ହେ ଭଗବାନ ! ଗୁମ୍ଫା ଭିତରୁ ଶୁଭୁଛି ଓଁ କାର ଶବ୍ଦ, ବିଶ୍ୱାସ ନ ହେଲେ ବି ସତ ! ମନରେ ଭକ୍ତି ଥିଲେ ଆପଣ ମାନେ ନିଶ୍ଚିତ ସେୟାର କରନ୍ତୁ…..

ବାଙ୍କୀ ଠାରେ ରହିଛି ହଜାର ହଜାର ବର୍ଷ ପୁରୁଣା ଗୁମ୍ଫା। ଯାହା ଭିତରକୁ ଲମ୍ବିଛି ସୁଡ଼ଙ୍ଗ। ଏହାରି ଭିତରେ ସବୁଠୁ ଆଶ୍ଚର୍ଯ୍ୟ ର କଥା ହେଲା ଏହାରି ଭିତରୁ ଶୁଭେ ଓଁକାର ଧ୍ଵନି। ତେବେ ଏହାରି ସତ୍ୟତା ଜାଣିବା ଏକ ଟିମ୍ ପହଞ୍ଚି ଥିଲେ ଗୁମ୍ଫା ପାଖରେ । ରିପୋର୍ଟର ଙ୍କ ସହିତ ଜଣେ ବ୍ୟକ୍ତି ପହଞ୍ଚି ଥିଲେ କଟକ ର କୁସବାଙ୍କୀ ଛକ ରେ । ପ୍ରଥମେ ଲୋକ ମାନଙ୍କ ଠାରୁ ବୁଝି ଥିଲେ ଗୁମ୍ଫା ବିଷୟ ରେ । ପାହାଡ ପାଖରେ ରହିଛି ଏହି ଅନହିତ ଗୁମ୍ଫା ।

ଗୁମ୍ଫା ର ପ୍ରାୟ ୨୦ ମିଟର ଯାଏ ଚଢ଼ି ପାରିଥିଲେ ରିପୋର୍ଟର । ଆଉ ଆଗକୁ ଯିବା ସମ୍ଭବ ହେଲା ନାହିଁ। ଭିତରକୁ ଘୋର ଅନ୍ଧକାର ଭିତରୁ ବାହାରୁଚି ପ୍ରଚଣ୍ଡ ଶବ୍ଦ । ଆଉ ଭିତରକୁ ଯିବା ପାଇଁ ହେଲେ ପେଟେଇ ପେଟେଇ ଯିବାକୁ ହେବ ।

ତେବେ ଭିତରକୁ କାଳେ କୌଣସି ଅଧିକ ଭୟଙ୍କର ସରୀସୃପ ଥାଇ ପାରନ୍ତି ତେଣୁ ଆଉ ଭିତରକୁ ଗଲେ ନାହିଁ ରିପୋର୍ଟର । ତେବେ ଗୁମ୍ଫା କୁ ଦେଖି ଏହା ବିଷୟ ରେ ଅଧିକ ଜାଣିବା ପାଇଁ ଇଚ୍ଛା ହେଲା ଆଉ ଏହା ପଛରେ ରହିଥିବା ରହସ୍ୟ ବିଷୟ ରେ ମଧ୍ୟ। ତେବେ ଗୁମ୍ଫା ର ଶେଷ କୋଉଠି ଜାଣିବା ପାଇଁ ଚେଷ୍ଟା କଲେ ରିପୋର୍ଟର। ତେବେ ଏହି ଗୁମ୍ଫା ଦେଇ କୁଆଡ଼େ ସାଧୁ ସନ୍ଥ ଯାଇ ଥାଆନ୍ତି ଶ୍ରୀକ୍ଷେତ୍ର, ଓଳାଶୁଣି ।

ସ୍ଥାନୀୟ ଲୋକ ମାନଙ୍କ କହିବା ଅନୁସାରେ ଏହା ପ୍ରାୟ ୪୦୦୦ ବର୍ଷ ତଳର ଗୁମ୍ଫା। ସବୁଠୁ ଆଶ୍ଚର୍ଯ୍ୟ କଥା ହେଲା ଏହି ଅନାହତ ଗୁମ୍ଫା ର ଗୋଟିଏ ପାର୍ଶ୍ଵ ରୁ ଝରଣା ଟିଏ ବହି ଯାଇଛି ଯାହା କେବେ ସୁଖେ ନାହିଁ ।ଗୁମ୍ଫା ର ପଥର କୁ ଦେଖିଲେ ଏଠାରେ କଣ ଖୋଳା ହୋଇଥିବାର ଦେଖା ଯାଏ ଆଉ ପଥର କୁ ନିରିଖେଇ ଦେଖିଲେ ଏହା ଅନେକ ଇତିହାସ କୁ ଜାବୁଡି ଧରି ଥିବାର ଦେଖାଯାଏ ।

ଏହି ଗୁମ୍ଫା ଟି ଆଖଣ୍ଡିତ ଅଟେ ଏହା କେତେ ବାଟ ଜାଏ ଅଛି ଏହା କେବେ କେହି କହି ପାରିବେ ନାହିଁ । ତେବେ ଗୁମ୍ଫା ରେ ରହିଛି ତିନୋଟି ଦ୍ଵାରା ଗୋଟିଏ ଖଣ୍ଡଗିରି କୁ , ଆଉ ଗୋଟେ ପୁରୀ କୁ , ଆଉ ଗୋଟେ ଓଳାଶୁଣି କୁ । ତେବେ ଗୁମ୍ଫା ଟିର ନାମ ଅନାହତ ଗୁମ୍ଫା ଯାହାର ଅର୍ଥ ଅଖଣ୍ଡିତ ବା ଆହତ ବିହୀନ । ତେବେ ୩୦୦୦ ବର୍ଷ ପୂର୍ବରୁ ଏଠାରେ କୌଣସି ଏକ ଗୋଷ୍ଠୀ ରହିଥିଲେ ଯାହାର ପ୍ରମାଣ ଗୁମ୍ଫା ରୁ ମିଳିଥାଏ ।

ସେମାନେ ଯେଉଁ ସବୁ ଫୁଲ ଆଙ୍କି ଅଛନ୍ତି , ମାଟିର ଦୀପ, ଆଦି ମାତା ର ଚିତ୍ର ଇତ୍ୟାଦି ଏହାର ପ୍ରମାଣ ଦେଇଥାଏ । ତେବେ ପ୍ରତି ଅମାବାସ୍ୟା ଓ ସଂକ୍ରାନ୍ତି ତିଥି ରେ ଆସି ଏହି ଗୁମ୍ଫା ର ଅଲୌକିକ ଘଟଣା ବିଷୟ ରେ ଗବେଷଣା କରିବାର ଆବଶ୍ୟକତା ରହିଛି କାରଣ ଏହି ଦିନ ମାନଙ୍କ ରେ ହିଁ ଶୁଭେ ଅଲୌକିକ ଶବ୍ଦ । ଏହି ରହସ୍ୟ ଫିତିଲେ ଓଡ଼ିଶା ଅଧ୍ୟାୟ ରେ ଯୋଡ଼ି ହୋଇ ପାରନ୍ତା ଏକ ନୂତନ ଅଧ୍ୟାୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।