ହେ ଭଗବାନ ! ଗୁମ୍ଫାରୁ ଭିତରୁ ଶୁଭେ ଓଁ କାର ଶବ୍ଦ , ବିଶ୍ବାସ ନ ହେଲେ ବି ସତ ! ମନରେ ଭକ୍ତି ଥିଲେ ଆପଣ ମାନେ ନିଶ୍ଚିତ ସେୟାର କରିବେ ?

ପୁରାତନ ଯୁଗର ଅନେକ ଗୁମ୍ଫା ରହିଛି ଯାହା ସବୁ ବର୍ତ୍ତମାନ ସମୟରେ ଲୋକଙ୍କ ନଜରକୁ ଆସୁଛି । ଆମ ଭାରତରେ ଏବଂ ଭାରତ ବାହାରେ ମଧ୍ୟ ଏହିପରି ଅନେକ ଗୁମ୍ଫା ବିଷୟରେ ଆମେ ଶୁଣିଛୁ ଯାହା ବିଷୟରେ ଶୁଣିଲେ ଲୋକେ ଆଜିବି ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି ।

କାରଣ ସେହି ସବୁ ଗୁମ୍ଫାରେ ଏପରି କିଛି ଅଲୌକିକ ଘଟଣା ଘଟିଥାଏ ଯାହା ବିଶ୍ୱାସ କରିବା ଆମ ପକ୍ଷରେ ସମ୍ଭବପର ନୁହେଁ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଆଉ ଏକ ଆଶ୍ଚର୍ଯ୍ୟ ଜନକ ଗୁମ୍ଫା ବିଷୟରେ କହିବୁ ଯେଉଁ ଗୁମ୍ଫା ବିଷୟରେ ଆଜି ପର୍ଯ୍ୟନ୍ତ ଖୁବ କମ ଲୋକ ଜାଣିଛନ୍ତି । ତେଣୁ ସେହି ଅଲୌକିକ ଗୁମ୍ଫା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ଓଡ଼ିଶା ର ସ୍ବତନ୍ତ୍ରତା ବିଷୟରେ ସାରା ଦେଶର ଲୋକଙ୍କୁ ଜଣା । ଏହି ରାଜ୍ୟରେ ଶ୍ରୀକ୍ଷେତ୍ର , ଖଣ୍ଡଗିରୀ ରହିଛି ବୋଲି ମଧ୍ୟ ସମସ୍ତେ ଜାଣିଛନ୍ତି । ପୁଣି ଏହି ରାଜ୍ୟରେ ଭୁବନେଶ୍ୱରକୁ ମନ୍ଦିରମାଳିନୀ ସହର ବୋଲି ମଧ୍ୟ କୁହାଯାଇଥାଏ ।

କାରଣ ଅନ୍ୟ କୌଣସି ସହରରେ ଏତେ ସଂଖ୍ୟକ ମନ୍ଦିର ନଥାଏ । ତେଣୁ ଏହି ରାଜ୍ୟରେ ଅନ୍ୟ ଏକ ଗୁମ୍ଫା ରହିଛି ଯେଉଁ ଗୁମ୍ଫା ବିଷୟରେ ଆଜି ପର୍ଯ୍ୟନ୍ତ ବି ଖୁବ କମ ଲୋକ ଜାଣିଛନ୍ତି । ସେହି ଗୁମ୍ଫା ର ତିନୋଟି ଦ୍ୱାର ଅଛି ବୋଲି ମଧ୍ୟ କୁହାଯାଇଥାଏ । ଯଥା ଶ୍ରୀକ୍ଷେତ୍ର , ଖଣ୍ଡଗିରୀ ଏବଂ ଅଳାଶୁଣି । ଏହି ଗୁମ୍ଫାର ନାମ ହେଉଛି ଅନାହତ ଗୁମ୍ଫା ଅର୍ଥାତ ଅନ ଆହତ ଗୁମ୍ଫା ।

ଏପରି କହିବାର ଅର୍ଥ ଏହିକି ଯେ ଏହି ଗୁମ୍ଫା ମଧ୍ୟ ଦେଇ ପ୍ରବେଶ କରିଲେ ଏହାର ଦ୍ୱାରା ତିନୋଟି ସ୍ଥାନରେ ରହିଛି ଅର୍ଥାତ ଜଣେ ତିନୋଟି ସ୍ଥାନରେ ପହଂଚିବ । କିନ୍ତୁ ଏହି ଗୁମ୍ଫା ଭିତରକୁ ପ୍ରବେଶ କରିବାକୁ କେହିବି ସାହସ କରି ନାହାଁନ୍ତି । କାରଣ ଏହି ଗୁମ୍ଫା ମଧ୍ୟରୁ ଅଜବ ଶବ୍ଦ ଶୁଣା ଯାଇଥାଏ ।

କୌଣସି ଏକ ସମୟରେ କିଛି ଲୋକ ରିସର୍ଚ୍ଚ କରିବାକୁ ଆସି ସେହି ଗୁମ୍ଫା ମଧ୍ୟକୁ ପ୍ରବେଶ କରିଥିଲେ । ମାତ୍ର ୨୦ ମିଟର ଯିବା ପରେ ଆଉ ଆଗକୁ ଯାଇ ପାରି ନଥିଲେ । କାରଣ ସେଠାରୁ ଅଜବ ଶବ୍ଦ ଶୁଣା ଯାଇଥିଲା । ସେମାନେ ଭାବିଲେ କୌଣସି ଭୟଙ୍କର ଜୀବ କିମ୍ବା ସରୀସୃପ ଥାଇ ପାରନ୍ତି । ତେବେ ସେଠାକାର ଲୋକଙ୍କ କହିବା କଥା ଯେ ସେଠାରୁ ଓଁକାର ଶବ୍ଦ ଶୁଣାଯାଏ । ସେଠାକାର ଲୋକେ ବର୍ଷରେ ଥରେ ସେହି ଗୁମ୍ଫାରେ ପୂଜା ଅର୍ଚ୍ଚନା ମଧ୍ୟ କରିଥାନ୍ତି ।

ସେହି ଗୁମ୍ଫାର କାନ୍ଥରେ ଅନେକ ପୁରୁଣା ଶିଳାଲେଖ ଦେଖିବାକୁ ମିଳିଥାଏ । ଯାହା ସେହି ଗୁମ୍ଫାର ସ୍ୱତନ୍ତ୍ରତା ବିଷୟରେ ବର୍ଣ୍ଣନା କରିଥାଏ । ପାଖାପାଖି ୩୦୦୦ ବିସି ସମୟରେ ଏଠାରେ ଏକ କମ୍ୟୁନିଟି ରହୁଥିଲେ ବୋଲି କୁହାଯାଉଛି । ଏବଂ କୁହାଯାଏ ଯେ ଏହି ଗୁମ୍ଫା ଟି ମଧ୍ୟ ପ୍ରସ୍ତର ଯୁଗର ଅଟେ ବୋଲି । ପୁଣି ଶୀତ ଋତୁ ଆସିଲେ ଏହି ଗୁମ୍ଫାରେ ପର୍ଯଟକଙ୍କ ଗହଳି ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।