ହାଇକୋର୍ଟଙ୍କ ଗୁରୁତ୍ଵପୂର୍ଣ ରାୟ : ବିବାହ ବୟସ ପୂର୍ବରୁ ଏକାଠି ରହି ପ୍ରେମ କରିପାରିବେ ପୁଅଝିଅ ହେଲେ…..ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ସାଧାରଣ ଭାବରେ ଆପଣମାନେ ଜାଣିଛନ୍ତି ଯେ କୋର୍ଟ ଙ୍କ ନିଷ୍ପତି ସର୍ବ ଗ୍ରହଣୀୟ ଅଟେ। କାରଣ କୋର୍ଟ ସବୁ ଘଟଣା କୁ ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରିବା ପରେ ବିଚାର କରିବା ପରେ ଯାଇ ଏହାର ଉଚିତ୍ ନିଷ୍ପତ୍ତି ବା ଫୈସଲା ଗ୍ରହଣ କରିଥାନ୍ତି। ସାଧାରଣ ଜନତା ଟେ ହେଉ କି ଉଚ୍ଚ ପଦସ୍ଥ ଅଧିକାରୀ ହୁଅନ୍ତୁ କିମ୍ବା କୋଟିପତି ବ୍ୟବସାୟୀ ହୁଅନ୍ତୁ, ସମସ୍ତଙ୍କ ପାଇଁ କୋର୍ଟ ର ଆଭିମୁଖ୍ୟ ଆଇନ୍ ଏବଂ ବିଚାରଧାରା ସମାନ ଏବଂ ସୁସ୍ପଷ୍ଟ ଅଟେ।ସେହି କ୍ରମରେ କୋର୍ଟଙ୍କ ନିଷ୍ପତ୍ତି ସ୍ବାଗତଯୋଗ୍ୟ ହୋଇଥାଏ।ତେବେ ଏବେ ପୁଣି କୋର୍ଟ ଏକ ଗୁରୁତ୍ୱପୂର୍ଣ ଘଟଣାର ଶୁଣାଣି କରି ଏକ ବଡ଼ ରାୟ ଦେଇଛନ୍ତି।

ପୁଅ ଝିଅ ମାନଙ୍କର ଏକାଠି ରହିବାକୁ ନେଇ କୋର୍ଟ ଏକ ରାୟ ଦେଇଛନ୍ତି। ଯେଉଁ ରାୟ ଅନୁସାରେ ପୁଅ ଝିଅ ବିବାହ ବୟସ ହୋଇନଥିଲେ ବି ଏକାଠି ରହି ପାରିବେ।ପଞ୍ଜାବ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଏମାନଙ୍କ ପାଇଁ।

କିନ୍ତୁ ଏଥିପାଇଁ ସେମାନେ ସାବାଳକ ହୋଇଥିବା ଆବଶ୍ୟକ। ସେମାନେ ଜଣେ ପ୍ରେମୀ ଯୁଗଳ ଭାବରେ ଜୀବନ ବିତାଇବା ର ସଂପୂର୍ଣ୍ଣ ଅଧିକାର ଅଛି। ସେମାନେ ନିଜର ଜୀବନ ସାଥି ଚୟନ କରିବା ସହ ପରସ୍ପର ସହ ସହବାସ ମଧ୍ୟ କରି ପାରିବେ।ତେବେ ପ୍ରାପ୍ତ ବୟସ୍କ ପୂର୍ବରୁ ପ୍ରେମୀଯୁଗଳଙ୍କୁ କେବଳ ପୁଅର ବିବାହ ବୟସ ହୋଇନି ବୋଲି କେହି ଅଲଗା କରି ପାରିବେ ନାହିଁ।

କାରଣ ବିବାହ ବୟସ ନ ହୋଇଥିଲେ ବି ସେମାନେ ସାବାଳକ ହୋଇଥିବା କାରଣରୁ ସେମାନେ ଏକା ସହ ବାସ କରି ପାରିବେ। ସୂଚନା ଅନୁସାରେ ହରିୟାଣା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଅଲ୍‌କା ସରିନ ଏକ ମାମଲାର ଶୁଣାଣି କରି ଏପରି ଏକ ଗୁରୁତ୍ଵ ପୂର୍ଣ୍ଣ ରାୟ ଶୁଣାଇଛନ୍ତି ଯେ ଜଣେ ସାବାଳକ ଦମ୍ପତି ଆଇନର ସୀମା ମଧ୍ୟରେ ନିଜ ଇଚ୍ଛା ଅନୁସାରେ ସେମାନଙ୍କର ଜୀବନ ସାଥି ବାଛିବା ଏବଂ ବଞ୍ଚିବାର ସମସ୍ତ ଅଧିକାର ଅଛି।

ତେଣୁ ଜଣେ ପ୍ରେମୀଯୁଗଳ ପରସ୍ପରକୁ ପ୍ରେମ କରୁଥିବାରୁ ଯୁବତୀଙ୍କ ପରିବାର ଏହା ଜାଣି ପାରିବା ପରେ ସେମାନଙ୍କୁ ବାରମ୍ବାର ଧମକ ଦେଉଥିଲେ।ଆଉ ଏହା ପରେ ସେମାନେ ନିଜ ଜୀବନ ପ୍ରତି ବିପଦ ଥିବା ନେଇ ପୋଲିସକୁ ଏବିଷୟରେ ଜଣାଇ ଥିଲେ।

ଆଉ ତାପରେ ଏହି ଘଟଣାଟି ଯାଇ କୋର୍ଟ ରେ ପହଞ୍ଚିଥିଲା। ଯୁବକ ଙ୍କ ଘର ପକ୍ଷରୁ କୋର୍ଟ ରେ ଅଭିଯୋଗ କରା ଯାଇଥିଲା ଯେ ପୁଅର ବିବାହ ବୟସ ହୋଇ ନଥିବାରୁ ସେମାନଙ୍କୁ ଅଲଗା କରାଯାଉ।କାରଣ ଏହି ମାମଲାରେ ଝିଅକୁ ୧୯ ବର୍ଷ ହୋଇଥିବା ବେଳେ ପୁଅକୁ ୨୦ ବର୍ଷ ବୟସ ହୋଇଥିଲା।ତେବେ ଏହି ମାମଲାର ଶୁଣାଣି କରି ମାନ୍ୟବର ହାଇକୋର୍ଟ ଏହିଭଳି ଶୁଣାଣି କରିଛନ୍ତି ଏବଂ ଏଥିରେ କେହି ବାଧା ଦେଇ ପାରିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।