ହେ ପ୍ରଭୁ ! ପୁଣି ମାଡ଼ି ଆସୁଛି ଆଉ ଏକ ବାତ୍ୟା “ନୀଭାର “, ଏହି ୮ଟି ଜିଲ୍ଲାକୁ ସତର୍କ କଲା ଓଡ଼ିଶା ପାଣିପାଗ ବିଭାଗ, ମସ୍ଥ୍ୟ ଜୀବି କୁ ସମୁଦ୍ର ନ ଯିବାକୁ ଅନୁରୋଧ
ମାଡ଼ି ଆସୁଛି ଆଉ ଏକ ସାମୁଦ୍ରିକ ବାତ୍ୟା ନିଭାର । ରାଜ୍ୟ ରେ 25 ରୁ 27 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଏହି ବାତ୍ୟା ର ଓଡ଼ିଶା ଉପରେ କଣ ପ୍ରଭାବ ରହିବ ଏନେଇ କଣ କହୁଛି ପାଣି ପାଗ ବିଭାଗ । ତେବେ ଆସନ୍ତୁ ଜାଣିବା ଏହି ଲେଖା ମାଧ୍ୟମରେ ;
ଭାରତ ମହାସାଗର ରେ ଓ ସଂଲଗ୍ନ ଦକ୍ଷିଣ ପୂର୍ବ ମହାସାଗର ରେ ସୃଷ୍ଟି ହୋଇ ଥିବା ବଳୟ ଆସନ୍ତା ୪୮ ଘଣ୍ଟା ଭିତରେ ଘନୀଭୂତ ହୋଇ ବାତ୍ୟା ର ରୂପ ନେବ ।
ତେବେ ୨୫ ତାରିଖ ମଧ୍ୟାହ୍ନ ରୁ ଏହା ପୁଡୁଚେରୀ ଓ ତାମିଲନାଡୁ ଉପକୂଳ ଦେଇ ଅତିକ୍ରମ କରିବ । ଆଞ୍ଚଳିକ ପାଣି ପାଗ ବିଶେଷଜ୍ଞ ମାନେ ଏହି ସମ୍ଭାବ୍ୟ ବାତ୍ୟା ର ନାମ ନିଭାର ରଖି ଅଛନ୍ତି । ତେବେ ଆଶ୍ୱସ୍ତି କର କଥା ହେଲା ଯେ ଓଡ଼ିଶା ଉପରେ ଏହାର ସିଧା ସଳଖ ଭାବେ କୌଣସି ପ୍ରକାର ପ୍ରଭାବ ପଡ଼ିବ ନାହିଁ ବୋଲି ସୂଚନା ମିଳିଛି ।
ତେବେ ୨୫ ଓ ୨୬ ତାରିଖ ରେ ହାତ ଗଣତି ମାତ୍ର କିଛି ଜିଲ୍ଲା କୁ ଛାଡି ଦେଲା ପରେ ରାଜ୍ୟ ର ଅଧିକାଂଶ ସ୍ଥାନ ରେ କେବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ରାଜ୍ୟ ରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ହେବ ଓ ଶୀତ କମିବ ବୋଲି ଭୁବନେଶ୍ବର ସ୍ଥିତ ରଆଞ୍ଚଳିକ ପାଣି ପାଗ ବିଭାଗ ସୂଚନା ଦେଇଛି । ତାମିଲନାଡୁ ସମେତ ଦକ୍ଷିଣ ଭାରତ ରେ ବାତ୍ୟା ନିଭାର୍ ର ପ୍ରଭାବ ଅନୁଭୂତ ହେବ ବୋଲି ସୂଚନା ମିଳିଛି । କିନ୍ତୁ ଓଡ଼ିଶା ରେ କେବଳ ବର୍ଷା ହେବ ।
୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ର ସୁନ୍ଦରଗଡ଼ , କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଜିଲ୍ଲା କୁ ଛାଡ଼ି ରାଜ୍ୟ ରେ ପ୍ରାୟ ସମସ୍ତ ଜିଲ୍ଲା ରେ ବର୍ଷ ହେବ । ୨୬ ତାରିଖ ରୁ ବର୍ଷା ବଢିବ । କୋରାପୁଟ , କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନ ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଗଞ୍ଜାମ , ଗଜପତି , ବୌଦ୍ଧ , ସୋନପୁର, ସମ୍ବଲପୁର , ଢେଙ୍କାନାଳ ଓ ଅନୁଗୁଳ ରେ ସ୍ୱଳ୍ପ ଧରଣ ରେ ବର୍ଷା ଓ ସ୍ଥାନେ ସ୍ଥାନେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ପୁରୀ, ଖୋର୍ଦ୍ଧା , ନୟାଗଡ଼ , କଟକ , କେନ୍ଦୁଝର , ଦେବଗଡ଼ ଓ ମୟୂରଭଞ୍ଜ ରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସାମ୍ଭାବ୍ୟ ବର୍ଷା ଯୋଗୁଁ ଶୀତ କମିବ ଆଉ ୨୯ ତାରିଖ ରୁ ପୁଣି ରାଜ୍ୟ ରେ ତାପମାତ୍ରା କମିବ । କିନ୍ତୁ ଡିସେମ୍ବର ୩ ତାରିଖ ପୂର୍ବରୁ ରାଜ୍ୟ ରେ ବିଶେଷ ଭାବରେ ଶୀତ ନାହିଁ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।