ICUରେ ବଲିଉଡ୍‌ କୋରିଓଗ୍ରାଫର ରେମୋ ଡିସୌଜା, ଡାକ୍ତର ଦେଲେ ଚରମ ବାଣୀ…ଶୀଘ୍ର ଆରୋଗ୍ୟ କାମନା ପାଇଁ ପ୍ରାଥନା କରନ୍ତୁ….

ବଲିଉଡ୍ ଜଗତ ପାଇଁ ପୁଣି ଏକ ଝଟକା ଲାଗିଲା ଭଳି ଖବର ଆସିବା ପରେ ଏହା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। କାରଣ ନିକଟରେ ଜଣେ ଖ୍ୟାତନାମା ତଥା ପ୍ରସିଦ୍ଧ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜାଙ୍କୁ ହୃଦ୍‌ଘାତ ହୋଇଛି।ଏହି ଖବର ଆସିବା ପରେ ଏହା ସମସ୍ତ ପ୍ରଶଂସକ ଙ୍କୁ ଏକ ପ୍ରକାର ଗଭୀର ଆଘାତ ଦେଇଛି।

ତେବେ ସେ ଗୁରୁତର ହୋଇ ପଡ଼ିବା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କୋକିଲାବେନ୍‌ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଛି ବୋଲି ଜଣା ପଡ଼ିଛି।ଆଉ ସେଠାରେ ତାଙ୍କୁ ସର୍ଜରୀ କରା ଯାଇଛି। ଏହା ପରେ ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା କୁହା ଯାଉଛି।

ତେବେ ସୂଚନା ଅନୁସାରେ ଗତ ଶୁକ୍ରବାର ଅପରାହ୍ନରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ରେମୋ। ଏଣୁ ତାଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରା ଯାଇଥିଲା। ଏହାପରେ ସର୍ଜରୀରେ ତାଙ୍କ ହାର୍ଟରୁ ବ୍ଲକେଜ କୁ ହଟାଇବା ସହିତ ଏହା ପରେ ତାଙ୍କୁ ଆଇସିୟୁ କୁ ସିଫ୍ଟ କରି ଦିଆଯାଇଛି।ତେବେ ତାଙ୍କ ସହିତ ଉକ୍ତ ହସପିଟାଲରେ ତାଙ୍କ ସ୍ତ୍ରୀ ଲିଜେଲ୍‌ ଏବଂ କୋରିଓଗ୍ରାଫର ଧର୍ମେଶ ଉପସ୍ଥିତ ରହିବା ସହିତ ତାଙ୍କର ସମ୍ପର୍କୀୟ ମଧ୍ୟ ରହିଛନ୍ତି।

ବର୍ତ୍ତମାନ ସମୟରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ପୂର୍ବ ଅପେକ୍ଷା ସୁଧାର ଆସିବା ସହିତ ରେମୋଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ଥିବା ଯାହା ରିପୋର୍ଟ୍ ଆସିଛି। ସେ ଉକ୍ତ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଛନ୍ତି।ତେବେ କୋରିଓଗ୍ରାଫର ରେମୋ ଡିସୁଜା ଙ୍କ ସହ ଏମିତି ଘଟିବାର ଖବର ପାଇବା ପରେ ତାଙ୍କ ପ୍ରଶଂସକ ମାନେ ଭାଙ୍ଗି ପଡ଼ିଛନ୍ତି।ସମସ୍ତେ ଯେମିତି ଏକ ପ୍ରକାରର ସ୍ତବ୍ଧ ହୋଇ ଯାଇଛନ୍ତି ।

ଏହାପରେ ତାଙ୍କର ଅଗଣତି ଫ୍ୟାନ୍ସ ମାନେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।ସେ ବହୁତ୍ ଜଲଦି ସୁସ୍ଥ ହୋଇ, ହସ୍ପିଟାଲ୍ ରୁ ଫେରି ଆସିବା ପାଇଁ କାମନା କରିଛନ୍ତିି ସେମାନେ। ତେବେ ସୂଚନା ମୁତାବକ ଏବେ ରେମୋ ଡିସୁଜା ଙ୍କ ବୟସ ୪୬ ବର୍ଷ ଅଟେ।ଏହି ୪୬ ବର୍ଷିୟ ରେମୋଙ୍କୁ ଆଇସିୟୁକୁ ସିଫ୍ଟ କରି ଦିଆଯାଇଛି। ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି ଉଭୟ ପରିବାର ବର୍ଗ ଏବଂ ପ୍ରଶଂସକ ମାନେ।

ତେବେ ଆପଣ ମାନେ ଜାଣିଥିବେ ରେମୋଙ୍କ ଏବଂ ତାଙ୍କ ପତ୍ନୀ ଲିଜେଲ ଙ୍କର ଦୁଇଟି ପୁଅ ଅଛନ୍ତି। ରେମୋ ଜଣେ ଖ୍ୟତନାମା ଏବଂ ପ୍ରସିଦ୍ଧ କୋରିଓ ଗ୍ରାଫର୍ ଅଟନ୍ତି। ତେବେ ରେମୋଙ୍କର ଏପରି ଖବର ଶୁଣି ତାଙ୍କ ଫ୍ୟାନ୍ସ ଏକଦମ୍‌ ସ୍ତବ୍ଧ ହୋଇ ଯାଇଥିବା ବେଳେ ରେମୋଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି ସେମାନେ। ଆମେ ମଧ୍ୟ ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା କରୁଛୁ ସେ ବହୁତ୍ ଜଲଦି ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।