ଶୁଣନ୍ତୁ viral କଲ୍ recording- ସିଙ୍ଗର ହ୍ୟୁମାନ ସାଗରଙ୍କ ବିରୁଦ୍ଧରେ ସ୍ତ୍ରୀ ଆଣିଲେ ଅଭିଯୋଗ, ଘରୋଇ ହିଂସାକୁ ନେଇ ଥାନାର ଦ୍ଵାରସ୍ଥ

ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଗାୟକ ଓ ଗାୟିକା ଅଛନ୍ତି କିନ୍ତୁ ତାଙ୍କ ମଧ୍ୟରୁ ଏବେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ନମ୍ବର ୱାନ ଗାୟକ ଭାବେ ପରିଚିତ ଅଛନ୍ତି | ଯାହାକି ସେ ତାଙ୍କର ସୁନ୍ଦର କଣ୍ଠ ମାଧ୍ୟମ ରେ ପୁରା ଓଡ଼ିଶାର ଦର୍ଶକଙ୍କ ମନରେ ରାଜ କରୁଛନ୍ତି | କିନ୍ତୁ ବର୍ତ୍ତମାନ ସମୟରେ ତାଙ୍କୁ ନେଇ ଏପରି ଏକ ଖବର ସାମ୍ନା କୁ ଆସିଛି ଯାହାକୁ ଶୁଣିଲେ ଆପଣ ନିହାତି ଚମକି ଉଠିବେ |

ଓଡ଼ିଆ କଣ୍ଠଶୀଳ୍ପ ହ୍ୟୁମାନ ସାଗର ଙ୍କ ବିରୁଦ୍ଧରେ ତାଙ୍କ ସ୍ତ୍ରୀ ଏବେ ଅଭିଯୋଗ ଆଣିଛନ୍ତି ଆଉ ଅଭିଯୋଗ ରେ କହିଛନ୍ତି କି ହ୍ୟୁମାନ ମତେ ବହୁତ ମାରୁଛନ୍ତି | ସବୁବେଳେ ମତେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଛନ୍ତି, ତାଙ୍କର ଏଭଳି ଅତ୍ୟାଚାର କୁ ମୁଁ ଆଉ ସହି ପାରୁ ନାହିଁ |

ତେବେ ଓଡ଼ିଶା ଲୋକ ପ୍ରିୟ କଣ୍ଠଶୀଳ୍ପ ହ୍ୟୁମାନ ସାଗର ଙ୍କ ନାଁ ରେ ଏମିତି କିଛି ଏବେ ଅଭିଯୋଗ ଆସି ପହଞ୍ଚିଛି | ଯାହାକି ଏହି ଅଭିଯୋଗ ଟି ତାଙ୍କ ଧର୍ମ ପତ୍ନୀ ଆଣିଛନ୍ତି | ଯାହାଙ୍କ ଗୀତରେ ରାଜ୍ୟରେ ସବୁ ଯୁବପିଢ଼ି ମତୁଆଲା ହୁଅନ୍ତି ଯାହାଙ୍କର ଗୀତ କୁ ସମସ୍ତେ ସବୁବେଳେ ଗୁଣ ଗୁଣାଉ ଥାଆନ୍ତି ସେହି ହ୍ୟୁମାନ ସାଗର ଏବେ ନିଜ ସ୍ତ୍ରୀ ନିର୍ଯାତନା ମାମଲା ରେ ଛନ୍ଦି ହୋଇ ଯାଇଛନ୍ତି |

ହ୍ୟୁମାନ କୁଆଡେ ଗଲା କିଛି ମାସ ହେବ ସ୍ତ୍ରୀଙ୍କୁ ଅବହେଳା କରିବା ସହିତ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନା ଦେଉ ଥିଲେ | ଆଉ ରାତିରେ ଘରକୁ ଆସିଲେ ସ୍ତ୍ରୀ ଙ୍କୁ ମାଡ଼ ମାରୁ ଥିଲେ, ଖରାପ ବ୍ୟବହାର କରୁ ଥିଲେ ଏବଂ ପୂର୍ବ ଭଳି ତାଙ୍କୁ କୁଆଡେ ଆଉ ଭଲ ପାଉ ନଥିଲେ |

ତେବେ ଏମିତି କିଛି ଅଭିଯୋଗ ଏବେ ହ୍ୟୁମାନ ଙ୍କ ଧର୍ମ ପତ୍ନୀ ଆଣିଛନ୍ତି | ତେବେ ବଲାଙ୍ଗୀର ର ଏହି କଣ୍ଠଶିଳ୍ପୀ ଏବେ କଟକ ସିଟି ରେ ରହୁଛନ୍ତି, କିନ୍ତୁ ଏହି କିଛି ମାସ ହେବ ପାରିବାରିକ ଅଶାନ୍ତି ଯୋଗୁଁ ସ୍ତ୍ରୀ ବାଲେଶ୍ୱର ରେ ଥିବା ବାପ ଘରକୁ ଚାଲି ଯାଇଛନ୍ତି |

ହେଲେ ହ୍ୟୁମାନ ଙ୍କ ଆଚରଣ ରେ କିଛି ସୁଧାର ନ ହେବାରୁ ମଙ୍ଗଳବାର କଟକ ଡିସିପି ମିନାକ୍ଷୀ ମିଶ୍ର ଙ୍କ କାର୍ଯ୍ୟାଳୟ ରେ ପହଞ୍ଚି ହ୍ୟୁମାନ ଙ୍କ ସ୍ତ୍ରୀ ଅଭିଯୋଗ କରି ଥିଲେ | ଡିସିପି ଏହି ଘଟଣା ର ତଦନ୍ତ ପାଇଁ ମହିଳା ଥାନାରେ ନିର୍ଦ୍ଧେଶ ଦେଇଥିବା ବେଳେ ହ୍ୟୁମାନ ଙ୍କୁ ଥାନାରେ ହାଜର ହେବା ପାଇଁ କୁହା ଯାଇଛି | ତେବେ ଏହି ଘଟଣା ଟି ବର୍ତ୍ତମାନ ସମୟରେ ଖୁବ ଚର୍ଚ୍ଚା ର ବିଷୟ ପାଲଟିଛି ଯାହାକୁ ଯିଏ ବି ଶୁଣୁଛି ସେ ବିଶ୍ୱାସ ମଧ୍ୟ କରି ପାରୁ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।