ହେ ପ୍ରଭୁ ! ଡାକ୍ତରଖାନାରେ ସ୍ୱାମୀକୁ ଛାଡ଼ି ଚମ୍ପଟ ମାରିଲେ ସ୍ତ୍ରୀ: ଫୋନ୍ କରି କହିଲେ.. ‘ମୁଁ ପଳାଇ ଆସିଛି .. ଭଲରେ ରହିବ’……
ସ୍ୱାମୀକୁ ଛାଡ଼ି ଚମ୍ପଟ ମାରିଲା ସ୍ତ୍ରୀ। ଏକଥା ଶୁଣି ହୁଏତ ଆପଣଙ୍କୁ ସାମାନ୍ୟ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ବାସ୍ତବରେ ଘଟିଛି। ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆସିଥିବା ବେଳେ ସ୍ୱାମୀକୁ ଛାଡି ସ୍ତ୍ରୀ ଚମ୍ପଟ ମାରି ଦେଇଛି।ଆଉ ତାକୁ ଖୋଜିବ ନାହିଁ ବୋଲି ମଧ୍ୟ କହି ଦେଇ ଯାଇଛି। ଯାହାକୁ ପରେ ଜାଣି ସ୍ବାମୀ ଅବାକ୍ ହୋଇ ଯାଇଛି ଏବଂ ଆଶ୍ଚର୍ଯ୍ୟ ହୋଇ କଣ କରିବ କଣ ନକରିବ ତାହା ଜାଣି ନପାରି ପୋଲିସ୍ ଥାନା ର ଦ୍ୱାରସ୍ଥ ହୋଇଛି।
ତେବେ ଏହିଭଳି ଏକ ଘଟଣା ଘଟିଛି ସମଗ୍ର ଅଞ୍ଚଳରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଯାହାକୁ ନେଇ ଲୋକେ ଆଲୋଚନା ଏବଂ ସମାଲୋଚନା କରିବାରେ ଲାଗିଛନ୍ତି।
ତେବେ ଏହିଭଳି ଏକ ଅଜବ ଘଟଣାଟି ଘଟିଛି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ଅନ୍ତର୍ଗତ ଶଙ୍ଖୋ ଗ୍ରାମରେ।ଏଠାରେ ସ୍ତ୍ରୀ ଜଣଙ୍କ ହସ୍ପିଟାଲ୍ ରେ ତାର ସ୍ୱାମୀକୁ ଛାଡ଼ି ଛୁ ମାରି ଦେଇଛି।ତେବେ ଏହାକୁ ନେଇ ଉକ୍ତ ସ୍ୱାମୀ ଜଣଙ୍କ ପ୍ରଥମେ ଘସିପୁରା ଥାନା ରେ ଅଭିଯୋଗ କରିଥିଲେ। ଫଳ ନମିଳିବା ରୁ ପୁଣି ସେ ପରେ ଯାଇ ନନ୍ଦିପଦା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି।
ତେବେ ଯାହା ଅଭିଯୋଗ ରହିଛି ସେହି ଅଭିଯୋଗ ରୁ ଜଣା ଯାଇଛି ଯେ, ନନ୍ଦିପଦା ଥାନା ଶଙ୍ଖୋ ଗ୍ରାମର ନିରଞ୍ଜନ ଦାସଙ୍କ ପୁଅ କଳ୍ପତରୁ ଦାସ, ଗତ ଜୁନ୍ ମାସରେ ଭଣ୍ଡାରୀ ପୋଖରୀ ଥାନା ଅନ୍ତର୍ଗତ ଅଙ୍ଗାରଗଡିଆ ଗ୍ରାମର ସୁଜାତା ଦାସଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ।ଏହାପରେ ଦୁହେଁ ସ୍ବାମୀ ସ୍ତ୍ରୀ ଭାବରେ ଚଳି ଆସୁଥିଲେ।
ତେବେ ଏହି ନଭେମ୍ବର ୨୪ ତାରିଖ ଦିନ ସୁଜାତାର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ କଳ୍ପତରୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ସୁଜାତା ଙ୍କୁ ନେଇ ଯାଇଥିଲେ। ଏହାପରେ ସେଠାରେ ସେ ଡାକ୍ତରଙ୍କୁ ଦେଖାଇ ସାରିବା ପରେ ଆଉଟ୍ଡୋର ନିକଟରେ ସୁଜାତାଙ୍କୁ ଠିଆ ହେବାପାଇଁ କହି ଔଷଧ ଆଣିବା ପାଇଁ ଯାଇଥିଲେ ଅନ୍ୟତ୍ର ସ୍ଥାନକୁ। କିନ୍ତୁ ଫେରିବା ବେଳକୁ ସବୁ ଓଲଟ ପାଲଟ ହୋଇ ଯାଇଥିଲା ଏବଂ ସେଠାରେ ତାଙ୍କ ସ୍ତ୍ରୀ ଆଉ ନଥିଲେ।
ଏହାପରେ କଳ୍ପତରୁ ଡାକ୍ତରଖାନା ପରିସର ସମେତ ଅନ୍ୟସ୍ଥାନରେ ବି ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ସୁଜାତାକୁ ପାଇବାରେ ବିଫଳ ହୋଇଥିଲେ ସ୍ବାମୀ।ଆଉ ଏହାପରେ କିଛି ସମୟ ପରେ କଳ୍ପତରୁ ଙ୍କ ଫୋନ୍ କୁ କଲ୍ ଆସିଥିଲା ଯେ, ମୁଁ ପଳାଇ ଆସିଛି, ମୋତେ ଖୋଜିବ ନାହିଁ, ତୁମେ ଭଲରେ ରହିବ ଏବଂ ଥାନାରେ କେସ୍ କରିବ ନାହିଁ ।ତେବେ ସ୍ଵାମୀଙ୍କ କହିବା ଅନୁସାରେ ସୁଜାତା ଘରୁ ଗଲାବେଳେ ତିନୋଟି ଶାଢ଼ି, ଅନେକ ସୁନାରୁପା ଅଳଙ୍କାର ଓ ନଗଦ ୩୭ ହଜାର ଟଙ୍କା ସାଙ୍ଗରେ ନେଇ ଯାଇଛି।
ଯାହାକୁ ନେଇ କଳ୍ପତରୁ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଛନ୍ତି ଏବଂ ପୁଲିସ ଏକ ଷ୍ଟେସନ ଡାଏରୀ କରିଛି ଏହି ଅଭିଯୋଗ କୁ ନେଇ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।