ଦେଖନ୍ତୁ EXCLUSIVE :ଭିଡିଓ- ମୃତ୍ୟୁ ପୂର୍ବରୁ ଭାଈ ଅମ୍ଲାନଙ୍କ ସହ ଅକ୍ଲାନ୍ତଙ୍କ ଶେଷ ଭିଡିଓ ! video ଦେଖିଲେ ଆଖିରୁ ଲୁହ ଆସିଯିବ !

ସ୍ୱର୍ଗତ ମିହିର ଦାସ ଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି, ତେବେ ଗତ ବର୍ଷ ମିହିର ଦାସ ଙ୍କ ମୃତ୍ୟୁ ପରେ ଧୀରେ ଧୀରେ ପରିବାର ଲୋକେ ସେ ଦୁଃଖ କୁ ଭୁଲିବା ପାଇଁ ଚେଷ୍ଟା କରୁଥିଲେ | ଏହା ସହିତ କିଛି ଦିନ ତଳେ ଅମ୍ଳାନ ଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେଇ ଥିଲା | ଏହି ଖୁସି ପରିବାର ରେ ବଢ଼ାଇ ଦେଇ ଥିଲା ଯାହା ଫଳରେ ମିହିର ଦାସ ଙ୍କର ବିୟୋଗ କୁ ସମସ୍ତେ ଭୁଲିବା ପାଇଁ ଚେଷ୍ଟା କରୁ ଥିଲେ | କିନ୍ତୁ ମିହିର ଦାସ ଙ୍କ ପରିବାର ଉପରେ ପୁଣି ବହୁତ ବଡ଼ ଦୁଃଖର ଖବର ଆସି ପହଞ୍ଚିଛି |

ମିହିର ଦାସ ଙ୍କର ସାନ ପୁଅ ଅକ୍ଲାନ୍ତ ଦାସ ସେ ଗତ କାଲି ବିଳମ୍ବିତ ରାତିରେ ପ୍ରାଣ ତ୍ୟାଗ କରିଛନ୍ତି ଯାହାକି ଏହି ଖବର ଟି ତାଙ୍କ ପରିବାର କି ଆହୁରି ଦୁଃଖ ନେଇ ଆସିଛି | କାରଣ ଅକ୍ଲାନ୍ତ ଙ୍କୁ ମାତ୍ର 26 ବର୍ଷ ହୋଇ ଥିଲା ଆଉ ତାଙ୍କର ଲିଭର ଜନିତ ସମସ୍ୟା ରହିଥିଲା ଆଉ ଏହି ସମସ୍ୟା କୁ ନେଇ ସେ ଗତକାଲି ଏମ୍ସ ରେ ମୃତ୍ୟୁ ବରଣ କରିଛନ୍ତି |

ତେବେ ଗତବର୍ଷ 2022 ଜାନୁଆରୀ 11 ତାରିଖ ରେ ମିହିର ଦାସ ଙ୍କର ବିୟୋଗ ଘଟି ଥିଲା ଏବଂ 2023 ଜାନୁଆରୀ ମାସ 24 ତାରିଖ ରେ ଅକ୍ଲାନ୍ତ ଙ୍କର ବିୟୋଗ ହୋଇଛି | ତେବେ ଗତ ବର୍ଷ ଜାନୁଆରୀ ରେ ବାପା ଚାଲି ଯାଇ ଥିଲେ ଆଉ ଏହି ବର୍ଷ ଜାନୁଆରୀ ରେ ପୁଅ ଚାଲି ଗଲେ ଯାହାକି ଏହି ଘଟଣା ଟି ଅମ୍ଳାନ ଦାସ ଙ୍କୁ ଖୁବ ବଡ଼ ଝଟକା ଦେଇଛି |

କାରଣ ପୂର୍ବରୁ ଅମ୍ଳାନ ତାଙ୍କ ମା ଙ୍କୁ ହରାଇ ଥିଲେ, ଗତ ବର୍ଷ ବାପା ଙ୍କୁ ହରାଇ ଥିଲେ ଆଉ ଏହି ବର୍ଷ ପୁଣି ନିଜ ସାନ ଭାଇ ଙ୍କୁ ହରାଇ ଦେଇଛନ୍ତି | ତେବେ ଗତ କାଲି ଅମ୍ଳାନ ସୁଟିଂ ରେ ଥିଲେ କିନ୍ତୁ ଯେତେବେଳେ ଏଭଳି ଏକ ଖବର ପାଇ ଥିଲେ ସେ ସୁଟିଂ ରୁ ଫେରି ହସ୍ପିଟାଲ କୁ ଯାଇ ଥିଲେ |

ତେବେ ଅମ୍ଳାନ ତାଙ୍କର ଭାଇଙ୍କର ଅନ୍ତିମ ସତ୍କାର ସତୀଚଉଁରା ରେ କରିଛନ୍ତି ଆଉ ସେ ନିଜେ ମୁଖାଗ୍ନି ମଧ୍ୟ ଦେଇଛନ୍ତି | ତେବେ ଭଗବାନ ଙ୍କ ନିକଟରେ ଏତିକି ପାର୍ଥନା ଯେ ଅମ୍ଳାନ ଦାସ ଙ୍କୁ ଭଗବାନ ସେତିକି ସାହସ ଓ ଦମ୍ଭ ଦିଅନ୍ତୁ ଯେ ସେ ଏତେ ବଡ଼ ଦୁଃଖ କି ସହି ପାରିବେ ବା ଭଗବାନ ସେହିଭଳି ଶକ୍ତି ତାଙ୍କୁ ଦିଅନ୍ତୁ | ତେବେ ଏଭଳି ଏକ ଘଟଣା ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ରେ ରହିଛି ଯାହାକୁ ନେଇ ଦର୍ଶକ ମାନେ ମଧ୍ୟ ଖୁବ ଦୁଃଖ ପ୍ରକାଶ କରିଛନ୍ତି |