ହାତରେ କେଉଁ ରେଖା ଥିଲେ ମଣିଷ ହୁଏ ( ଧନୀ ) ଜୀବନ ସୁଖମୟ ହୁଏ ! ଆପଣଙ୍କ ହାତରେ ଏହି ଚିହ୍ନ ଅଛି କି ?

ହସ୍ତ ରେଖା ବିଜ୍ଞାନରେ ଆଜି ଆମେ ଆଲୋଚନା କରିବା , ହାତରେ କିପରି ରେଖା ଥିଲେ ଧନଯୋଗ ରହିଛି ।ହସ୍ତରେଖା କିପରି ହୋଇଥିଲେ ବ୍ୟକ୍ତି ଧନଶାଳୀ, ବୈଭବଶାଳୀ ଓ ଭାଗ୍ୟବାନ ହୋଇଥାଏ ଏବଂ ଐଶର୍ଯ୍ୟ ମିଳିଥାଏଯଦି ହସ୍ତର ଜୀବନରେଖା ଓ ମସ୍ତକ ରେଖାର ମଝିରେ ଏକ ନକ୍ଷତ୍ର ଚିହ୍ନ ଥାଏ, ତେବେ ସେହି ବ୍ୟକ୍ତି ଭାଗ୍ୟଶାଳୀ ଓ ଧନୀହୋଇଥାଏ ।ସେହିପରି ଯଦି ତର୍ଜନୀର ମଝିରେ ଏକ ନକ୍ଷତ୍ର ବା ଷ୍ଟାର ଚିହ୍ନ ଥାଏ, ତେବେ ସେହି ବ୍ୟକ୍ତି ଭାଗ୍ୟବାନ ଓ ଧନବାନ ହୋଇଥାଏ ।

ଯଦି ହାତର ଅନାମିକା ଆଙ୍ଗୁଳିରେ ପ୍ରଥମ ପବରେ ଦୁଇଟି,ମଝି ପବରେ ତିନୋଟି ଏବଂ ଶେଷ ପବରେ ଦୁଇଟି ରେଖା ବା ଗାର ଥାଏ,ତେବେ ସେହି ବ୍ୟକ୍ତି ବହୁତ ଯଶ ପାଇଥାଏ,ବହୁତ ଭାଗ୍ୟଶାଳୀ ଓ ଧନୀ ହେଇଥାଏ ।

ଯଦି ଜୀବନ ରେଖାରୁ ଏକ ଛୋଟ ରେଖା ବାହାରି ଉପର ଆଙ୍ଗୁଳି ଆଡକୁ ବା ମଧ୍ୟମା ଆଙ୍ଗୁଳି ଆଡକୁ ବା ଅନାମିକା ଆଙ୍ଗୁଳି ଆଡକୁ ଯାଇଥିବ,ଯଦି ଏପରି ହୋଇଥାଏ ତେବେ ସେହି ବ୍ୟକ୍ତି ଜୀବନରେ ସଫଳ ହୋଇଥାଏ ଏବଂ ସେହି ବ୍ୟକ୍ତି ଜୀବନରେ ମଧ୍ୟ ଧନବାନ ହୋଇଥାଏ ।ଯଦି ଜୀବନ ରେଖାରୁ ଛୋଟଛୋଟ ରେଖା ବାହାରି ଉପର ଆଡକୁ ଯାଇଥାଏ,ଦୁଇ ପାଖରୁ ଦୁଇ ଆଡକୁ ଯାଇଛି,ତେବେ ସେହି ବ୍ୟକ୍ତିର ସବୁ ସୂତ୍ରରୁ ଆୟ ଭଲ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

