ହେ ପ୍ରଭୁ ! ସୁଡ଼ଙ୍ଗ ଭିତରୁ ଦେଖାଯାଉଛି ଶ୍ରୀମନ୍ଦିର, ବିଶ୍ୱାସ ନହେଲେ ବି ସତ୍ୟ । ପ୍ରଭୁ ଜଗନ୍ନାଥ ଙ୍କ ପ୍ରତି ମନରେ ଭକ୍ତି ଥିଲେ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ….
ଭାରତ ହେଉଛି ଦେବତାଙ୍କ ଜନ୍ମ ଭୂମି,ତେଣୁ ଭାରତ କୁ ଦେବଭୂମି ମଧ୍ୟ କୁହା ଯାଏ।ଏଠାରେ ଅନେକ ଦେବା ଦେବୀ ଜନ୍ମ ଗ୍ରହଣ କରିଛନ୍ତି ବୋଲି ଆମ ଶାସ୍ତ୍ର କହୁଛି।ଏଠାରେ ଅନେକ ମନ୍ଦିର ମାନ ମଧ୍ୟ ରହିଛି। ଏଠାରେ ଅନେକ ପାହାଡ଼ ପର୍ବତ ମାନ ରହିଛି, ଯେଉଁଠାରେ କି ଦେବତା ମାନେ ତାଙ୍କର ଲୀଳା କରୁ ଥିଲେ ବୋଲି ଆମ ଇତିହାସ ରୁ ଜଣା ପଡ଼େ।ତେବେ ସେହି ପରି ଏକ ପାହାଡ଼ ହେଉଛି ପାଣ୍ଡବ ବଖରା ପାହାଡ଼, ଯାହା କଟକ ଜିଲ୍ଲାର ବାଙ୍କୀ ଠାରେ ଅବସ୍ଥିତ।
ଏହି ପାହାଡ଼ ବିଷୟରେ କିମ୍ବଦନ୍ତୀ ରହିଛି କି ପାଣ୍ଡବ ମାନେ ତାଙ୍କ ଅଜ୍ଞାତ ବାସ ସମୟରେ ଆସି ଏହି ପାହାଡ଼ ଭିତରେ ତାଙ୍କର ସମୟ ଅତିବାହିତ କରି ଥିଲେ।ଆପଣ ଭାବୁ ଥିବେ କି ଏହା ଏକ ମନ ଗଢ଼ା କାହାଣୀ।
ମାତ୍ର ଏହା ମନ ଗଢ଼ା କାହାଣୀ ନୁହେଁ,ଏହା ଏକ ସମ୍ପୂର୍ଣ୍ଣ ସତ୍ୟ ଘଟଣା।କାରଣ ଏହି ପାହାଡ଼ ର ଉପରେ ପାଣ୍ଡବ ମାନଙ୍କର ଅନେକ ଚିହ୍ନ ମଧ୍ୟ ରହିଛି।ଏହି ପାହାଡ଼ ର ଉପରି ଭାଗରେ ରହିଛି ଏମିତି ଏକ ଗୁମ୍ଫା ଯେଉଁଠାରେ ୫ ଟି ଶୟନ ଶଯ୍ୟା ରହିଛି।ଯେଉଁ ଥିରୁ ପ୍ରମାଣ ମିଳୁଛି ଏହି ଗୁମ୍ଫା ରେ ପାଣ୍ଡବ ମାନେ ଶୟନ କରୁ ଥିଲେ।ଏହା ବ୍ୟତୀତ ଏହି ଗୁମ୍ଫା ପାଖରେ ଆଉ ଏକ ଗୁମ୍ଫାରେ ଏକ ଶୟନ ଶଯ୍ୟା ରହିଛି,ଯାହାକୁ ଲୋକ ମାନେ ବିଶ୍ୱାସ କରୁଛନ୍ତି କି ପାଣ୍ଡବ ମାନେ ତାଙ୍କ ସହ ଜଣେ ମୁନୀ ୠଷି କୁ ଆଣି ଥିଲେ ଓ ସେ ଏଠାରେ ଶୟନ କରୁ ଥିଲେ।
