Health Tips – କିଡ଼ନୀ ଫେଲ ହେବାର ଏହି 11 ଟି ଲକ୍ଷଣ ଆପଣଙ୍କ ଠାରେ ଦେଖାଯାଉଛି କି ? ଏହି ସବୁ ଲକ୍ଷଣ ଜାଣିବା ପାଇଁ ନିଶ୍ଚୟ ଦେଖନ୍ତୁ
ମଣିଷ ଜୀବନରେ ସମସ୍ତଙ୍କୁ କିଛି ନା କିଛି ରୋଗ ହୋଇଥାଏ। ଆଉ ସେହି ଶରୀରରେ ଦେଖାଯାଉଥିବା ପ୍ରତ୍ୟେକ ରୋଗର କିଛି ନା କିଛି ଲକ୍ଷଣ ରହିଥାଏ । ସେହି ଲକ୍ଷଣ ଗୁଡିକ ଆମକୁ ରୋଗ ଚିହ୍ନିବାରେ ସାହାଯ୍ୟ କରିଥାଏ । ଭାରତରେ ଅଧିକାଂଶ କିଡନୀ ରୋଗ ରେ ଆକ୍ରାନ୍ତ ହେଉଛନ୍ତି । ଖାଦ୍ୟପେୟରେ ଅନିୟମିତତା ବ୍ୟସ୍ତବହୁଳ ଜୀବନ ଶୌଳୀ ପ୍ରଦୁଷିତ ପାଣି ଓ ପ୍ରଦୁଷିତ ପବନ ଯୋଗୁଁ କିଡନୀ ରୋଗ ଦିନକୁ ଦିନ ବଢିବାରେ ଲାଗିଛି । କିଡନୀ ରେଗକୁ ପ୍ରଥମରୁ ଚିହ୍ନିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ତେବେ ଜାଣିବା କିଡିନୀ ଖରାପ ହେବାର ଲକ୍ଷଣ ଗୁଡିକ ବିଷୟରେ ।
1. ହାତ , ଗୋଡ ଏବଂ ଗଣ୍ଠି ଫୁଲିବା :-
କିଡିନୀ ଆମ ଶରୀରରରୁ ରକ୍ତକୁ ଛାଣି ଏଥିରେ ଥିବା ଅଦରକାରୀ ପଦାର୍ଥକୁ ପରିସ୍ରା ବାଟେ ବାହାର କରିଦେଇଥାଏ । ଯଦି କିଡିନୀ ଖରାପ ହୁଏ ତେବେ ଏହି ବିଷାକ୍ତ ପଦାର୍ଥ ଶରୀର ରୁ ବାହାରି ନପାରି ଆଣ୍ଠୁ ଗଣ୍ଠିରେ ଜମିବାକୁ ଲାଗେ । ଏହିପରି ଲକ୍ଷଣ ଦେଖାଯାଉଥିଲେ ଶୀଘ୍ର ଡକ୍ଟରଙ୍କ ସହ ପରାମର୍ଶ କରନ୍ତୁ ।
2. ବାରମ୍ୱାର ପରିସ୍ରା ଲାଗିବା ଓ ପରିସ୍ରାର ରଙ୍ଗ ଗାଢ୍ ହେବା :-
ଆପଣଙ୍କୁ ବାରମ୍ୱାର ପରିସ୍ରା ହେବା ଭଳି ଅନୁଭବ ହୋଇଥାଏ କିନ୍ତୁ ପରିସ୍ରା ହୋଇ ନଥାଏ । ତେବେ ଏହାର ଅର୍ଥ କିଡିନୀ ଖରାପ ହେବାର ଲକ୍ଷଣ ହୋଇପାରେ । ପରିସ୍ରା ଅଳ୍ପ ହେବା ବା ଅଧିକ ହେବା ଏବଂ ପରିସ୍ରାର ରଙ୍ଗ ଗାଢ୍ ଦେଖାଯିବା ଆଦି କିଡିନୀ ଖରାପ ହେବାର ଲକ୍ଷଣ ହୋଇଥାଏ ।
3. ପରିସ୍ରାରେ ଫେଣ ହେବା ବା ରକ୍ତ ପଡିବା :-
ପରିସ୍ରା କଲାବେଳେ ପରିସ୍ରାରେ ଫେଣ ହେଉଥାଏ ବା ପରିସ୍ରାରେ ରକ୍ତ ପଡୁଥାଏ , ତେବେ ବିନା କୌଣସି ଚିନ୍ତାରେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
4. ଥକା ଏବଂ କମଜୋରି ଲାଗିବା :-
ଯଦି ଅଳ୍ପ କାମ କରି କମଜୋରୀ ଲାଗୁଥାଏ , ଦିନସାରା ଥକା ଥକା ଅନୁଭବ ହେଉଥାଏ ତେବେ ଏହା ମଧ୍ୟ କିଡିନୀ ଖରାପ ହେବାର ସମ୍ଭାବନା ହୋଇଥାଏ ।
5. ଏକାଗ୍ରତା ହ୍ରାସ ବା ଚିଡଚିଡା ଲାଗିବା :-
ଯଦି କୌଣସି କାମରେ ଏକାଗ୍ରତା ଆସି ନଥାଏ ବା ସାମାନ୍ୟ କଥାରେ ଚିଡା ଲାଗୁଥାଏ , ଏହା ମଧ୍ୟ କିଡିନୀ ରୋଗର ସଙ୍କେତ ଦେଇଥାଏ ।
6. ଖରା ଦିନେ ଥଣ୍ଡା ଅନୁଭବ ହେବା :-
ଯଦି ଖରା ଦିନରେ ଶୀତ ଲାଗେ ଏବଂ ଜ୍ୱର ଅନୁଭବ ହୁଏ ,ତେବେ ଏହା ମଧ୍ୟ କିଡନୀ ଖରାପ ହେବାର ଲକ୍ଷଣକୁ ଦର୍ଶାଇଥାଏ ।
7. ବାନ୍ତି ଲାଗିବା ବା ବାନ୍ତି ହେବା :-
କିଡିନୀ ଖରାପ ହେବା ଯୋଗୁଁ ଶରୀରରେ ବିଷାକ୍ତ ପଦାର୍ଥ ମାତ୍ରା ଅଧିକ ବଢି ଯାଇଥାଏ ତେଣୁ ଆପଣଙ୍କୁ ବାନ୍ତି ଲାଗିଥାଏ ଏବଂ ବେଳେବେଳେ ବାନ୍ତି ମଧ୍ୟ ହୋଇଥାଏ । କିଡିନୀ କୁ ସୁସ୍ଥ ରଖିବା ପାଇଁ ଚାହୁଁଥିଲେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ , ନିଶା ଦ୍ରବ୍ୟଠାରୁ ଦୂରେଇ ରୁହନ୍ତୁ । ଏହା ବ୍ୟତୀତ ଆପଣ ମାନେ ପ୍ରତି ଦିନ ବ୍ୟାୟାମ କରନ୍ତୁ , କାରଣ ବ୍ୟାୟାମ କିଡିନୀକୁ ସୁସ୍ଥ ରଖିବା ସହିତ ଶରୀରର ଅନ୍ୟ ଗୁଡିକୁ ମଧ୍ୟ ସୁସ୍ଥ ରଖିଥାଏ ।