ହେ ଭଗବାନ !! ବଲିଉଡ୍ ଷ୍ଟାର୍ ରଣବୀର ସିଂହଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ……
ଏମିତିରେ ବଲିଉଡ୍ ରେ ଏବେ କିଛି ଠିକ୍ ଠାକ୍ ଚାଲି ନଥିବା ବେଳେ ଅଭିନେତା ଏବଂ ଅଭିନେତ୍ରୀ ମାନେ ବିଭିନ୍ନ ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି। କୁହା ଯାଉଛି କି ବଲିଉଡ୍ ଉପରେ ଏବେ ଶନି ଦଶା ଲାଗିଛି।ଏହି କ୍ରମରେ ପୁଣି ଜଣେ ଅଭିନେତା ବଡ଼ ବିପଦରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ବଲିଉଡ ଅଭିନେତା ସୁପରଷ୍ଟାର ରଣବୀର ସିଂଙ୍କ ଗାଡି ଗୁରୁବାର ମୁମ୍ବାଇରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ସୂଚନା ମିଳିଛି।
ରଣବୀର ଡବିଂ ଷ୍ଟୁଡିଓରୁ କାମ ସାରି ନିଜ କାରରେ ଫେରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ହଠାତ୍ ଏହିଭଳି ଘଟଣା ତାଙ୍କ ସହ ଘଟିବାର ଦେଖା ଯାଇଥିଲା।
ତେବେ ଯାହା ଜଣା ପଡିଛି, ଜଣେ ବାଇକ ଆରୋହୀ ପଛରୁ ଆସୁଥିବା ବେଳେ ସେ ରଣବୀରଙ୍କ କାରକୁ ପଛ ପଟୁ ଧକ୍କା ଦେଇଥିଲେ।ଏହାପରେ ରଣବୀର ଦୁର୍ଘଟଣା ହେବା ପରେ ରଣବୀର ଗାଡିରୁ ଓହ୍ଲାଇ ଆସିଥିଲେ ଏବଂ ଗାଡିର ସ୍ଥିତି ପରଖି ଦେଖିଥିଲେ। ମାଡ଼ ହେବା ପରେ ଗାଡ଼ି ର ସ୍ଥିତି ଦେଖିବା ପରେ ସେ ପୁଣି କାର ଭିତର କୁ ପ୍ରବେଶ କରିଥିବା ଦେଖା ଯାଇଥିଲା।
ତେବେ ଏହି ଦୁର୍ଘଟଣାରେ ବିଶେଷ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣା ପଡିଛି। କେବଳ ଗାଡ଼ିଟି ପଛପଟୁ ବାଡେଇ ଅଛି ଏବଂ ସାମାନ୍ୟ କ୍ରାଶ୍ ହୋଇଛି। କୌଣସି ବ୍ୟକ୍ତିଙ୍କ ର କ୍ଷତି ହୋଇନାହିଁ କିମ୍ବା ଆଘାତ ମଧ୍ୟ ଲାଗି ନାହିଁ। ତେବେ ସୌଭାଗ୍ୟ ବଶତଃ ଏହି ଅଭିନେତା ଜଣଙ୍କ ସୁରକ୍ଷିତ ରହିଛନ୍ତି ଏବଂ ଦୁର୍ଘଟଣାରେ ତାଙ୍କର ବିଶେଷ କିଛି କ୍ଷୟକ୍ଷତି ହୋଇ ନାହିଁ।
ଏଥିପାଇଁ ତାଙ୍କ ପ୍ରଶଂସକ ମାନେ ମଧ୍ୟ ଏହି ଖବର ଶୁଣିବା ପରେ ବହୁତ୍ ଖୁସି ଅଛନ୍ତି।ତେବେ ରାସ୍ତାରେ ଏହି ସବୁ ଘଟଣା ଘଟିବା ଏବଂ ରଣବୀର ସିଂ ଗାଡିରୁ ଉଲ୍ଲେହି ଆସି ଗାଡ଼ିର ସ୍ଥିତି କୁ ଦେଖିବାର ସଂପୂର୍ଣ୍ଣ ଚିତ୍ର କୁ ଏବଂ ଘଟଣାକୁ ତାଙ୍କ କ୍ୟାମେରାରେ କଏଦ୍ କରିଥିଲେ ଜଣେ ଫଟୋଗ୍ରାଫର। ଯାହା ପରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା।
ତେବେ ରଣବୀର ସିଂ ଙ୍କ ଏକ ଫିଲ୍ମ୍ ବହୁତ୍ ଜଲଦି ରିଲିଜ୍ ହେବାକୁ ଯାଉଛି ଯାହା ଖେଳ ଉପରେ ଆଧାରିତ, କବିର ଖାନ୍ ଙ୍କ ଫିଲ୍ମ୍ ଅଟେ। ତେବେ ଯାହା ସୂଚନା ରହିଛି ଫିଲ୍ମ୍ 83 ର ରିଲିଜ୍ ଏପ୍ରିଲ ୨୦ ତାରିଖରେ ଯଦିଓ ହେବାର ଥିଲା କିନ୍ତୁ ମହାମାରୀ କରୋନା ଭାଇରସ ସଂକ୍ରମଣ ପାଇଁ ଲାଗି ରହିଥିବା ଲକ୍ ଡାଉନ୍ ପାଇଁ ଏହାର ରିଲିଜ୍ ଡେଟ୍କୁ ଘୁଞ୍ଚାଇ ଦେଇଥିଲା ପ୍ରଯୋଜନା ସଂସ୍ଥା ଏବଂ ବହୁତ୍ ଜଲଦି ଏହା ସାମ୍ନା କୁ ଆସିବ ।
View this post on Instagram
Chota sa accident and all’s well ???? #ranveersingh in Mumbai today #Thursday #manavmanglani
ଜାଣି ରଖନ୍ତୁ କି ଏହି ଫିଲ୍ମ୍ ରେ ରଣବୀର ପୂର୍ବତନ କ୍ରିକେଟ୍ କ୍ୟାପ୍ଟେନ୍ କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି ଏବଂ ଫିଲ୍ମଟି ୧୯୮୩ କ୍ରିକେଟ୍ ବିଶ୍ୱ କପ୍ ବିଜୟ ଉପରେ ଆଧାରିତ। ଏଥିରେ ଦୀପିକା ପାଦୁକୋନ ତାଙ୍କ ସ୍ତ୍ରୀ ଭାବରେ ଅଭିନୟ କରୁଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।