ହେ ଜଗନ୍ନାଥ ! ଘଟିଲା ଅସମ୍ଭବ ଘଟଣା ! କଣ ଏମିତି ବି ହୋଇପାରେ ? ଏହି ଅବିସ୍ୱାଶନୀୟ ଘଟଣା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ….
ବେଳେବେଳେ ଏମିତି କିଛି ଅଲୌକିକ ଶକ୍ତି ବା ପ୍ରତିଭା ର ଉଦାହରଣ ଦେଖିବାକୁ ମିଳିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସେହିଠାରୁ ଆମକୁ ପ୍ରମାଣ ମିଳେ ଯେ କିଛି ଏହିଭଳି ଅଦୃଶ୍ୟ ଶକ୍ତି ରହିଛି ଯାହା ର ପ୍ରଭାବ ବାସ୍ତବରେ କିଛି ଏମିତି ଘଟଣା କିମ୍ବା ସଂକେତ ଦେଇଥାଏ ଯାହା ସହଜରେ ବିଶ୍ୱାସ ଉପଯୋଗୀ ନୁହଁ।
ସେହିଭଳି ଏକ ଘଟଣା ସମ୍ପର୍କରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ ଯାହା ଶୁଣିଲା ପରେ ଆଉ ଏହି ଘଟଣା କୁ ନିଜେ ଦେଖିବା ପରେ ଆପଣ ବିଶ୍ୱାସ କରି ପାରିବେନି ଏବଂ ଭାବିବାକୁ ବାଧ୍ୟ ହେବେ ଯେ କଣ ପ୍ରକୃତରେ ଏହା ସମ୍ଭବ ପର ଅଟେ ଏବଂ ଏହା ପଛର ରହସ୍ୟ କଣ?
ତେବେ ଆମେ ଯେଉଁ ଘଟଣା ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ତାହା ହେଉଛି କଟକ ଜିଲ୍ଲାର, କଟକ ସଦର ଅନ୍ତର୍ଗତ ସୋମପୁର ଗ୍ରାମ ପଞ୍ଚାୟତ ର ସୋମପୁର ଗ୍ରାମରେ।ଏଠାରେ ବାସ କରୁଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ହୋଇଛି ସ୍ଵପ୍ନାଦେଶ। ଆଉ ଏମିତି ସ୍ଵପ୍ନାଦେଶ ଯାହା ବିଷୟରେ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।
କାରଣ ଏଠାରେ ବାସ କରୁଥିବା ବୃଦ୍ଧ ଜଣଙ୍କ ଙ୍କ କହିବା ଅନୁସାରେ ୧୯୯୯ ମହାବାତ୍ୟା ପରେ ସେ ତାଙ୍କର ଘରକୁ ଅନ୍ୟତ୍ର ସ୍ଥାପନ କରିବାକୁ ଯେତେବେଳେ ଏହି ସ୍ଥାନକୁ ଆସିଲେ ସେତେବେଳେ ଏଠାରେ ଜଙ୍ଗଲ ରହିଥିଲା ଏବଂ ଜନ ବସତି ପାଇଁ ଉଚିତ୍ ସ୍ଥାନ ନଥିଲା। କିନ୍ତୁ ସେ ଏଠାରେ ପ୍ରଶସ୍ତ ସ୍ଥାନ ଥିବାରୁ ରହିବାକୁ ମନସ୍ଥ କଲେ ଓ ଘର ତିଆରି ପାଇଁ ଇଚ୍ଛା କଲେ।
ପରେ ସେ ଜଣେ ଆକୁଳି ବାବା ନାମକ ସାଧୁ ଙ୍କ ସଂସ୍ପର୍ଶରେ ଆସିଲେ ଏବଂ ଏହି ସ୍ଥାନ ବିଷୟରେ ତାଙ୍କର ମତ ନେବାକୁ ଚେଷ୍ଟା କଲେ। ସେତେବେଳେ ବାବା ଜଣଙ୍କ କହିଲେ ଯେ ଏହା ଏକ ପବିତ୍ର ସ୍ଥାନ। ଏଠାରେ ଋଷି, ମୁନି ଋଷି ମାନେ ଜପ, ଧ୍ୟାନ କରୁଥିଲେ। କିନ୍ତୁ ଏଠାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିବା ପାଇଁ ଯାଉଛି ବୋଲି ସେ କହିଥିଲେ।
ତାଙ୍କ ଅନୁସାରେ ଏଠାରେ ଦ୍ଵୀପ ଜାଳିବା ଏବଂ ଯଜ୍ଞ କରିବା ଦ୍ୱାରା ଏଠାରେ ଥିବା ନିମ୍ବ ଗଛଟି ୪ ଫୁଟ୍ ରୁ ଅଧିକ ଏହି ସ୍ଥାନରୁ ଘୁଞ୍ଚି ଯିବ।ତାପରେ ଏଠାରେ ବସବାସ କରିବା ଏବଂ ଘର କରିବା ସମ୍ଭବ ହୋଇ ପାରିବ। ସତକୁ ସତ ସେଇୟା ହିଁ ଘଟିଲା।
ଅଷ୍ଟମ ପ୍ରହରୀ, ଯଜ୍ଞ ସହ ଦ୍ଵୀପ ଜାଳିବା ଦ୍ବାରା ନିମ୍ବ ଗଛଟି ୫ ଫୁଟ ପାଖାପାଖି ସେହି ସ୍ଥାନରୁ ଘୁଞ୍ଚିଗଲା। ଯାହା କୌଣସି ଅସମ୍ଭବ ଠାରୁ କମ୍ ନୁହଁ। ପୁଣି ସେହି ବାବାଙ୍କ କହିବା ଅନୁସାରେ ୨୦୩୪ ମସିହା ବେଳକୁ ଏହି ଗଛ ଏକ ବିଶେଷ କାମରେ ଲାଗିବ। ଯାହା କୁହା ଯାଉଛି କି ସେହି ସମୟରେ ନବ କଳେବର ପଡୁ ଥିବାରୁ ଏହା ମହାପ୍ରଭୁ ଙ୍କ ନିର୍ମାଣରେ ଲାଗି ପାରେ ବୋଲି ମଧ୍ୟ କହିଛନ୍ତି ଏହି ବୃଦ୍ଧ ଜଣଙ୍କ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।