” ମଙ୍ଗଳବାର ହନୁମାନ ଚାଳିଶା ମାତ୍ର ୩ ଦିନ ପାଠ କରନ୍ତୁ..ବଜରଙ୍ଗବାଲି ନିଜେ କରିବେ ଅପଣଙ୍କ ମନଷ୍କାମନା ପୂରଣ କରିବେ….
ଆଜି ଆମେ ଆପଣଙ୍କୁ ଏମିତି କିଛି ବିଷୟରେ କହିବୁ ଯାହାଦ୍ୱାରା ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ କରିପାରିବେ। ଆଉ ଏହିସବୁ ହୋଇ ପାରିବ ଆପଣଙ୍କ ଅତି ପ୍ରିୟ ହନୁମାନ ଚାଳିଶା ଙ୍କ ଏକ ସ୍ୱତନ୍ତ୍ର ବିଧି ଦ୍ୱାରା। ଯେ କୌଣସି ସ୍ତ୍ରୀ ଓ ପୁରୁଷ କରିପାରିବ ଯେହେତୁ କେବଳ ଆପଣ ସାମାନ୍ୟ ବୁଝି ନେବାର ଅଛି। ଆଉ କିଛି ଲୋକ ଜାଣି ନାହାନ୍ତି ଯେ ହନୁମାନ ଚାଳିଶା ପାଠ କରିବାର ବିଧି ଯାହାଦ୍ୱାରା ତାଙ୍କର ମନସ୍କାମନା ପୂର୍ଣ୍ଣ ହୋଇ ନଥାଏ। ତେବେ ଆପଣ ମାନେ କେମିତି ଏହି ହନୁମାନ ଚାଳିଶା ପାଠ କରି ମନସ୍କାମନା ପୂର୍ଣ୍ଣ କରିପାରିବେ ଜଣାଇବୁ। ଜୀବନରେ ଆପଣଙ୍କ ଚାକିରି ବୃତ୍ତି ପାଇଁ ହେଉ ବା ବାଣିଜ୍ୟ ବ୍ୟବସାୟ ରେ ହେଉ, ଋଣ କରଜ ସୁଝିବାରେ ହେଉ, ଆପଣଙ୍କର ସକଳ ସୁଖ ଦୁଃଖ ହେଉ, ପ୍ରେମ ସମ୍ପର୍କ କୁ ସୁଦୃଢ଼ କରିବା ପାଇଁ ହେଉ ଯେ କୌଣସି ପ୍ରକାର ମନସ୍କାମନା କୁ ଆପଣ ତୁରନ୍ତ ପୂର୍ଣ୍ଣ କରିପାରିବେ।
କଳିଯୁଗରେ ପ୍ରତ୍ୟକ୍ଷ ଦେବତା ହେଉଛି ଶ୍ରୀ ବଜରଙ୍ଗ ବାଲୀ ହନୁମାନ। ତାଙ୍କୁ ଆକୁଳ ପ୍ରାର୍ଥନା କଲେ ହନୁମାନ ସେମାନଙ୍କ ମନସ୍କାମନା କୁ ପୂର୍ଣ୍ଣ କରିଥାନ୍ତି। ଏପର୍ଯ୍ୟନ୍ତ କୌଣସି ଭକ୍ତର ବାଦ୍ ଯାଇ ନାହିଁ ଯେ କି ଆକୁଳ ଭାବରେ ପ୍ରଭୁ ଶ୍ରୀ ହନୁମାନ କୁ ଡାକିଚି ଆଉ ସେ କମ୍ ପାଇଛି। ଯେ କୌଣସି ପ୍ରକାର ମନସ୍କାମନା ଭକ୍ତ ର ତୁରନ୍ତ ପୂର୍ଣ୍ଣ କରିଥାନ୍ତି ଅନ୍ୟ ଦେବାଦେବୀ ମାନଙ୍କ ଠାରୁ। ଏହି ସବୁ କରିବା ପାଇଁ ହନୁମାନ ଚାଳିଶା ପାଠ କରିବାର ଏକ ସ୍ୱତନ୍ତ୍ର ବିଧି ରହିଛି ,ଯାହାକୁ ଅନେକ ଲୋକ ଜାଣି ନାହାନ୍ତି। ତେବେ ଆପଣ ଏହି କ୍ରିୟାଟିକୁ ମଙ୍ଗଳବାର ପାଖରୁ ଆରମ୍ଭ କରି ପାରନ୍ତି କିମ୍ବା ଶନିବାର ଠାରୁ ଆରମ୍ଭ କରି ପାରିବେ। ଆପଣଙ୍କ ସୁବିଧା ଅନୁସାରେ କରିପାରିବେ।
ତେବେ ଆପଣ ଯେତେବେଳେ ଏହି ହନୁମାନ ଚାଳିଶା କୁ ପାଠ କରିବା ପାଇଁ ଯିବେ ସେତେବେଳେ ଆପଣଙ୍କ ପାଖରେ ହନୁମାନ ଚାଳିଶା ବହି ଆପଣଙ୍କ ପାଖରେ ଥିବା ଦରକାର ଏବଂ ହନୁମାନଙ୍କ ଫଟୋ ମୂର୍ତ୍ତି ଥିବା ଦରକାର। ତେବେ ଆପଣ ଏହାକୁ ବ୍ରାହ୍ମ ମୁହୂର୍ତ୍ତରେ ସବୁଦିନ ହନୁମାନ ଚାଳିଶା ପାଠ କଲେ ଆପଣଙ୍କ ସମସ୍ତ ଅପୂର୍ଣ୍ଣ ମନସ୍କାମନା ପୂର୍ଣ୍ଣ ହୋଇଯିବ। ବ୍ରାହ୍ମ ସମୟ ଅର୍ଥାତ୍ ଯେତେବେଳେ ସୂର୍ଯ୍ୟୋଦୟ ଘଟି ନଥିବ କିନ୍ତୁ ରାତ୍ରି ପାହିଥିବ ଏହାକୁ ହିଁ ବ୍ରାହ୍ମ ମୁହୂର୍ତ୍ତ କୁହାଯାଏ।
ଯେତେବେଳେ ଆପଣ ପାଠ କରିବେ ସେତେବେଳେ ଆପଣ ସ୍ନାନ, ଶୌଚ ହୋଇଥିବା ଦରକାର। ଆପଣ ହନୁମାନ ରଙ୍ଗର ଆସନ ଭୂମି ଉପରେ ପକାଇ ତାଉପରେ ପଦ୍ମାସନରେ ବସି ଆପଣଙ୍କ ମୁଖଟି ଉତ୍ତର ଦିଗକୁ କରି ହନୁମାନ ଚାଳିଶା କୁ ପ୍ରଥମେ ଧୂପ ଦୀପ ଦେଇ ପୂଜା କରିବେ ଏବଂ ହନୁମାନଙ୍କ ପ୍ରିୟ ଭୋଗ ଗୁଡ଼ ଓ ଚଣା ଲଗାନ୍ତୁ। ଏହିଭଳି ଭାବରେ ବିଧିବଦ୍ଧ ଭାବରେ ଶୁଦ୍ଧ ହୋଇ ଆପଣ ହନୁମାନ ଚାଳିଶା ପାଠ କରିପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।