ପ୍ରଥମ ଥର ପାଇଁ ଫାଶୀ ପାଇବା ପାଇଁ ଯାଉଛନ୍ତି ଭାରତ ର ପ୍ରଥମ ମହିଳା । ତେବେ ଆସନ୍ତୁ ନଜର ପକେଇବା ସବନମ୍ ଙ୍କ ଫାଶୀ କେଶ୍ ଉପରେ ହତ୍ୟା କାଣ୍ଡ ର ଏକ ଏମିତି କାହାଣୀ ଯାହାକୁ ଶୁଣିଲେ ଆପଣ ଙ୍କ ଛାତି ଥରି ଉଠିବ । ଏମିତି ଏକ ରୋମ ତଙ୍କୁରା କାହାଣୀ ଯାହା ହୁଏତ କେହି କେବେ ଜାଣି ନଥିବେ। ଜନ୍ମ କରିଥିବା ବାପା ମା ହୁଏତ କେବେବି ବି ଭାବି ନଥିବେ ତାଙ୍କ ଝିଅ ତାଙ୍କୁ ଏମିତି ମାରି ଦେବ ।
୨୦୦୮ ମସିହା ର ଘଟଣା। ଆମ୍ରହମ୍ ଜିଲ୍ଲା ର ହସନ୍ ପୁର କ୍ଷେତ୍ର ରେ ଥିବା ରୁହନ୍ତି ଶିକ୍ଷକ ସକତଅଲି । ସକତଅଲି ଙ୍କ ଝିଅ ସବନମ । ସବନମ୍ ଙ୍କ ସହିତ ସଲିମ୍ ଙ୍କ ର ପ୍ରେମ ସମ୍ପର୍କ ଥିଲା। ସବନମ୍ ଭୂଗୋଳ ଓ ଇଂରାଜୀ ରେ ଡବଲ ଏମେ କରିଥିଲେ । ସବନମ ଙ୍କ ପରିବାର ଲୋକ ମାନଙ୍କ ର ପ୍ରଚୁର ଜମିବାଡ଼ି ମଧ୍ୟ ଥିଲା ଆଉ ସଲିମ ଜଣେ ପଞ୍ଚମ ଫେଲ ଥିଲା ।
ଆଉ ସେ ଜଣେ ଦିନ ମଜୁରିଆ ଭାବେ କାମ କରୁଥିଲେ । ତେଣୁ ଦୁଇ ଜଣ ଙ୍କ ପ୍ରେମ ସମ୍ପର୍କ କୁ ବିରୋଧ କରୁଥିଲେ ସବନମ୍ ଙ୍କ ପରିବାର। ପରିବାର ଲୋକ ମାନଙ୍କ ଏହି ବିରୋଧ କୁ ସହ୍ୟ କରି ପାରିଲେ ନାହିଁ ସବନମ୍ । ତେଣୁ ନିଜ ପ୍ରେମ ସମ୍ପର୍କ କୁ ଆଗକୁ ବଢାଇବା ପାଇଁ ତିଆରି କଲା ହତ୍ୟାକାଣ୍ଡ ର ନୀଳ ନସ୍କା। ଆଉ ନିଜ ପ୍ରେମିକ ସଲୀମ ସହିତ ମିଶି ହତ୍ୟାକାଣ୍ଡ ଚକ୍ରବିହ୍ୟୁ ରଚନା କଲା । ସେଦିନ ହୁଏତ ଯାହା ଘଟିଲା ଆପଣ ଶୁଣିଲେ କହିବେ ଏହା ବିଶ୍ୱାସ ରେ ବିଷ ଦେବା ପରି ହୋଇଛି।
ପରିବାର ଲୋକ ମାନଙ୍କୁ ପ୍ରଥମେ ବେହୋସ୍ କରିବା ପାଇଁ କ୍ଷୀର ରେ କିଛି ମିଶାଇ ପିଆଇ ଦେଇ ଥିଲା ସବନମ୍ । ଜଣ ଜଣ କରି ସମସ୍ତେ ବେହୋସ୍ ହୋଇ ଯାଇଥିଲେ ଓ ଏହା ପରେ ଏକ କୁରାଢି ଆଣି ସମସ୍ତ ଙ୍କୁ ହତ୍ୟା କରିଥିଲା । ତେବେ ଏମିତି ଏକ ରକ୍ତ ର ହୋଲି ଖେଳିଥିଲା ସବନାମ। ସବନମ୍ ନିଜ ବାପା ମା ସମେତ ୧୦ ବର୍ଷ ର ଭଣଜା ସହିତ ପରିବାର ର ୭ ଜଣ ଙ୍କୁ ହତ୍ୟା କରିଥିଲା । କେହି କିଛି ଭାବିବା ପୂର୍ବରୁ ଚାଲି ଯାଇଥିଲା ସାତ ସାତ ଟି ଜୀବନ ।
ଏହି ହତ୍ୟାକାଣ୍ଡ ପଛର ରହସ୍ୟ ଥିଲା ନିଜ ପ୍ରେମ ସମ୍ପର୍କ କୁ ଆଗକୁ ବଢ଼ାଇବା। ନିଜ ପ୍ରେମ ସମ୍ପର୍କ ରେ ବାଧା ଦେଉଥିବା ପରିବାର ଲୋକ ମାନଙ୍କୁ ଏମିତି ଭାବେ ଛାରଖାର କରି ଦେଇଥିଲା ସବନମ୍ । ଏପଟେ ମା କୁ ଫାଶୀ ଦଣ୍ଡ ରୁ ମୁକ୍ତି ଦେବା ପାଇଁ ରାଜକ୍ଷମା ଆବେଦନ କରିଛି ୧୨ ବର୍ଷର ପୁଅ । ଦିବ୍ୟାଙ୍ଗା ହେଉ କି ଦିବ୍ୟସକ୍ତି , ମଣିଷ ହେଉ କି ନର ହତ୍ୟାକାରୀ ମା ସବୁବେଳେ ମା ହୋଇଥାଏ ବୋଲି ହୃଦୟଙ୍ଗମ କରିଛନ୍ତି ୧୨ ବର୍ଷର ପୁଅ ତେଜ ।
ଏହି ଆବେଦନ କୁ ରାଷ୍ଟ୍ରପତି ପ୍ରତ୍ୟାଖାନ କରି ସାରିଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।