ଏହି ପାହାଡ଼ ଉପରେ ଆଉ ଏକ ଗୁମ୍ଫା ରହିଛି ଯାହାର ନାମ ଭାଲୁ ଗୁମ୍ଫା।ଲୋକ ମାନେ ବିଶ୍ୱାସ କରନ୍ତି କି ପାଣ୍ଡବ ମାନେ ଅଜ୍ଞାତ ବାସ ସମୟରେ ଏଠାରେ ରୋଷେଇ କରି ଖାଉ ଥିଲେ।ଏହି ପାହାଡ଼ ର ସମସ୍ତ ଗୁମ୍ଫାରେ ଏମିତି କିଛି କଳାକୃତି ରହିଛି ଯାହା ଆଜିବି ଅକ୍ଷୁର୍ଣ୍ଣ ରହିଛି।ଏଠାରେ ଯେଉଁ ଲିପି ରହିଛି ତାହା କେଉଁ ଭାଷାରେ ଲେଖା ହୋଇଛି କେହି କହି ପାରୁ ନାହାଁନ୍ତି।ସେ କାଳର ଯେଉଁ ଲେଖନୀ ରହିଥିଲା ପାଣ୍ଡବ ମାନଙ୍କର ତାହା ଆଜିବି ଏଠାରେ ରହିଛି।
ଏଠାରେ ଏକ ସୁଡଙ୍ଗ ରହିଛି,ଯେଉଁ ସୁଡ଼ଙ୍ଗ ଓଡ଼ିଶାର ତିନୋଟି ପ୍ରମୂଖ ସ୍ଥାନ କୁ ସଂଯୋଗ କରୁଛି।ଅର୍ଥାତ ଶ୍ରୀ ମନ୍ଦିର,ଖଣ୍ଡଗିରି ଓ ଯାଜପୁର ର ଓଳାଶୁଣୀ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେହି ସୁଡଙ୍ଗ ଦେଇ ଜଣେ ବ୍ୟକ୍ତି ଶ୍ରୀ ମନ୍ଦିର ଯାଇଥିଲେ ଓ ସେଠାରୁ ଫେରି ସେ ତାଙ୍କ ସ୍ତ୍ରୀ କୁ ସବୁ କଥା କହି ଥିଲେ।ମାତ୍ର ସେ ସ୍ତ୍ରୀଙ୍କୁ କହି ଥିଲେ କି ଏହି ସୁଡ଼ଙ୍ଗ ବିଷୟରେ ମହାପ୍ରଭୁ ଜଗନ୍ନାଥ ତାଙ୍କୁ ସ୍ୱପ୍ନରେ କହି ଥିଲେ।ତେଣୁ ସେ ଯେମିତି ଏକଥା କାହାକୁ ନ କୁହନ୍ତି।ମାତ୍ର ସ୍ତ୍ରୀ ଜଣଙ୍କ ଏକଥା ସମସ୍ତଙ୍କୁ କହିବାରୁ ସେହି ବ୍ୟକ୍ତି ଙ୍କର ମୃତ୍ୟୁ ହୋଇଥିଲା।
ଏହି ପାହାଡ଼ ରେ ସନ୍ଧ୍ୟା ସମୟରେ ଓଁ କାର ଶବ୍ଦ ସୁଭାଯାଏ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।ଏହା ସହିତ ଏହି ପାହାଡ଼ ସମ୍ପର୍କରେ ଆଉ ଏକ କିମ୍ବଦନ୍ତୀ ମଧ୍ୟ ରହିଛି କି ଏଠାରେ ତ୍ରିଶୂଳ ବାବା ନାମରେ ଜଣେ ବାବା ଥିଲେ।ଯିଏକି ଗ୍ରାମ ରୁ ଭିକ୍ଷା କରି ଏଠାରେ ରାନ୍ଧୁଥିଲେ।ମାତ୍ର ଏଠାରେ ରାନ୍ଧି ଅଳ୍ପ ଖାଇଲେ ମଧ୍ୟ ପେଟ ପୁରି ଯାଏ।ତେଣୁ ଏବେବି ଲୋକମାନେ ଏଠାକୁ ଆସି ରାନ୍ଧି ଖାଆନ୍ତି ଓ ସେମାନଙ୍କ ପେଟ ପୂରିଯାଏ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।