ହେ ଭଗବାନ ! ଯୁବତୀର ପେଟରୁ ବାହାରିଲା ୭ କିଲୋର ଚୁଟି, ତା ପରେ ଯାହା ହେଲା ଜାଣିଲେ ଆପଣ ଅବାକ୍ ହୋଇଯିବେ…ବିଶ୍ୱାସନହେଲେ ବି ସତ….

ଅତୀତର ସମାଜ ଅପେକ୍ଷା ବର୍ତ୍ତମାନର ସମାଜ ଏକ ଉନ୍ନତ ସମାଜ ଭାବରେ ପରିଗଣିତ ହେଲାଣି। ଏହି ପରିବର୍ତନଶୀଳ ସମାଜରେ ଦୈନ୍ୟଦିନ କିଛି ନୂଆ ନୂଆ ଟେକ୍ନୋଲୋଜିର ଆବିଷ୍କାର ହେଉଛି। ବିଜ୍ଞାନ ଓ ଟେକ୍ନୋଲୋଜିର ଉନ୍ନତି ହେବା ଫଳରେ ଆମ ଦେଶ ଡିଜିଟାଲ ଇଣ୍ଡିଆରେ ପରିଣତ ହେବାରେ ଲାଗିଛି ଏବଂ ଏହାର ପ୍ରଭାବରେ ସମାଜରେ ଧୀରେ ଧୀରେ କୁ ସଂସ୍କାର ଓ ଅନ୍ଧ ବିଶ୍ବାସ ଦୂର ହେବାରେ ଲାଗିଛି।

ଲୋକମାନେ କୁସଂସ୍କାର ଓ ଅନ୍ଧ ବିଶ୍ବାସକୁ ଭରସାନକରି ସେମାନେ ବିଜ୍ଞାନ ଓ ଟେକ୍ନୋଲୋଜି ଉପରେ ବିଶ୍ବାସ କରୁଛନ୍ତି। ଏହା ଦ୍ୱାରା ଟେକ୍ନୋଲୋଜି ଆମ ଜୀବନଶୋଳୀ ଉପରେ ପ୍ରଭାବ ପକାଉଛି।

ପୂର୍ବରୁ ଯଦି କୌଣସି ବ୍ୟକ୍ତିକୁ ରୋଗ ହେଉଥିଲା ତାହାଲେ ସେହି ବ୍ୟକ୍ତିର ରୋଗର ଚିକିତ୍ସା ସହଜରେହୋଇପାରିନଥିଲା। ଯଦି କୌଣସି ବ୍ୟକ୍ତିର ରୋଗର ଅପରେସନ ହେବାରଥିଲା ତାହାଲେ ସେହି ରୋଗର ଚିକିତ୍ସା ସହଜରେ ହୋଇପାରିନଥିଲା ଏବଂ ବେଳେ ବେଳେ ପ୍ରାଣତ୍ୟାଗ କରିବାକୁ ପଡୁଥିଲା।ଯଦି କୌଣସି ବ୍ୟକ୍ତିକୁ ବର୍ତ୍ତମାନ ସମୟରେ କୌଣସି ପ୍ରକାର ରୋଗ ହୋଇଛି ତାହେଲେ ସଙ୍ଗେ ସଙ୍ଗେ ଚିକିତ୍ସା ହୋଇପାରିଛି। ବିଜ୍ଞାନର ଅଗ୍ରଗତି ଫଳରେ କୌଣସି ରୋଗରଅପରେସନ ବିନା କଷ୍ଟ ରେ ଏବଂ ସହଜରେ ହୋଇପାରୁଛି।

ଆପଣ କିମ୍ବା ଆପଣଙ୍କର କୌଣସି ସମ୍ପକୀୟଙ୍କର ପେଟର ଅପରେସନ ହେବାର ଦେଖିଥିବେ ଏବଂ ମାଂସ ପିଣ୍ଡୁଳାଟିଏ ବାହାରିଥିବାର ଆପଣମାନେ ଦେଖିଥିବେ। ତେବେ ଆଜି ଆମେ ଏପରି ଏକ ଅପରେସନ ବିଷୟରେ କହିବାକୁ ଯାଉଛୁ ଯାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟଚକିତ ହୋଇଯିବେ।

