସହାୟ ଏବଂ ସାଧାରଣ ଠାରୁ କମ୍ ଜୀବନ ଶୈଳୀ ଅତିବାହିତ କରନ୍ତି। ତେବେ ଆପଣ କଣ ଜାଣିଛନ୍ତି କି କିଛି ଭିକାରୀ ଏମିତି ଅଛନ୍ତି ଯେଉଁମାନେ କି କୋଟିପତି ଅଟନ୍ତି। ତଥାପି ସେମାନେ ରାସ୍ତାକଡ଼ରେ ଭିକ୍ଷା ବୃତ୍ତି କରିଥାନ୍ତି। ଆସନ୍ତୁ ସେହିଭଳି କିଛି ଭିକାରୀ ମାନଙ୍କ ବିଷୟରେ ଜାଣିବା।

୧) ଭରତ ଜୈନ୍ (ମୁମ୍ବାଇ)-

ଆପଣଙ୍କୁ କହି ରଖୁଛୁ କି ଟପ୍ ୫ ଭିକାରୀ ମାନଙ୍କ ତାଲିକାରେ ପ୍ରଥମରେ ରହିଛନ୍ତି ଭାରତ ର ଭରତ ଜୈନ୍। ସେ ମାସକୁ ୭୫ ହଜାର ଟଙ୍କା ଆୟ କରୁଥିବା ବେଳେ ତାଙ୍କର ମୁମ୍ବାଇରେ ଦୁଇଟି ଫ୍ଲାଟ ଅଛି ଯାହାର ଆନୁମାନିକ ମୂଲ୍ୟ ୧୪୦ ଲକ୍ଷ ଟଙ୍କା ଅର୍ଥାତ, ୧ କୋଟି ୪୦ ଲକ୍ଷ ଟଙ୍କାର ସମ୍ପତ୍ତି ମାଲିକ ହେଉଛନ୍ତି ଭରତ।

୨) ଲକ୍ଷ୍ମୀ ଦାସ୍ (କଲିକତା)-

ଭିକାରୀ ତାଲିକାରେ ରହିଛନ୍ତି କଲିକତାର ଲକ୍ଷ୍ମୀ ଦାସ୍।୧୬ ବର୍ଷରୁ ଭିକ୍ଷାବୃତ୍ତି ଆରମ୍ଭ କରିଥିବା ଲକ୍ଷ୍ମୀ ଏବେ ଲକ୍ଷଲକ୍ଷ ଟଙ୍କାର ମାଲିକ।

୩) ଗୀତା ତିସରେ ( ମୁମ୍ବାଇ)-

ମୁମ୍ବାଇର ଚରନୀ ରୋଡ଼ ନିକଟରେ ଭିକ ମାଗୁଥି ବା ଏହି ଭିକାରୀ ଜଣଙ୍କ ମାସକୁ ୪୫ ହଜାର ଟଙ୍କା ଆୟ କରନ୍ତି। ମୁମ୍ବାଇରେ ତାଙ୍କର ଏକ ଫ୍ଲାଟ୍ ରହିଛି।

୪) ଚନ୍ଦ୍ର ଆଜାଦ୍-

ଚତୁର୍ଥ ଧନୀ ଭିକାରୀ ତାଲିକାରେ ଥିବା ଏହି ବ୍ୟକ୍ତି ଜଣଙ୍କ ୨୦୧୯ରେ ଏକ ଟ୍ରେନ ଦୁର୍ଘଟଣାରେ ତାଙ୍କର ପ୍ରାଣ ହରାଇବା ପରେ ତାଙ୍କ ପାଖରୁ ୮.୫ ଲକ୍ଷ ଟଙ୍କା ଆକାଉଣ୍ଟ୍ ରେ ଏବଂ ନଗଦ ୧.୫ ଲକ୍ଷ ଟଙ୍କା ଥିବା ପୋଲିସ୍ କହିଥିଲା।

୫) ପପୁ ବାବୁନ୍ (ପାଟନା)-

ଏକ ଟ୍ରେନ ଦୁର୍ଘଟଣା କାରଣରୁ ନିଜ ଗୋଡ଼ ହରାଇବା ପରେ ଭିକ୍ଷା ବୃତ୍ତି କୁ ଆପଣେଇ ରେଲୱେ ଷ୍ଟେସନ ରେ ଭିକ୍ଷା ବୃତ୍ତି କରୁଥିବା ଥିବା ପପୁ ଏବେ ୧.୨୫ କୋଟି ଟଙ୍କାର ମାଲିକ ଅଟନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।