ପେଟର ଚର୍ବିକୁ ( Belly fat ) କମ କରନ୍ତୁ ସ୍ଲିମ ଓ ଟ୍ରିମ ରୁହନ୍ତୁ – Health Tips

ତେବେ ଆଜିକାଲି ଜୀବନ ଶୈଳୀ ଦ୍ୱାରା ଶରୀର ରେ ଅନେକ ସମସ୍ୟା ଦେଖା ଯାଇଥାଏ | ଯେମିତି ମେଦ ବହୁଳତା ଦ୍ୱାରା ବ୍ୟକ୍ତି ମାନେ ଅନେକ ଅସୁବିଧା ର ସାମ୍ନା କରି ଥାଆନ୍ତି | ଯଦି ଥରେ ଓଜନ ବଢିଛି କିମ୍ବା ପେଟରେ ଚର୍ବି ବଢିଛି ତେବେ ଆମକୁ ଚାଲିବା ଓ ବସିବା ପାଇଁ ବହୁତ ଅସୁବିଧା ହୋଇଥାଏ |

ଏହା ସହିତ ଆମ ଶରୀର ର ଏହା ସୋନ୍ଦର୍ଯ୍ୟ କୁ ମଧ୍ୟ ଖରାପ କରି ଦେଇଥାଏ ଯାହାକି ଖୁବ ଚିନ୍ତା ର କାରଣ ମଧ୍ୟ ହୋଇ ଥାଏ | ତେବେ ଆଜି ଏଭଳି ଦୁଇଟି ଉପାୟ ସମ୍ପର୍କ ରେ କହିବୁ ଯାହା ଦ୍ୱାରା ଆପଣ ଆପଣଙ୍କ ପେଟରେ ଚର୍ବି କମାଇବା ରେ ବହୁତ ସାହାଯ୍ୟ କରିବ |

ପ୍ରଥମ ଉପାୟ :-

ତେବେ ପ୍ରଥମ ଉପାୟ ରେ ଆପଣ ଏକ ପାତ୍ର ରେ ଚାମଚ ମେଥି ନିଅନ୍ତୁ ଆଉ ଏହି ମେଥି କୁ ପାଣି ସାହାଯ୍ୟ ରେ ଭିଜାଇ ରଖନ୍ତୁ | ତେବେ କିନ୍ତୁ ଏହି ମେଥି କୁ ରାତି ସାରା ଭିଜାଇ ରଖନ୍ତୁ ଆଉ ତାପରଦିନ ସକାଳେ ସେହି ମେଥି କୁ ଛାଣି ନିଅନ୍ତୁ | ତେବେ ସକାଳେ ଉଠି ଏହି ମେଥି କୁ ଆପଣ 20 ମିନିଟ ପର୍ଯ୍ୟନ୍ତ ଚୋବାନ୍ତୁ ଆଉ ଖାଇ ଦିଅନ୍ତୁ | ଦେଖିବା ଏହା କରିବା ଦ୍ୱାରା ଆସ୍ତେ ଆସ୍ତେ ଆପଣ ଙ୍କ ପେଟରେ ଚର୍ବି କମ ହେବାକୁ ଲାଗିବ ଏବଂ ଆପଣ ସ୍ଲିମ ହୋଇ ଯିବେ ଯାହା ଦ୍ୱାରା ଆପଣ ଖୁବ ସୁନ୍ଦର ମଧ୍ୟ ଦେଖା ଯିବେ |

ଦ୍ୱିତୀୟ ଉପାୟ :-
ତେବେ ଏହି ଦ୍ୱିତୀୟ ଉପାୟ ରେ ଆପଣ ଙ୍କୁ ନିହାତି ଭାବେ ଅଁଳା ର ଆବଶ୍ୟକତା ପଡ଼ିବ | ଆପଣ ପ୍ରତିଦିନ ସକାଳେ ଉଠି ଜଳଖିଆ ଖାଇବା ପୂର୍ବରୁ 3 ରୁ 4 ଟି ଅଁଳା ନେଇ ଖାଆନ୍ତୁ, ନଚେତ ସେଓ ରେ ଚୋପା ନ ଛଡାଇ ଖାଆନ୍ତୁ ଦେଖିବେ ଧୀରେ ଧୀରେ ଏହା ଆପଣ ଙ୍କ ପେଟରେ ଚର୍ବି କମ କରି ଦେବ | ଏହାକୁ କିଛି ଦିନ ଲଗାତାର ଖାଇବା ଦ୍ୱାରା ଆପଣଙ୍କ ପେଟରେ ଚର୍ବି କମ ହୋଇ ଯିବ | ଏହା ସହିତ ପ୍ରତେକ ଦିନ ଅଧା ଚାମଚ ଗୁଡ଼ ଖାଆନ୍ତୁ, ଗୁଡ଼ ଖାଇବା ଦ୍ୱାରା ଖାଦ୍ୟ ହଜମ ହୋଇ ଥାଏ |

 

ତେବେ ଏହି ଉପାୟ ଦୁଇଟି ସହିତ ଯଦି ଆପଣ ନିଜ ଦୈନନ୍ଦିନ ଜୀବନ କୁ ମଧ୍ୟ ପରିବର୍ତ୍ତନ କରିବେ ତେବେ ମଧ୍ୟ ଆପଣ ସ୍ଲିମ ହୋଇ ଯିବେ | ଅନେକ ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ୱାରା ଆମ ପେଟରେ ଚର୍ବି ବଢିବାକୁ ଲାଗିଥାଏ | ତେଣୁ ନିଜ ଖାଦ୍ୟ ରେ ଧ୍ୟାନ ଦେବା ସହିତ ପ୍ରତିଦିନ ଯୋଗ ବ୍ୟାୟାମ ଆଦି କରନ୍ତୁ | ଏହା ଦ୍ୱାରା ମଧ୍ୟ ପେଟରେ ଚର୍ବି ନ ବଢ଼ିବା ସହିତ ଶରୀର ମଧ୍ୟ ସର୍ବଦା ସୁସ୍ଥ ରହିବ | ତେଣୁ ଏହି ପ୍ରତିଦିନ ଏହି ଦୁଇଟି ଉପାୟ ମଧ୍ୟ ପ୍ରୟୋଗ କରି ଦେଖନ୍ତୁ ଯାହାର ରେଜଲ୍ଟ ଆପଣ ନିଜେ ଜାଣି ପାରିବେ |