ହେ ଭଗବାନ ! ଦେଶର ରାଷ୍ଟ୍ରପତି ଙ୍କ ଝିଅ ହୋଇ ମଧ୍ୟ ଏମିତି କାମ କରିଥାନ୍ତି ଜାଣିଲେ ପାଦ ତଳୁ ମାଟି ଖସି ଯିବ…..

ରାଷ୍ଟ୍ରପତି ହେଉଛନ୍ତି ଦେଶର ପ୍ରଥମ ନାଗରିକ। ତାଙ୍କ ପାଖରେ ରହିଛି ଦେଶର ସବୁଠାରୁ ଅଧିକ କ୍ଷମତା।ଏବେ ଆମ ଦେଶର ରାଷ୍ଟ୍ରପତି ଭାବରେ ରାମନାଥ କୋବିନ୍ଦ ପଦବୀରେ ରହିଛନ୍ତି। ଆଲୋଚନା ର ବିଷୟ ଯେ ରାଷ୍ଟ୍ରପତି ହେବାପରେ ମଧ୍ୟ ତାଙ୍କ ପରିବାର ଗୋଟେ ସାଧାରଣ ପରିବାର ଭଳି ଜୀବନ ଯାପନ କରୁଛନ୍ତି। ତାଙ୍କ ପରିବାର ରାଷ୍ଟ୍ରପତିଙ୍କ ପରିବାର ଭାବରେ ଆଦୌ ଗର୍ବିତ ନୁହନ୍ତି। ଆମେ ଆଜି କହିବୁ ରାଷ୍ଟ୍ରପତି ଙ୍କ ଝିଅଙ୍କ ବିଷୟରେ।

ତାଙ୍କ ଝିଅ କିପରି ନିଜେ ଆତ୍ମନିର୍ଭରଶୀଳ ଅଟନ୍ତି ଏବଂ ବାପାଙ୍କ ଟଙ୍କାରେ ସେ ଆରାମ ନକରି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଆସନ୍ତୁ ଜାଣିବା ରାଷ୍ଟ୍ରପତିଙ୍କ ଝିଅ କେଉଁ କାର୍ଯ୍ୟ କରନ୍ତି ଯାହା ଶୁଣିଲେ ଆପଣ ଆଶ୍ଚଯ୍ୟ ହେଇଯିବେ।

ଆପଣଙ୍କୁ କହି ରଖୁଛୁ ଯେ ରାଷ୍ଟ୍ରପତିଙ୍କ ପୁଅ ଗୋଟେ ପ୍ରାଇବେଟ କମ୍ପାନୀ ରେ କାମ କରୁଥିବା ବେଳେ ତାଙ୍କ ବୋହୁ ଜଣେ ଶିକ୍ଷୟତ୍ରୀ ଅଟନ୍ତି। ରାଷ୍ଟ୍ରପତି କୋବିନ୍ଦ ଦେଶରେ ପ୍ରତିଷ୍ଠିତ ପଦବୀରେ ରହିବା ପୂର୍ବରୁ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଆଦିକୁ ସହି ଆଗକୁ ବଢିଛନ୍ତୀ।ସେ ତାଙ୍କ ପରିବାରକୁ କିପରି ଆତ୍ମନିର୍ଭରଶୀଳ ହେବାକୁ ପଡ଼ିଥାଏ ତାହା ଶିଖାଇଛନ୍ତି ।

ସେହି କାରଣ ପାଁଇ ତାଙ୍କ ଝିଅ ଗୋଟେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ସେ ତାଙ୍କର କୌଣସି ବି କାର୍ଯ୍ୟ ପାଁଇ ପିତାଙ୍କ ନାମ ନ ନେଇ କିମ୍ବା ରାଷ୍ଟ୍ରପତି ଙ୍କ ଝିଅର ପରିଚୟ ନଦେଇ ନିଜ ସାମର୍ଥ୍ୟ ଅନୁସାରେ କାର୍ଯ୍ୟ କରିଥାନ୍ତି। ତାଙ୍କ ଝିଅଙ୍କ ନାମ ହେଉଛି ସ୍ୱାତି କୋବିନ୍ଦ।

ତେବେ ସୂଚନା ଅନୁସାରେ ସ୍ଵାତୀ କୋବିନ୍ଦ ଏୟାରଲାଇନରେ ଏୟାରହଷ୍ଟେସ ଭାବରେ କାର୍ଯ୍ୟରତ ଥିଲେ ଏବଂ ଇଂଡିଆନ ବୋଇଙ୍ଗ ୭୭୭ ଓ ୭୮୭ ରେ ଏୟାରହଷ୍ଟେସ ରହିଥିଲେ। ରାମନାଥ କୋବିନ୍ଦ ରାଷ୍ଟ୍ରପତି ପଦବୀରେ ନିଯୁକ୍ତ ହେବାପରେ ସ୍ଵାତୀ ସମ୍ମାନ ସମାରୋହ ରେ ଯୋଗ ଦେବା ପାଇଁ ଛୁଟି ନେଇଥିଲେ  ।

କିନ୍ତୁ ପିତାଙ୍କ ସଫଳତା ବିଷୟରେ ଅନ୍ୟ ଆଗରେ ପ୍ରକାଶ କରିନଥିଲେ।ଯେତେବେଳେ ଏହି ଘଟଣା ବିଷୟରେ ସମସ୍ତେ ଜାଣିଲେ ଆଶ୍ଚଯ୍ୟ ହୋଇ ଯାଇଥିଲେ।ଏହାପରେ ସମସ୍ତେ ତାଙ୍କୁ ସମ୍ମାନ ଜଣାଇ ଥିଲେ। ପରବର୍ତ୍ତୀ ସମୟରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ଗ୍ରାଉଣ୍ଡ ଡିଉଟି ରେ ମଧ୍ୟ ରଖା ଯାଇଥିଲା।

ତେବେ ରାଷ୍ଟ୍ରପତି ଝିଅ ଭାବରେ ତାଙ୍କର ନିଜର କର୍ତ୍ତବ୍ୟ ପ୍ରତି ଏହିଭଳି ଭାବରେ ନିଷ୍ଠାପରତା ଏବଂ କାର୍ଯ୍ୟ ଶୈଳୀ କୁ ସମସ୍ତେ ପ୍ରଶଂସା କରିବା ନିଶ୍ଚିତ ଅଟେ। ଯେଉଁ କାରଣରୁ ତାଙ୍କର ଏହି ସାଧାରଣ ଚିନ୍ତାଧାରାର ଉଦ୍ରେକ ପାଇଁ ତାଙ୍କୁ ସୁରକ୍ଷା କାରଣରୁ ଗ୍ରାଉଣ୍ଡ ଲେବଲ୍ ରେ କମ୍ପାନୀ ପକ୍ଷରୁ କାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିଲା। ଅନେକ କ୍ଷେତ୍ରରେ ମଧ୍ୟ ତାଙ୍କର କାର୍ଯ୍ୟ ଏବଂ ସରଳ ଜୀବନ ଯାପନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ କାରଣ ସେ ଏକ ସାଧାରଣ ବ୍ୟକ୍ତିର ଝିଅ ଭାବରେ ନିଜକୁ ସଦାବେଳେ ଅଭିହିତ କରିଥାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।