ଝାଡଖଣ୍ଡ ର ବୋକାରୋ ଜିଲ୍ଲା ର ଚାସ୍ ର ଭୋଜପୁର କଲୋନିରେ ସ୍ବିଟି କୁମାରୀ ନାମକ ଯୁବତୀଙ୍କର ପେଟର ଅପରେସନହୋଇଥିଲା ମାଂସ ପିଣ୍ଡୁଳା ପରିବର୍ତ୍ତେ ଯୁବତୀଙ୍କ ପେଟମଧ୍ୟରୁ ବରଂ ୭ କିଲୋ ର ଚୁଟି ବାହାରିଥିଲା। କଥାଟି ଶୁଣିବାକୁ ଆପଣମାନକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସଂପୂର୍ଣ୍ଣ ସତ। କିଛିଦିନ ପୂର୍ବରୁ ସ୍ବିଟି କୁମାରୀ ନାମକ ଜଣେ ଯୁବତୀ ପେଟରେ ଯନ୍ତ୍ରଣା ଆନୁଭବ କରିଥିଲେ ଏବଂ ଯନ୍ତ୍ରଣା ନକମିବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଅଲ୍‌ଟ୍ରାସାଉଣ୍ଡ୍‌ କରିଥିଲେ।

ଅଲ୍‌ଟ୍ରାସାଉଣ୍ଡ୍‌ ହେବାପରେ ଡାକ୍ତରମାନେ ପେଟରେ ଟ୍ୟୁମର ହୋଇଥିବାର ସନ୍ଦେହ କରିଥିଲେ। ଏହାପରେ ଏକ ପ୍ରାଇଭେଟ ହସ୍ପିଟାଲ୍ ରେ ସ୍ବିଟି କୁମାରୀଙ୍କର ଅପରେସନ କରାଯାଇଥିଲା।ଅପରେସନ କରିବା ସମୟରେ ଡାକ୍ତରମାନେ ଏକ ଚୁଟି ପିଣ୍ଡୁଳା ଦେଖିଥିଲେ। ଚୁଟି ପିଣ୍ଡୁଳାଟିକୁ ବାହାର କରିବାକୁ ଡାକ୍ତରମାନେ ୬ ଘଂଟାର ଅପରେସନ ପରେ ୭ କିଲୋ ଓଜନର ଚୁଟି ପିଣ୍ଡୁଳାଟିକୁ ବାହାର କରିବାରେ ଡାକ୍ତରମାନେ ସଫଳ ହୋଇଥିଲେ।

ସ୍ବିଟି କୁମାରୀ ଛୋଟ ଥିଲା ବେଳେ ଝଡୁଥିବା ମୁଣ୍ଡ ବାଳ ସବୁ ଖାଇଯାଉଥିଲେ କିନ୍ତୁ ୫ ବର୍ଷ ପରେ ତାଙ୍କର ଚୁଟି ଖାଇବାର ଅଭ୍ୟାସ ଛାଡିଯାଇଥିଲା। ପରେ ଚୁଟି ଗୁଡିକ ଗୋଟିଏ ଜାଗାରେ ଗୋଟେଇହୋଇ ରହିଥିଲା ଏବଂ ଏହାର ପ୍ରଭାବରେ ସ୍ବିଟି କୁମାରୀଙ୍କର ବାନ୍ତି ଏବଂ ଗ୍ୟାସ ହେଉଥିଲା।
ତେବେ ଆମର ବିଜ୍ଞାନ ଏବଂ ଟେକ୍ନୋଲୋଜିର ଉନ୍ନତି ଫଳରେ ଏପରି ସମ୍ଭବ କରି ଦେଖାଇଛନ୍ତି ଆମର ଡାକ୍ତରମାନେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।