ହାଇକୋର୍ଟଙ୍କ ବଡ଼ ରାୟ – ମାସ୍କ ନପିନ୍ଧିଲେ କୋଭିଡ ସେଣ୍ଟରରେ ୧୫ ଦିନ ରୋଗୀ ଙ୍କ ସେବା କରିବେ ଅମାନିଆ

କରନା ଭାଇରସ ର ସଂକ୍ରମଣ ଆରମ୍ଭ ହେବା ପରେ ଅନେକ ବିହିତ ପଦକ୍ଷେପ ସରକାରଙ୍କ ପକ୍ଷରୁ ଗ୍ରହଣ କରା ଯାଇଥିଲା। ସାମାଜିକ ଦୂରତା, ସାନିତାଇଯାର ର ବ୍ୟବହାର ଏବଂ ମାସ୍କ ପିନ୍ଧିବା ଭଳି ଅତ୍ୟାବଶ୍ୟକ ପଦକ୍ଷେପ ଉପରେ ବିଶେଷ ଜରୁରୀ କରା ଯାଇଥିଲା। କାରଣ ସାମାଜିକ ଦୂରତା ରକ୍ଷା କରି ନିଜକୁ ସଂକ୍ରମଣ ରୁ ଦୂରେଇ ରଖି ମାସ୍କ ପରିଧାନ କରିବା ଦ୍ଵାରା ଆମେ ନିଜକୁ ସୁରକ୍ଷିତ ରଖି ପାରିବା ସହିତ ଅନ୍ୟକୁ ମଧ୍ୟ ସୁରକ୍ଷିତ ଏବଂ ସୁସ୍ଥ ବାତାବରଣ ଦେଇ ପାରିବା।

ତେଣୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରା ଯାଇଥିଲା ସମଗ୍ର ଦେଶରେ। ଏଥିପାଇଁ ଫାଇନ ର ବ୍ୟବସ୍ଥା ମଧ୍ୟ କରା ଯାଇଥିଲା, ଅମାନିଆ ମାନଙ୍କୁ ବାଟ କୁ ଆଣିବା ପାଇଁ।

କାରଣ ସାମାଜିକ ଦୂରତା ସାଙ୍ଗକୁ ମାସ୍କ ହେଉଛି କରୋନା ବିରୋଧୀ ଲଢ଼େଇର ମୁଖ୍ୟ ଅସ୍ତ୍ର। ଯାହା ଦ୍ଵାରା ଭ୍ୟାକସିନ ର ମଧ୍ୟ ଦରକାର୍ ପଡ଼ିବନି ବୋଲି ମଧ୍ୟ ଜଣେ ବିଶେଷଜ୍ଞ କହିଥିଲେ। ସମସ୍ତେ ନିଜକୁ ସୁରକ୍ଷିତ ରଖି ପାରିଲେ କରନା ତାକୁ ସଂକ୍ରମିତ କରି ପାରିବ ନାହିଁ।ଏବେ ପୁଣି ଏହି ମାସ୍କ ପିନ୍ଧିବା ନିୟମ କୁ କଡ଼ାକଡ଼ି କରା ଯାଇଛି।

ଯଦି କେହି ମାସ୍କ ନ ପିନ୍ଧନ୍ତି ତେବେ ଫାଇନ ଦେବା ସହିତ ସେମାନଙ୍କୁ କୋଭିଡ୍ କେୟାର ସେଣ୍ଟର୍ ରେ କାର୍ଯ୍ୟ କରିବାକୁ ପଡ଼ିବ।ତେଣୁ ଏଣିକି ଏଣିକି ଫାଇନ୍‌ ଦେବା ସହିତ ଚାକିରୀ ବି କରିବେ ଅମାନିଆ ମାନେ। ଆପଣ ଜାଣିଥିବେ ବାରମ୍ବାର ଏହା ସରକାରଙ୍କ ପକ୍ଷରୁ କୁହା ଯାଉଅଛି ଯେ ଭ୍ୟାକ୍‌ସିନ୍‌ ନଆସିବା ପର୍ଯ୍ୟନ୍ତ ମାସ୍କ ଏକ ମାତ୍ର ଅସ୍ତ୍ର ଅଟେ,ତେଣୁ ଆପଣ ନିଶ୍ଚିତ ଏହାକୁ ପିନ୍ଧନ୍ତୁ। କିନ୍ତୁ କିଛି ଲୋକ ଏହାକୁ ଆଦୌ ଖାତିର କରୁ ନାହାନ୍ତି।

ଯେଉଁ କାରଣରୁ ଏହାର ସିଧା ସଳଖ ପ୍ରଭାବ ସେମାନଙ୍କ ଉପରେ ପଡିବା ସହିତ ଏହାଦ୍ବାରା ଅନ୍ୟ ମାନଙ୍କ ପାଇଁ ସଂକ୍ରମଣ ର ଭୟ ରହୁଛି। ଅନ୍ୟମାନେ ଏହାଦ୍ବାରା ପ୍ରଭାବିତ ହେଉଛନ୍ତି। ଯେଉଁ କାରଣରୁ ଏହି ମାସ୍କ ପିନ୍ଧିବା ନିୟମକୁ ପୁଣି କଡ଼ାକଡ଼ି କରା ଯାଇଛି।ତେବେ ସୂଚନା ଅନୁସାରେ ଗୁଗୁରାଟ ହାଇକୋର୍ଟ ଏଭଳି ଏକ ନିର୍ଦେଶ ଦେଇଛନ୍ତି ଗୁଜରାଟ ସରକାର୍ ଙ୍କୁ।

ଯାହା ଫଳରେ ଅମାନିଆ ମାନେ ଠିକ୍ ରାସ୍ତାକୁ ଆସିବେ। କାରଣ ଫାଇନ ଦେବା ସହ ସେମାନଙ୍କୁ କୋଭିଡ କେୟାର ସେଣ୍ଟର୍ ରେ ରହିବାକୁ ପଡିବ ଏହି ଆଇନ୍ ଅମାନ୍ୟ କଲେ। ସୂଚନା ଅନୁସାରେ ଗୁଜରାଟ ରେ କରୋନା ସଂକ୍ରମଣ ର ହାର ବୃଦ୍ଧି ପାଉଥିବା ଦେଖି ହାଇକୋର୍ଟ ଏହିଭଳି ଏକ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ବୋଲି କୁହା ଯାଉଛି।

ତେବେ ସୂଚନାଯୋଗ୍ୟ ଯେ କିଛି ଆବେଦନକାରୀ ମାନେ କିଛି ଲୋକଙ୍କ ମାସ୍କ ନ ପିନ୍ଧିବା କୁ ନେଇ ଏବଂ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ହାଇକୋର୍ଟ ରେ ଆବେଦନ କରିବା ପରେ, ଆବେଦନ ଉପରେ ଶୁଣାଣି କରି ଗୁଜରାଟ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି ଏବଂ ଫାଇନ ର ବ୍ୟବସ୍ଥା କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।