ହେଡ ଫୋନ ବ୍ୟବହାର କରୁଥିଲେ ଏହି ଖବରଟି କୁ ନିଶ୍ଚିତ ଭାବରେ ପଢନ୍ତୁ, ସତ୍ୟ ଘଟଣା ଉପରେ ଆଧାରିତ ଏବଂ ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ…
ବର୍ତ୍ତମାନ ର ଦୁନିଆ ହେଉଛି କମ୍ପୁଟର ଓ ମୋବାଇଲ ର ଦୁନିଆ।ଆଜିର ଏହି ଆଧୁନିକ ଯୁଗରେ ମଣିଷ ଖାଦ୍ୟ,ପାଣି ଇତ୍ୟାଦି ବିନା ବଞ୍ଚି ପାରିବ,କିନ୍ତୁ ମୋବାଇଲ ବିନା ବଞ୍ଚି ପାରିବ ନାହିଁ।ଆଜିର ଯୁବ ପୀଢ଼ି ଙ୍କ ବେଷ୍ଟ ଫ୍ରେଣ୍ଡ ହେଉଛି ମୋବାଇଲ।ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣ ଘରେ ବସି ମୋବାଇଲ ସାହାଯ୍ୟ ରେ ସମଗ୍ର ଦୁନିଆ ର ଖବର ପାଇ ପାରିବେ।ତେଣୁ ମୋବାଇଲ ର ବ୍ୟବହାର ଆଜି ବହୁଳ ଭାବରେ ହେବାରେ ଲାଗିଛି।
ମୋବାଇଲ ରେ ଆମେ ଭିଡ଼ିଓ କିମ୍ବା ମ୍ୟୁଜିକ ଶୁଣିଲା ବେଳେ ଓ ଫୋନ ରେ କଥା ହେବା ସମୟରେ, କାନ ରେ ହେଡ ଫୋନ କିମ୍ବା ଇଆରଫୋନ ଦେଇ ଥାଉ।ଇଆର ଫୋନ ବ୍ୟବହାର କରିବା ଦ୍ୱାରା ଆମେ ମ୍ୟୁଜିକ କୁ ଆହୁରି ଉତ୍ତମ ଭାବେ ଉପଭୋଗ କରି ଥାଉ।
ମୋବାଇଲ ରେ ଅନଲାଇନ ଗେମ ଖେଳିବା ବେଳେ ମଧ୍ୟ ଇଆରଫୋନ ବ୍ୟବହାର କରି ଥାଉ।କିନ୍ତୁ ଆମେ ଅଜାଣତରେ ଆମ ଶରୀର କୁ ଅନେକ ରୋଗ କୁ ନିମନ୍ତ୍ରଣ କରି ଥାଉ।ପ୍ରତ୍ୟେକ ଜିନିଷ ର କିଛି ସୁପ୍ରଭାଵ ସହିତ କୁପ୍ରଭାଵ ମଧ୍ୟ ରହି ଥାଏ।ଇଆର ଫୋନ ଦ୍ୱାରା ଆମେ ମ୍ୟୁଜିକ କୁ ଉପଭୋଗ କରୁ ଥିବା ସମୟରେ ଆମ ଶରୀରରେ ଅନେକ ରୋଗ ସୃଷ୍ଟି ହୋଇ ଥାଏ।
ତେଣୁ ଆଜି ଆମେ ଆପଣଙ୍କୁ ହେଡ଼ ଫୋନ ବା ଇଆରଫୋନ ବ୍ୟବହାର କରିବା ଦ୍ୱାରା ଆମ ଶରୀରରେ କଣ ସବୁ କ୍ଷତି ହୋଇ ଥାଏ ,ସେ ସମ୍ପର୍କରେ କହିବୁ।ଇଆରଫୋନ ବ୍ୟବହାର କରିବା ଦ୍ୱାରା ଆମ ଶରୀର ରେ ଏହି ସବୁ ରୋଗ ହୋଇ ଥାଏ;
୧:- ଶ୍ରବଣ ଶକ୍ତି ହ୍ରାସ ହୋଇ ଥାଏ;
ମୋବାଇଲ ରେ ଉଚ୍ଚ ଭଲ୍ୟୁମ ରେ ଭିଡ଼ିଓ କିମ୍ବା ମ୍ୟୁଜିକ ଶୁଣିବା ସମୟରେ ଆମ ପାଖକୁ ଏକ ୱର୍ଣ୍ଣିଂ ମେସେଜ ଆସି ଥାଏ ଯେଉଁଥି ରେ ଲେଖା ହୋଇ ଥାଏ ଅଧିକ ସାଉଣ୍ଡ ଆମ ଶରିର ପାଇଁ ହାନିକାରକ।କିନ୍ତୁ ଆମେ ଏହି ସତର୍କ ବାଣୀ କୁ ଅଣ ଦେଖା କରି ଭିଡ଼ିଓ ଦେଖିବା ରେ ଲାଗି ଥାଉ।କିନ୍ତୁ ଏହା ଦ୍ଵାରା ଆମର ଶୁଣିବା ର ଶକ୍ତି ହ୍ରାସ ପାଇ ଥାଏ।
୨:-କାନ ରେ ଇଂଫେକ୍ସନ ହୋଇଥାଏ;
ଅନେକ ସମୟରେ ଆମେ ଅନ୍ୟ ମାନଙ୍କ ଇଅର୍ ଫୋନ୍ ବ୍ୟବହାର କରି ଥାଉ ଏବଂ କେତେବେଳେ ଆମ ଇଆରଫୋନ ଆଉ କେହି ବ୍ୟବହାର କରନ୍ତି।ପରିବାର ରେ ଗୋଟିଏ ଇଆରଫୋନ ଥିଲେ ଏହାକୁ ସମସ୍ତେ ବ୍ୟବହାର କରନ୍ତି, କିନ୍ତୁ ଏପରି କରିବା ଦ୍ୱାରା କାନ ଇଂଫେକ୍ସନ ହେବାର ସମ୍ଭାବନା ରହିଛି।ତେଣୁ ଏପରି କରିବା ପୂର୍ବରୁ ଇଆରଫୋନ କୁ ଭଲ ଭାବେ ପରିଷ୍କାର କରନ୍ତୁ।
୩:- କାନ ଯନ୍ତ୍ରଣା କରି ଥାଏ;
ଅଧିକ ସମୟ ଇଆରଫୋନ ବ୍ୟବହାର କରିବା ଦ୍ୱାରା ଆମ କାନ ଭିତରକୁ ଅକ୍ସିଜେନ ଓ ପବନ ଯାଇ ପାରି ନଥାଏ।ଏହା ଦ୍ଵାରା କାନ ଭିତରେ ଚାପ ସୃଷ୍ଟି ହୋଇ ଥାଏ ଓ କାନ ଯନ୍ତ୍ରଣା କରି ଥାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।