ହେ ପ୍ରଭୁ ! ନାତି ନାତୁଣୀ ଙ୍କ ବିବାହ ଦେଖିବା ବୟସରେ ନିଜ ପ୍ରେମିକ ସହିତ ଫେରାର ହୋଇ ଗଲେ ଜେଜେମା, ଆଉ ତା’ ପରେ……
ଆଜିକା ଦୁନିଆରେ ପ୍ରେମ ର ପ୍ରତିଶବ୍ଦ କିପାରି ହୋଇ ଯାଇଛି ତାହା ଆପଣ ମାନେ ବେଶ ଭଲ ଭାବରେ ଜାଣି ପାରୁଥିବେ । ପ୍ରେମ ଖୁବ ପବିତ୍ର ସମ୍ପର୍କ ଅଟେ । ପୁଣି ଏପରି ମଧ୍ୟ କୁହାଯାଇଥାଏ ଯେ ପ୍ରେମ କେବେବି ବୟସ ଦେଖି ନଥାଏ । କିନ୍ତୁ ଆଜିକା ସମୟରେ ଏହା ଖୁବ କଳଙ୍କିତ ହୋଇ ଯାଇଛି । ଯେକିହିବି ଏହାର ଭୁଲ ଫାଇଦା ଉଠାଉଛନ୍ତି । ଦୁନିଆରେ ବର୍ତ୍ତମାନ ଏହି କାରଣରୁ ଅନେକ ଲଜ୍ଜାଜନକ ଘଟଣା ଘଟୁ ଅଛି ।
ଯାହା ସମାଜର ପରିବେଶ କୁ ମଧ୍ୟ କଳଙ୍କିତ କରୁଛି ଏବଂ ଏହାଦ୍ବାରା ଲୋକେ ଖୁବ ପ୍ରଭାବ ପକାଉଛି । ତେବେ ଏଭଳି କହିବାର କାରଣ ଆପଣ ମାନେ ନିଶ୍ଚିତ ଭାବରେ ଜାଣି ପାରୁଥିବେ । ଆଜିକାଲି ଅନେକ ଜ୍ୱଳନ୍ତ ଉଦାହରଣ ମଧ୍ୟ ଆପଣ ମାନେ ଦେଖି ପାରୁଥିବେ ।
ତେବେ ଆଜିକାର ଏହି ଲେଖାରେ ମଧ୍ୟ ଆମେ ଆପଣଙ୍କୁ ଏହିଭଳି ଏକ ଘଟଣା ବିଷୟରେ କହିବୁ ଯାହାକୁ ଜାଣିଲେ ଆପଣଙ୍କର ବିଶ୍ୱାସ ହୋଇଯିବ ଯେ ଆଜିକାଲିକା ପ୍ରେମ କିପରି କଳଙ୍କିତ ହୋଇ ଯାଇଛି । ତେଣୁ ଏହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।
ତେବେ ଏହିପରି ଏକ ଘଟଣା ବାଲିକୁଦା ବ୍ଲକ ଅନ୍ତର୍ଗତ କୃଷ୍ଣଦାସ ପୁର ଗ୍ରାମରେ ହୋଇଛି । ତେବେ ଲଜ୍ଜାଜନକ କଥା ଏହିକି ଯେ ଏହି ଗ୍ରାମର ଦୁଇ ବୟସ୍କ ଲୋକ ପ୍ରେମରେ ପଡ଼ି ଘରୁ ପଳାଇ ଯାଇଛନ୍ତି । ତେବେ ଏଥିରେ ଏତେ ଆଶ୍ଚର୍ଯ୍ୟ ହେବା ଭଳି କଥା କିଛି ନାହିଁ ।
କିନ୍ତୁ ବାସ୍ତବ କଥା ଏହିକି ଯେ ଏହି ଗ୍ରାମର ଜଣେ ବୟସ୍କ ବୃଦ୍ଧା ଯାହାଙ୍କର ନାତି ନାତୁଣୀ ମଧ୍ୟ ଅଛନ୍ତି ଏବଂ ଅନ୍ୟ ଜଣେ ବୃଦ୍ଧ ଯାହାଙ୍କର ମଧ୍ୟ ନାତି ନାତୁଣୀ ଅଛନ୍ତି ସେମାନେ ଦୁହେଁ ନିଜର ପରିବାରକୁ ଭୁଲି , ନାତି ନାତୁଣୀ ଙ୍କୁ ଭୁଲି ପରସ୍ପରର ପ୍ରେମରେ ପଡ଼ି ଘର ଛାଡ଼ି ପଳାଇଛନ୍ତି ।
ଯେଉଁ ଘଟଣା ଘଟିବା ପରେ ଲୋକଙ୍କ ମଧ୍ୟରେ ଅନେକ କଥା ଶୁଣା ଯାଇଛି । ତେବେ ପୁଣି ଏଇ କିଛିଦିନ ତଳେ ଜଣେ ବ୍ୟକ୍ତି ନିଜର ପରିବାର ଛୁଆ ପିଲାଙ୍କୁ ଛାଡ଼ି ଜଣେ କର୍ମଚାରୀ ମହିଳାଙ୍କ ସହିତ ପଳାଇଥିଲେ । ଯେଉଁ ଘଟଣା ସେହି ବ୍ଲକ ପାଇଁ ଖୁବ ନିନ୍ଦନୀୟ ହୋଇଥିଲା । ପୁଣିଥରେ ଏହି ବୃଦ୍ଧ ମାନଙ୍କର ପଳାଇଯିବା ଘଟଣା ଆହୁରି ଆଶ୍ଚର୍ଯ୍ୟ କରିଛି ଗ୍ରାମବାସୀ ଙ୍କୁ ।
ପୁଣି ଆଉ ଏକ ଘଟଣା ଶୁଣା ଯାଇଛି ଯେ ନିକଟ କିଛିଦିନ ତଳେ ଜଣେ ବୃଦ୍ଧ ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ବ୍ୟାଙ୍କ ରୁ ଟଙ୍କା ଉଠାଇଥିଲେ । ମାତ୍ର ତାହାକୁ ଠିକ ସମୟରେ ନଫେରାଇ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି ।
ତେବେ ବାଲିକୁଦା ବ୍ଲକର ଅଞ୍ଚଳ ମାନଙ୍କରେ ଏପରି ଘଟଣା ବିଶେଷ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁଣି ଦୁଇଜଣ ବୟସ୍କ ଲୋକଙ୍କ ଏପରି ନିନ୍ଦନୀୟ କାର୍ଯ୍ୟ ଜଣାଇ ଦେଇଛି ଯେ କିପରି ଭାବରେ ଆଜିକା ଦୁନିଆରେ ପ୍ରେମର ଭାଷା ବଦଳି ଯାଇଛି ।