ଇତିହାସ ସୃଷ୍ଟି କଲେ ଏହି ଝିଅ ! ସାବାସ ସୋନାଲି: କ୍ଷୀର ବିକାଳୀଙ୍କ ଝିଅ ହେଲେ ବିଚାରପତି, ତାଙ୍କ ପାଇଁ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ….

କୁହା ଯାଏ ଦୃଢ଼ ଇଛା ଓ କଠିନ ପରିଶ୍ରମ ସାମ୍ନା ରେ ସବୁ କିଛି ହାର ମାନି ଥାଏ ।ଆମେ ଏମିତି ବହୁତ୍ ଉଦାହରଣ ଦେଖିଛୁ ଯୋଉଠି ଦୃଢ଼ ଇଛା ଓ କଠିନ ପରିଶ୍ରମ ସାମ୍ନା ରେ କଠିନ ରୁ କଠିନ ପରିସ୍ଥିତି ହାର ମାନି ଅଛି । ଯଦି କୌଣସି ଜିନିଷ ପ୍ରତି ତୁମର ଦୃଢ଼ ଇଛା ରହିଥିବ ତେବେ କୌଣସି ବି କାର୍ଯ୍ୟ ଆପଣ ଙ୍କ ପାଇଁ କଷ୍ଟକର ନୁହଁ । ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ଆପଣ ସେହି କାର୍ଯ୍ୟ କରି ପାରିବେ ।

ତେବେ ବର୍ତ୍ତମାନ ଠିକ୍ ଏମିତି ଉଦାହରଣ ଆମ ସାମ୍ନା କୁ ପୁଣି ଥରେ ଆସିଛି ଯେଉଁଠି ନିଜ କଠିନ ପରିଶ୍ରମ ଦ୍ବାରା ଏକ କ୍ଷୀର ବାଲା ର ଝିଅ ବିଚାରପତି ଭାବେ ନିୟୋଜିତ ହୋଇ ପାରିଛି । ତେବେ କିଏ ସେ ଝିଅ ଅଟନ୍ତି ଆସନ୍ତୁ ଜାଣିବା ,

ରାଜସ୍ଥାନର ଉଦୟପୁରରେ ରହୁଥିବା ସୋନାଲି ଶର୍ମା ଆଜି ବିଚାରପତି ଭାବେ ନିୟୋଜିତ ହୋଇଛନ୍ତି। ସୋନାଲି ଶର୍ମା ଙ୍କ ବାପା ମା ଦୁଇ ଜଣ କ୍ଷୀର ବ୍ୟବସାୟୀ ଅଟନ୍ତି । କିନ୍ତୁ ବର୍ତ୍ତମାନ ସୋନାଲି ମୁଖ୍ୟ ବିଚାରପତି ଭାବେ ନିୟୋଜିତ ହୋଇଛନ୍ତି।ସେ ୨୦୧୮ ମସିହା ରେ ରାଜସ୍ଥାନ ଜୁଡିସିଆଲି ସର୍ଭିସ୍ (ଆର୍‌ଜେସି) ପରୀକ୍ଷା ଦେଇଥିଲେ ଯେଉଁଥିରେ ସେ ପ୍ରଥମ ଥର ରେ ହିଁ କୃତକାର୍ଯ୍ୟ ହୋଇଛନ୍ତି ।

ସୋନାଲି ଶର୍ମା ଙ୍କ ପରିବାର ଲୋକ କ୍ଷୀର ବିକ୍ରି କରି ନିଜ ପ୍ରତିଦିନ ଗୁଜୁରାଣ ମେଣ୍ଟାଇ ଥାଆନ୍ତି । ସୋନାଲି ମଧ୍ୟ ନିଜ ପାଠ ପଢା ସହିତ ବାପା ମା ଙ୍କ ଗାଈ ଗୋରୁ ଙ୍କ ସେବା କରିବାରେ ସାହାର୍ଯ୍ୟ କରି ଥାଆନ୍ତି । ତେବେ ସୋନାଲି ଏତେ ଅଭାବ ଅନଟନ ରେ ବଢିଥିଲେ ମଧ୍ୟ ସେ କେବେ ନିଜର ଅଭାବ କୁ ଦୁର୍ବଳତା ଭାବେ ଗ୍ରହଣ କରି ନାହାନ୍ତି କି ନିଜ ପାଠ ପଢ଼ା ରେ କୁ କେବେ ପ୍ରଭାବିତ କରି ନାହାନ୍ତି ।

ତେବେ ସେ ରାଜସ୍ଥାନ କଲେଜ୍ ରୁ ବିଏ, ଏଲଏଲବି ଏବଂ ଏଲଏଲଏମ୍ ଅଧ୍ୟନ କରିବା ପରେ ମାଜିଷ୍ଟ୍ରେଟ୍ ବା ବିଚାରପତି ପରୀକ୍ଷା ପାଇଁ ପ୍ରସ୍ତୁତ କରିଥିଲେ ଯେଉଁଥି ପାଇଁ ସେ ଗୋଟିଏ ବର୍ଷ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି । ଏହା ପରେ ସେ ଆର୍‌ଜେଏସ୍‌ ର ପରୀକ୍ଷା ଦେଇଥିଲେ ଯେଉଁଥିରେ ସେ ପ୍ରଥମ ଚେଷ୍ଟା ରେ ହିଁ କୃତକାର୍ଯ୍ୟ ହୋଇଛନ୍ତି ।ତେବେ ସେ ବର୍ତ୍ତମାନ ରାଜସ୍ଥାନ ର ସେସନ୍‌ କୋର୍ଟରେ ମାଜିଷ୍ଟ୍ରେଟ୍‌ ଭାବେ ଯୋଗ ଦେଇଛନ୍ତି।

ଝିଅର ଏଭଳି ସଫଳତା ଦେଖି ପରିବାର ଲୋକଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି। କେବଳ ଘର ପରିବାର ଲୋକ ନୁହଁ ସ୍ଥାନୀୟ ଲୋକ ମାନେ ମଧ୍ୟ ସୋନାଲି କୁ ଖୁବ୍ ପ୍ରଶଂସା କରୁଛନ୍ତି । ଆଜି କାଲି ର ଯୁବ ପିଢ଼ି ମାନଙ୍କ ପାଇଁ। ସେ ଏକ ଉଦାହରଣ ପାଲଟି ଯାଇଛନ୍ତି । ସେ ପ୍ରମାଣ କରିଦେଇ ଅଛନ୍ତି ଯେତେ କଠିନ ପରିସ୍ଥିତି ଥିଲେ ମଧ୍ୟ ଯଦି ଦୃଢ଼ ଇଚ୍ଛା ଓ କଠିନ ପରିଶ୍ରମ ଥିବ ତେବେ ଆପଣ କେବେ ମଧ୍ୟ ହାରିବେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।