ଦେଖନ୍ତୁ ଭିଡ଼ିଓ । ହେ ଭଗବାନ ! ମାଟି ତଳୁ ଆବିର୍ଭାବ ହେଲେ ମହାଦେବ, ଘଟଣା ଟି ଆଶ୍ଚର୍ଯ୍ୟ ଲାଗିଲେ ବି ସତ ଦେଖନ୍ତୁ…..
କୁହାଯାଏ ଭଗବାନଙ୍କର ଲୀଳା ବା ମହିମା ଅପାର ଅଟେ। ତାଙ୍କର ଲୀଳା କୁ କେହି ବି ବୁଝି ପାରି ନଥାନ୍ତି।ସେ କେତେବେଳେ କେଉଁଠାରେ କେଉଁ ରୂପରେ ଆବିର୍ଭାବ ହେବେ ତାହା କାହାକୁ ଜଣା ନଥାଏ। ସେହିଭଳି ଏକ ଅଜବ ଘଟଣା ଏବଂ ବିଚିତ୍ର ଲୀଳା ଭଗବାନଙ୍କର ଏବେ ଦେଖିବାକୁ ମିଳୁଛି। ଯାହା ଘଟିଛି ଭଦ୍ରକ ଜିଲ୍ଲାରେ।ତେବେ ଜାଣନ୍ତୁ ଏଠାରେ କଣ ଘଟିଛି।ଏ
ଠାରେ ପାର୍କ ତିଆରି ପାଇଁ ପଡିଆ ସମତୁଲ କଲାବେଳେ ବାହାରିଲେ ଭୁବନ ର ଈଶ୍ୱର ମହାଦେବ ଏବଂ ଏହାପରେ ଏଠାରେ ସୃଷ୍ଟି ହୋଇଚି ଏକ ଭକ୍ତିମୟ ପରିବେଶ। ଦୀପାବଳୀ ଅମାବାସ୍ୟା ଅବସରରେ ଏଠାରେ ଏହି ଶିବଲିଙ୍ଗ ବାହାରିବା ପରେ ଚାଲିଛି ପୂଜାର୍ଚ୍ଚନା।
ତେବେ ଘଟଣା ଟି ଏହିଭଳି ଥିଲା ଯେ,ଭଦ୍ରକ ଜିଲ୍ଲାର, ଗୋରାମାତି ପଞ୍ଚାୟତର ବଳଦିଆ ଗ୍ରାମରେ ପାର୍କ ନିର୍ମାଣ ପାଇଁ ମାଟି ଖୋଳି ସମତୁଲ କରା ଯାଉଥିଲା। ଟ୍ରାକ୍ଟର ରେ ମାଟି ତାଡିଲା ବେଳେ କୌଣସି ଏକ ଜିନିଷ ଏହାର ମୁଣ୍ଡ ରେ ବାଜିଥିଲା ଏବଂ ଏହା ଫାଳ ହୋଇ ଯାଇଥିଲା।ତାପରେ ଯେତେବେଳେ ମାଟି ଆଢ଼େଇ ଦେଖାଗଲା ସେତେବେଳେ ସେଠାରେ ଶିବଲିଙ୍ଗ ବାହାରିଥିଲା।
ଏହାପରେ ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ। କାରଣ ମାଟିତଳୁ ମହାପ୍ରଭୁ ଙ୍କ ଆବିର୍ଭାବ କୌଣସି ସାଧାରଣ କଥା ନୁହଁ।ପରେ ଏହା ଗ୍ରାମବାସୀ ମାନଙ୍କ ସହିତ ଗ୍ରାମର ସରପଞ୍ଚ କୁ ଖବର ଦିଆ ଯାଇଥିଲା।ପରେ ସେଠାରେ ଗ୍ରାମବାସୀ ଉପସ୍ଥିତ ହୋଇଥିଲେ ଏବଂ ମାଟି ତଳୁ ଶିବଲିଙ୍ଗ କୁ ଉଦ୍ଧାର କରା ଯାଇଥିଲା।
ପରେ ଗ୍ରାମ ପଞ୍ଚାୟତର ଲୋକେ ସେଠାରେ ଉପସ୍ଥିତ ହୋଇଥିଲେ ଏବଂ ଏବେ ସେଠାରେ ପାତାଳୀ ଲିଙ୍ଗକୁ ପୂଜାର୍ଚ୍ଚନା କରା ଯାଉଛି। ଗଣମାଧ୍ୟମ ର ପ୍ରତିନିଧି ମାନେ ସେଠାରେ ଉପସ୍ଥିତ ହୋଇ ଗ୍ରାମବାସୀ ମାନଙ୍କ ପାଖରୁ ଏ ବିଷୟରେ ପ୍ରତିକ୍ରିୟା ନେଲା ବେଳେ ଗ୍ରାମବାସୀ ମାନେ ବହୁତ୍ ଖୁସି ଥିବା ଜଣା ପଡିଛି। ତାଙ୍କ ଗ୍ରାମରେ ଶିବ ଲିଙ୍ଗ ବାହାରି ଥିବାରୁ ସେମାନେ ବହୁତ୍ ଖୁସି ଅଛନ୍ତି ଏବଂ ଆନନ୍ଦର ଉତ୍ସବ ମନାଉ ଅଛନ୍ତି। ସମସ୍ତେ ପୂଜା ଅର୍ଚ୍ଚନା କରିବାରେ ବ୍ୟସ୍ତ ଅଛନ୍ତି। ଯେମିତି ଭଗବାନ ଏବଂ ଭକ୍ତଙ୍କର ମିଳନ ଏଠାରେ ଘଟିଛି।
ସେହିପରି ଏକ ଭକ୍ତିମେୟ ପରିସ୍ଥିତି ଏଠାରେ ସୃଷ୍ଟି ହୋଇଛି। ଗ୍ରାମବାସୀ ମାନେ ବହୁତ ଆନନ୍ଦ ର ସହିତ ନିଜକୁ ପୂଜା କାର୍ଯ୍ୟରେ ମଗ୍ନ ରଖିଛନ୍ତି।ଏବଂ ମହାପ୍ରଭୁ ଶିବ ଙ୍କ ମନ୍ଦିର ତିଆରି ନିମନ୍ତେ ସେମାନେ ପ୍ରସ୍ତୁତି ଜାରି ରଖିଛନ୍ତି। ଆଶା ରଖିଛନ୍ତି ସେମାନେ ଏକ ମନ୍ଦିର ତିଆରି କରିବେ। ଭଗବାନ ଆବିର୍ଭାବ ହେବା ସେଠାକାର ଅଧିବାସୀ ମାନଙ୍କୁ ଏତେ ଖୁସି ଦେଇଛି ଯେ ସେମାନେ ଭକ୍ତିର ସହିତ ପୂଜାର୍ଚ୍ଚନା କରିବା ସହିତ ମନ୍ଦିର ନିର୍ମାଣ ନିମିତ୍ତ ଯୋଜନା କରୁଛନ୍ତି। ଭଗବାନ ଙ୍କ ର ଏହି ଲୀଳା ସମସ୍ତଙ୍କୁ ଚକିତ କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।