ଯଦି ଜୀବନ ରେଖାରୁ ଭାଗ୍ୟ ରେଖା ବାହାରିଥାଏ, ତେବେ ସେହି ବ୍ୟକ୍ତି ସଫଳ ହେଇଥାଏ ଏବଂ ଭାଗ୍ୟବାନ ହେଇଥାଏ ଓ ଧନବାନ ମଧ୍ୟ ହେଇଥାଏ ।ଯଦି ମସ୍ତକ ରେଖାରୁ ତିନୋଟି ରେଖା ବାହାରି ତର୍ଜନୀ ଆଡକୁ ଯାଇଥାଏ କିମ୍ବା ତର୍ଜନୀର ତଳ ଆଡେ ରହିଥାଏ ,ତେବେ ସେହି ବ୍ୟକ୍ତି ସଫଳ ହେଇଥାଏ ଏବଂ ଧନବାନ ମଧ୍ୟ ହେଇଥାଏ ।

ୟଦି ଭାଗ୍ୟରେଖାର ଉପର ପଟେ ତିନୋଟି ରେଖା ବାହାରି ଥାଏ,ଯଦି ଏପରି ହୋଇଥାଏ ତ ତେବେ ସେହି ବ୍ୟକ୍ତି ଧନବାନ ହୋଇଥାଏ। ଯଶ ପାଇଥାଏ ଏବଂ ଆରାମ ଦାୟକ ଜୀବନ ଯାପନ କରିଥାଆନ୍ତି ।ଯଦି ହୃଦୟ ରେଖା ଉପରେ ଏବଂ ତର୍ଜନୀ ରେଖା ତଳେ ତିନୋଟି ରେଖା ବା ରେଖାର ଗୁଚ୍ଛ ଥାଏ,ତେବେ ସେହି ବ୍ୟକ୍ତି ଭାଗ୍ୟଶାଳୀ ହେଇଥାଏ ଓ ପ୍ରେମପୂର୍ଣ୍ଣ ଜୀବନ ବିତାଇ ଥାଏ ।

ଯଦି ସୂର୍ଯ୍ୟ ରେଖାର ଉପରେ ଥିମୋଟି ରେଖା ତ୍ରିଶୁଳ ଭଳି ହେଇ ରହିଥାଏ , ତେବେ ସେହି ବ୍ୟକ୍ତି ପ୍ରସିଦ୍ଧବାନ ହେଇଥାଆନ୍ତି ଏବଂ ଧନବାନ ମଧ୍ୟ ହେଇଥାଏ । ଯଦି ତର୍ଜନୀ ଆଙ୍ଗୁଳି ଓ ଅନାମିକା ଆଙ୍ଗୁଳିର ତଳେ ତ୍ରିଭୁଜ ଭଳି ଚିହ୍ନ ଥାଏ,ତେବେ ସେହି ବ୍ୟକ୍ତି ଜଣେ ସଫଳ ବ୍ୟକ୍ତି ହୋଇଥାଏ ଏବଂ ଧନବାନ ମଧ୍ୟ ହେଇଥାଏ ।

ଯଦି ବାଗ୍ୟରେଖା ଉପରେ ଦ୍ୱୀପ ଚିହ୍ନ କିମ୍ବା ଆଖି ପରି ଚିହ୍ନ ଥାଏ,ତେବେ ସେହି ବ୍ୟକ୍ତିର ଧନହାନୀ ହୋଇଥାଏ ବା ଆର୍ଥିକ କ୍ଷତି ଘଟିଥାଏ ।ଯଦି ଭାଗ୍ୟ ରେଖା ଉପରେ ଚତୁର୍ଭୁଜ ଭଳି ଚିହ୍ନ ଥାଏ ବା ବର୍ଗାକାର ଚିହ୍ନ ଥାଏ, ତେବେ ସେହି ବ୍ୟକ୍ତି ଆର୍ଥିକ ଅସୁବିଧାରୁ ମୁକ୍ତି ପାଇ ନଥାଏ ଅର୍ଥାତ୍ ତାର ଆର୍ଥିକ କ୍ଷତି ହୋଇଥାଏ ଏବଂ ସେ ପରେ ଆର୍ଥିକ କ୍ଷତିରୁ ମୁକୁଳି ଥାଏ ।