ହେ ପ୍ରଭୁ ଏ କେମିତିକା ବୋହୁ ! ନିଜ ବୃଦ୍ଧ ଶାଶୁକୁ ଝାଡୁରେ ବାଡ଼େଇ ବାଡ଼େଇ ଘାଇଲା କରିଲା ବୋହୂ , ଭିଡ଼ିଓ ଭାଇରାଲ।ଦୟାକରି କମେଣ୍ଟ କରନ୍ତୁ ଏପରି ଅତ୍ୟାଚାରୀ ବୋହୁ ଙ୍କୁ କିପରି ଦଣ୍ଡ ମିଳିବା ଦରକାର ?

ଶାସ୍ତ୍ର ରେ ପିତାମାତା ଙ୍କୁ ପ୍ରଥମ ଭଗବାନ ବୋଲି କୁହା ଯାଇଛି କାରଣ ପିତାମାତା ହିଁ ଆମକୁ ଏହି ଦୁନିଆ କୁ ଆଣିଛନ୍ତି ।ପିଲାଟିଏ ପାଇଁ ବାପା ମାଆ ଅନେକ ଦେବା ଦେବୀ ଙ୍କୁ ପୁଜା କରନ୍ତି।ଭଗବାନ ଙ୍କୁ ପ୍ରତ୍ୟେକ ଦିନ ପ୍ରାର୍ଥନା କରନ୍ତି।ସାଧାରଣତଃ ପୁଅ ଟିଏ ପାଇଁ ବାପା ମାଆ ଅନେକ ପୂଜାର୍ଚ୍ଚନା ସହ ଅନେକ ମାନସିକ ମଧ୍ୟ କରନ୍ତି।ସେଥିପାଇଁ କଥାରେ କୁହନ୍ତି “ଲକ୍ଷେ ଶିବ ପୁଜି ପାଇଛି ମୁଁ ପୁଅ।”

ବାପା ମାଆ ପିଲାଟିକୁ ଜନ୍ମ ଦେଲା ପରେ ତାର ଲାଳନ ପାଳନ କରନ୍ତି।ପିଲାର ଖୁସି ପାଇଁ ନିଜର ଖୁସି କୁ ଭୁଲି ଯାଆନ୍ତି।ନିଜେ ଭୋକିଲା ରହି ନିଜର ସନ୍ତାନ କୁ ଖୁଆନ୍ତି।ନିଜେ ଛିଣ୍ଡା ଫଟା ବସ୍ତ୍ର ପିନ୍ଧନ୍ତି ସତ କିନ୍ତୁ ନିଜ ପିଲା କୁ ଭଲ ବସ୍ତ୍ର ଆଣି ଦିଅନ୍ତି।

ନିଜେ ଅଶିକ୍ଷିତ ଥିଲେ ମଧ୍ୟ ନିଜ ସାନ୍ତାନ କୁ ଶିକ୍ଷିତ କରିବାକୁ ଚେଷ୍ଟା କରନ୍ତି।କିନ୍ତୁ ଯେତେବେଳେ ପୁଅ ବଡ଼ ହୋଇ ଯାଏ ଏବଂ ବିବାହ କରେ ସେତେବେଳେ ତା ପାଇଁ ବାପା ମାଆ ବୋଝ ହୋଇ ଯାଆନ୍ତି,ଅନାବଶ୍ୟକ ହୋଇ ଯାଆନ୍ତି।

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ସମ୍ପର୍କରେ କହିବୁ ଯାହାକୁ ଜାଣିଲା ପରେ ଆପଣ କହିବେ ପ୍ରଭୁ ମୋର ସନ୍ତାନ ଦରକାର ନାହିଁ।ଆମେ ମିଛ କହୁ ନାହୁଁ, ଏହି କଥା ଟି ସମ୍ପୁର୍ଣ୍ଣ ସତ୍ୟ।ତେବେ ଜଣେ ବୃଦ୍ଧ ଶାଶୂ ଙ୍କୁ ତାଙ୍କ ବୋହୁ ଘୋଷାଡ଼ି ଘୋଷାଡ଼ି ପିଟୁ ଥିବାର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଏବେ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ପରି ନିନ୍ଦନୀୟ ଘଟଣା ଟି ଘଟିଛି ଉତ୍ତର ପ୍ରଦେଶ ର ଆଗ୍ରା ନିକଟସ୍ଥ ବାଉପୁର ଗ୍ରାମରେ ।ଜଣେ ବୃଦ୍ଧ ଶାଶୂ ଯାହାଙ୍କ ର ହାତ ଗୋଡ଼ ଅଚଳ ହୋଇ ଯାଇଛି,ସବୁବେଳେ ଖଟ ଉପରେ ଶୋଇ ରୁହନ୍ତି।ତାଙ୍କର ବୋହୁ ଘରେ କେହି ନଥିବା ସମୟ ରେ ତାଙ୍କର ଏହି ଅସହାୟ ବୃଦ୍ଧା ଶାଶୂ ଙ୍କୁ ଅତି ନିର୍ମମ ଭାବେ ପିଟିଛନ୍ତି।ଶାଶୂ ଜଣଙ୍କ ର ହାତ ଗୋଡ଼ ଓ ପାଟି ସବୁ ଅକାମି ହୋଇ ଥିବାରୁ ସେ ନିଜକୁ ରକ୍ଷା କରିବା ପାଇଁ କିଛି କରି ପାରୁ ନାହାଁନ୍ତି।

ବୋହୁ ଜଣଙ୍କ ଶାଶୁଙ୍କୁ ଖଟ ଉପରେ ପିଟି ପିଟି ତଳକୁ ଖସି ପକାଇଲେ।ପରେ ତଳେ ମଧ୍ୟ ପିଟିବା ପାଇଁ ଲାଗିଲେ।ମାତ୍ର କଣ ପାଇଁ ବୋହୁ ଜଣଙ୍କ ତାଙ୍କ ଶାଶୁକୁ ଏହି ପରି ନିର୍ଦୟ ଭାବେ ପିଟୁଛନ୍ତି ତାହା ଅସ୍ପଷ୍ଟ।ମାତ୍ର ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ପୋଲିସ ନିକଟରେ ଅଭିଯୋଗ ମଧ୍ୟ ହୋଇ ଥିଲା।

ତେବେ ପୋଲିସ ସେହି ମହିଳାଙ୍କ ଘରେ ପହଞ୍ଚିବା ବେଳେ ମହିଳା କୁଆଡ଼େ ଗାଏବ ହୋଇ ଯାଇଥିଲେ।ସେହି ମହିଳାଙ୍କ ସ୍ୱାମୀ କିଛି ବର୍ଷ ପୂର୍ବେ ମୃତ୍ୟୁ ବରଣ କରିଥିଲେ।ତେଣୁ ଏହି ଘରେ କେବଳ ସେହି ବିଧବା ମହିଳା ଓ ତାଙ୍କ ବୃଦ୍ଧ ଶାଶୂ ରୁହନ୍ତି।ଭିଡ଼ିଓ ଟି ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସି ଯିବ।ଯେଉଁ ମାଆ ଆମକୁ ଏତେ ବଡ଼ କରିଛି ସେହି ମାଆ କୁ କେମିତି ଏହି ବୋହୁ ଜଣଙ୍କ ଏପରି ଭାବେ ମାଡ଼ ମାରି ପାରିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।