ଏହି ୩ଟି ଜିନିଷ କରି ନିଅନ୍ତୁ, ଥାଇରଏଡ଼ ମୂଳରୁ ଶେଷ ହୋଇଯିବ | Thyroid Remedy
ଆଜି କାଲି ସମୟ ରେ ଥାଇରଏଡ ସମସ୍ୟା ବହୁତ୍ ସାଧାରଣ ଅଟେ । ଅନେକ ଲୋକ ମାନେ ଏହି ଥାଇରଏଡ଼ ରୋଗ ରେ ଆକ୍ରାନ୍ତ ହୋଇ ଥାଆନ୍ତି । ସାଧାରଣ ଝିଅ ମାନଂକ ଠାରେ ଆଜି କାଲି ଏହି ସମସ୍ୟା ଅଧିକ ଦେଖିବାକୁ ମିଳିଛି। ଥାଇରଏଡ ହେବା ଦ୍ବାରା କେହି କେହି ମୋଟା ହୋଇ ଯାଆନ୍ତି ଆଉ କେହି କେହି ପତଳା ମଧ୍ୟ ହୋଇ ଯାଆନ୍ତି । ଏଥିପାଇଁ ଆମେ ଅନେକ ମେଡ଼ିସିନ୍ ସେବନ କରି ଥାଉ।
ତେବେ ଆଜି ଆମେ ଏମିତି ଏକ ଘରୋଇ ଉପଚାର ବିଷୟ ରେ ଜାଣିବା ଯାହାର ପ୍ରୟୋଗ ଦ୍ଵାରା ଆପଣ ନିଜ ଥାଇରଏଡ ସମସ୍ୟା କୁ ସବୁଦିନ ପାଇଁ ନର୍ମାଲ କରି ପାରିବେ ଓ ଦୂରେଇ ପାରିବେ ।
ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ ପାତ୍ର ରେ ଏକ ଗ୍ଲାସ ପାଣି ନିଅନ୍ତୁ । ଏହା ପରେ ଏଥିରେ ମିଶାଇବା ପାଇଁ ଆପଣ ଙ୍କୁ ଧନିଆ ଗୁଣ୍ଡ ଆବଶ୍ୟକ। ଧନିଆ ଗୁଣ୍ଡ ପରିବର୍ତ୍ତେ ଆପଣ ଗୋଟା ଧନିଆ ମଧ୍ୟ ପ୍ରୟୋଗ କରା ପାରିବେ। ତେଣୁ ପ୍ରଥମେ ଗୋଟା ଧନିଆ କୁ ରାତି ସାରା ବିଝାଇ ରଖି ଏହାର ପ୍ରୟୋଗ କରନ୍ତୁ। ତେବେ ବହୁ ପୁରାତନ କାଳ ରୁ ଥାଇରଏଡ ସମସ୍ୟା କୁ ଭଲ କରିବା ପାଇଁ ଧନିଆ ଗୁଣ୍ଡ ର ବ୍ୟବହାର କରାଯାଉଛି ।
ତେଣୁ ସେହି ପାଣି ରେ ଦୁଇ ଚାମଚ ଧନିଆ ଗୁଣ୍ଡ ମିଶାନ୍ତୁ ଓ ଏହାକୁ ଗୋଳାଇ ଦିଅନ୍ତୁ। ଏଥିରେ ପ୍ରୟୋଗ କରିବା ପାଇଁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ଯଷ୍ଟି ମଧୁ। ପ୍ରଥମେ ଏହାକୁ ଛେଚି ଦିଅନ୍ତୁ ଓ ଏହାପରେ ଏଥିରେ ପକାନ୍ତୁ । ଏଠାରେ କହି ରଖିବି ଥାଇରଏଡ଼ ଗ୍ରନ୍ଥି କୁ ନିୟୁତ୍ରଲାଇଯି କରିବା ପାଇଁ ଯଷ୍ଟି ମଧୁ ବହୁତ୍ ଉପକାରୀ ଅଟେ।ତେଣୁ ଯଷ୍ଟି ମଧୁ ର ପ୍ରୟୋଗ ଏହି କାଢା ପ୍ରସ୍ତୁତ କରିବା ପାଇଁ ନିହାତି ପ୍ରୟୋଗ କରନ୍ତୁ।
ଏହା ପରେ ଏହାକୁ ଫୁଟିବା ପାଇଁ କିଛି ସମୟ ଛାଡ଼ି ଦିଅନ୍ତୁ। ଏହାକୁ ସେତିକି ସମୟ ଜାଏ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ଏହା ଅଧା କପ୍ ନହୋଇଯିବ। ଏହା ପରେ ଏହାକୁ ଥଣ୍ଡା କରି ଏକ ପାତ୍ର ରେ ଛାଣି ରଖନ୍ତୁ। ତେବେ ବର୍ତ୍ତମାନ ଆମର ଉପଚାର ପ୍ରସ୍ତୁତ ହୋଇ ସାରିଛି।
ବ୍ୟବହାର ପ୍ରଣାଳୀ-
ଏହାକୁ ଆପଣ ପ୍ରତିଦିନ ସକାଳେ ଖାଲି ପେଟ ରେ ସେବନ କରନ୍ତୁ । ତେବେ ଯଦି ଆପଣ ଥାଇରଏଡ ମେଡ଼ିସିନ୍ ଖାଉ ଅଛନ୍ତି ତେବେ ମେଡ଼ିସିନ୍ ଖାଇବା ର ଅଧଘଣ୍ଟା ପୂର୍ବରୁ ଏହାର ସେବନ କରନ୍ତୁ ଓ ଏହାର ସେବନ କରିବା ଅଧଘଣ୍ଟା ପରେ ଜଳଖିଆ କରନ୍ତୁ ।
ତେବେ ଆପଣ ଏହାକୁ 30 ଲଗାତାର ସେବନ କରନ୍ତୁ । 30 ଦିନ ପରେ ଥାଇରଏଡ ଟେଷ୍ଟ କରି ଦେଖିବେ ଆପଣଙ୍କ ଥାଇରଏଡ ବହୁତ୍ ନର୍ମାଲ ହୋଇ ଯାଇଥିବ । ଏହା ସହିତ ଯଦି ଆପଣ ହାଲୁକା ଉଷୁମ ପାଣି ରେ ଲୁଣ ମିଶାଇ ଗାଗଲିଂ କରିବେ ତେବେ ଥାଇରଏଡ ଯୋଗୁ ହୋଇଥିବା ସଂକ୍ରମଣ ବହୁତ୍ ମାତ୍ରା ରେ ଭଲ ହୋଇଯିବ।