ଦେଖନ୍ତୁ Shocking ଭିଡ଼ିଓ – ରାତି 12ଟାରେ ନଦୀବନ୍ଧରୁ ସ୍ଥାନାନ୍ତାର ହେଲେ ଲୋକେ, ଆଶ୍ରୟ ଦେଲେ ରୁଦ୍ର ଭାଇ….ରୁଦ୍ର ଭାଇ ଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚିତ
ଏବେ ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ନେଇ ଭୟାବହ ପରିସ୍ଥିତି ସୃଷ୍ଟି ହୋଇଛି । ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ୟା ପ୍ରଭାବ ଦେଖିବାକୁ ମିଳିଛି । ହୀରାକୁଦ ଡ୍ୟାମ 40 ଗେଟ ଖୋଲିବା ପରେ ଏବେ ଲୋକ ମାନେ ଚିନ୍ତାରେ ପଡିଛନ୍ତି । ପୂର୍ବରୁ ମହାନଦୀ ଅବବାହିକାରେ ବଡ ବନ୍ୟା ଆସିଥିଲା ତେବେ ଏଥର କମ ପାଣି ଆସିଥିଲେ ମଧ୍ୟ ସ୍ଥିତି ଅଧିକ ଜଟିଳ ହୋଇଛି ।ଛତିଶଗଡ ଓ ଓଡିଶାରେ ପ୍ରବଳ ବର୍ଷା ହେବା ପରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ଏବେ ଅଧା ଓଡିଶା ପାଣିରେ ଉବୁ ଡୁବୁ ହେଉଛି ଆଉ ଅନେକ ଜନ ଜୀବନ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ତେବେ ଅତ୍ୟଧିକ ବର୍ଷା ହେବା କାରଣ ରୁ ମହାନଦୀ ରେ ଜଳ ବଢି ହୋଇଛି ଏବଂ ଆଖ ପାଖ ଅଞ୍ଚଳ ରେ ଜଳ ଭର୍ତ୍ତି ହୋଇ ରହିଛି ଏବଂ ହଜାର ହଜାର ଲୋକେ ଜଳ ଘେର ଭିତରେ ରହି ଅନେକ ପ୍ରକାରର ସମସ୍ୟା ର ସମ୍ମୁଖିନ ହେଉଛନ୍ତି।
କାହାର ଘରେ ପାଣି ପଶିଲାଣି ତ କାହାର ଚୁଲି ରେ ପାଣି ,ପାଣି ସହ ବିଷାକ୍ତ ଜୀବଜନ୍ତୁ ତଥା ବିଷଧର ସାପ ମଧ୍ୟ ଘର ପଶିଲାଣି। ତେବେ ଏବେ କିନ୍ତୁ ଲୋକଙ୍କ ପାଖରେ କୌଣସି ରାଜନେତା ଙ୍କୁ ଦେଖିବାକୁ ମିଳି ନାହିଁ।ତେବେ ଲୋକଙ୍କ ର ଏହି ପରିସ୍ଥିତି ରେ ଲୋକଙ୍କ ପାଖ ରେ ଯାଇ ପହଁଚିଛନ୍ତି MLA ରୁଦ୍ର ଭାଇ।
ରୁଦ୍ର ବନ୍ୟା ପୀଡିତ ଅଞ୍ଚଳକୁ ବନ୍ୟା ପରିସ୍ଥିତି ସମୀକ୍ଷା କରିବାକୁ ଯାଇ ପହଁଚି ଥିଲେ। ଆଉ ସେଠାରେ ସେ ବନ୍ୟା ପରିସ୍ଥିତି ଦେଖି ବହୁତ ଦୁଃଖିତ ହୋଇ ଯାଇଥିଲେ। ତେବେ ସେ ଲୋକଙ୍କୁ ବନ୍ୟା ସମୟ ରେ ଜମାରୁ ବ୍ୟସ୍ତ ନହୋଇ ଶାନ୍ତି ରେ ସବୁ କାମ ଲରିବାକୁ ପରାମର୍ଶ ଦେଇଥିଲେ। ସେ କହିଛନ୍ତି କି ଚିନ୍ତା କରିବାର କିଛି ନାହିଁ ମୁଁ ସବୁ ବେଳେ ଆପଣ ମାନଙ୍କ ସହ ରହିଛି।
ତେବେ ଖାଲି ଏତିକି ନୁହେଁ ବରଂ ସେ କହିଛନ୍ତି କି ଏବେ ବି ବର୍ଷା ହେଉଛି ଏବଂ ବନ୍ୟା ପାଣି ଆହୁରି ବଢ଼ିବା ର ସମ୍ଭାବନା ରହିଛି। ତେଣୁ ଆପଣ ମାନେ ସାବଧାନ ରୁହନ୍ତୁ ଏବଂ କିଛି ବି ଜରୁରୀ ହେଲେ ଆପଣ ମାନେ ମୋତେ ନିଶ୍ଚୟ ଭାବରେ ଜଣେଇବେ।
ତେବେ ଏହିପରି କହିବା ସହ ଲୋକଙ୍କୁ ସେ ଏହିଭଳି ସଙ୍କଟପୂର୍ଣ୍ଣ ପରିସ୍ଥିତି ରେ ସାହାସ ବଢାଇଛନ୍ତି। ସମ୍ଭାବ୍ୟ ବନ୍ୟାକୁ ନେଇ ଗତ କାଲି ରାତି 12ଟାରେ ରୁଦ୍ର ପ୍ରତାପ ନଦୀବନ୍ଧ ଅଞ୍ଚଳରୁ ଜଳମଗ୍ନ ଲୋକମାନଙ୍କୁ ସ୍ଥାନାନ୍ତର କରିଥିଲେ ଏବଂ ଲୋକମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେଇଛନ୍ତି । ରୁଦ୍ର ଲୋକ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ଏବଂ ସୁରକ୍ଷିତ ସ୍ଥାନକୁ ଆସିବା ପାଇଁ ସେ ଅନୁରୋଧ କରିଛନ୍ତି । ତେବେ ତାଙ୍କର ଏହି ମହାନତାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।