‘ହେ ପ୍ରଭୁ’ ସୁଟିଂ ସେଟରେ ଅଭିନୟ କରୁ କରୁ ଦେଖନ୍ତୁ କେମିତି ତଳେ ପଡ଼ିଗଲେ ରବି ମିଶ୍ର

ଦର୍ଶକବନ୍ଧୁ ଆପଣ ମାନେ ଜାଣିଛନ୍ତି ଗତକାଲି ଓଡ଼ିଆ ସିନେମା ଜଗତର ଜଣେ ଆଗଧାଡିର ପୁରୁଖା ଅଭିନେତା ରବି ମିଶ୍ର ମୃତ୍ୟୁ ବରଣ କରିଛନ୍ତି।୬୪ ବର୍ଷ ବୟସରେ ତାଙ୍କ ଭଳି ଜଣେ ବର୍ଷୀୟାନ କଳାକାର ତାଙ୍କ ଜୀବନର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଏବଂ ଅଗଣତି ଦର୍ଶକ ଓ ପ୍ରଶଂସକ ମାନଙ୍କୁ ଦୁଃଖ ସାଗରରେ ଭସାଇ ଦେଇ ସେ ସବୁ ଦିନ ପାଇଁ ଆର ପାରି କୁ ଚାଲି ଯାଇଛନ୍ତି।

ଯାହାଙ୍କ ଅନୁପସ୍ଥିତି ଏବେ ସମସ୍ତଙ୍କୁ ଅନୁଭବ ହେବାରେ ଲାଗିଛି।ନବେ ଦଶକର ଏହି ପ୍ରମୁଖ କଳାକାର ଜଣଙ୍କ ତାଙ୍କର ଉଚ୍ଚ କୋଟୀର ଅଭିନୟ ପାଇଁ ସେ ଓଡ଼ିଆ ଚଳଚ୍ଚିତ୍ରର ଅନେକ ସମ୍ମାନ ମଧ୍ୟ ପାଇଛନ୍ତି।

ଅନେକ ଟିଭି ସିରିଏଲ ଓ ମଞ୍ଚରେ ସେ ଅଭିନୟ କରି ସେ ଏକ ବିଶେଷ ପରିଚୟ ସୃଷ୍ଟି କରି ପାରିଥିଲେ ଓଡ଼ିଆ ସିନେମା ଜଗତରେ।ଆଜି ସେ ଆଉ ନାହାଁନ୍ତି କିନ୍ତୁ ତାଙ୍କର ସ୍ମୃତି କୁ ଏବେବି ମନେ ପକାଉଛନ୍ତି ଅଗଣିତ ଦର୍ଶକ, ପ୍ରଶଂସକ, ପରିବାର ଏବଂ ଆତ୍ମୀୟ ସ୍ୱଜନ। ତାଙ୍କର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଆପଣ ତାଙ୍କର ପରିବାର ର ଅନ୍ୟ ସଦସ୍ୟ ମାନଙ୍କୁ ଦେଖିବାକୁ ପାଇବେ।

ତେବେ ଆପଣ ଏହି ଭିଡିଓ ରେ ରବି ମିଶ୍ର ଙ୍କ ପରିବାର ର ଅନ୍ୟ ସଦସ୍ୟ ମାନଙ୍କୁ ଦେଖିବାକୁ ସୁଯୋଗ ପାଇବେ। ଆପଣଙ୍କୁ କହି ରଖୁଛୁ ଯେ ତାଙ୍କର ମୃତ୍ୟୁ ପରେ ତାଙ୍କର ଶେଷ ଦର୍ଶନ ପାଇଁ ବିଭିନ୍ନ ମହଲରୁ କଳା ପ୍ରେମୀ, ତାଙ୍କର ପ୍ରଶଂସକ, ସିନେମା ଜଗତର ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଆସି ପହଂଚି ଥିଲେ।

ତାଙ୍କ ପରିବାରକୁ ସାନ୍ତ୍ଵନା ଦେବା ସହିତ ସମବେଦନା ମଧ୍ୟ ଜଣାଇ ଥିଲେ। ଜି ସାର୍ଥକ ରେ ପ୍ରସାରିତ ହେଉଥିବା ସବୁଠାରୁ ଲୋକପ୍ରିୟ କାର୍ଯ୍ୟକ୍ରମ ‘ହେ ପ୍ରଭୁ’ ଧାରାବାହିକ ରେ ତାଙ୍କର ଅଭିନୟ ଦର୍ଶକ ମାନଙ୍କୁ ବେଶ୍ ଆକୃଷ୍ଟ କରିଥିଲା।ସେହି ଧାରାବାହିକ ର ସୁଟିଂ ସେଟରେ ହିଁ ସେ ତଳେ ଟଳି ପଡ଼ି ଥିଲେ।ଧାରାବାହିକ ରେ ମଧ୍ୟ ତାଙ୍କର ସ୍କ୍ରିପ୍ଟ ସେହିପରି ଥିଲା।

କିନ୍ତୁ ସେ ଜାଣି ନଥିଲେ କି ହାର୍ଟ ଆଟାକ ର ଅଭିନୟ କରୁ କରୁ ସତରେ ତାଙ୍କୁ ହାର୍ଟ ଆଟାକ ଆସି ଯିବ ପରି।ତାଙ୍କ ସେହି ଶେଷ ଅଭିନୟ ର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ସେ କେବଳ ହେ ପ୍ରଭୁ ନୁହେଁ, ବରଂ ଗୋପାଳ ଭାଣ୍ଡ ରହସ୍ୟ ପରି ଏକ ଚମତ୍କାର ଧାରାବାହିକ ରେ ମଧ୍ୟ କାର୍ଯ୍ୟ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ଅନେକ ଅନେକ ସୁପରହିଟ ଫିଲ୍ମ ଯେପରିକି ‘ଭାଈ ହେଲା ଭାଗାରୀ’ ,’ସକଳ ତୀର୍ଥ ତ ଚରଣେ’, ‘ସୌଭାଗ୍ୟବତୀ’, ‘ ମା ପରି କିଏ ହେବ’ , ‘ରାଖୀ ଭିଜିଲା ଆଖି ଲୁହରେ’ ଏବଂ ‘ମନ ରହିଗଲା ତୁମରି ଠାରେ’ ପରି ଅନେକ ସୁପରହିଟ ଫିଲ୍ମରେ କାର୍ଯ୍ୟ କରିଛନ୍ତି।

ଏବେ ତାଙ୍କର ବିୟୋଗରେ ଓଡ଼ିଆ ସିନେମା ଜଗତରେ ଏକ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ।ତାଙ୍କୁ ହରାଇ ଆଜି ସାରା ଓଡ଼ିଶା ବାସି ମର୍ମାହତ ଏବଂ ଦୁଃଖିତ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।