ହେ ଭଗବାନ ! ଅଲଗା ହେବେ ଭାରତରେ ସବୁଠୁ ଚର୍ଚ୍ଚାରେ ଥିବା IAS ଯୋଡି, ଡିଭୋସ ର କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…..

ସିଭିଲ ସର୍ଭିସ ପରୀକ୍ଷା ରେ ସାଙ୍ଗ ହୋଇ ହୋଇଥିଲେ ଟପ୍ପର। ପରେ ପ୍ରେମ ଓ ଏହା ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ଟିନା ଡାବି ଓ ଅଥର ଅମିର । ହେଲେ ଏହି ସମ୍ପର୍କ ରେ ଏବେ ତିକ୍ତତା ସୃଷ୍ଟି ହୋଇ ଅଛି ଫଳରେ ଉଭୟ ଉଭୟ ଙ୍କ ଠାରୁ ଅଲଗା ହେବାର ନିଷ୍ପତି ନେଇଛନ୍ତି । ଗତ ନଭେମ୍ବର ମାସ ୧୭ ତାରିଖ ରେ ଉଭୟ ଛାଡ଼ପତ୍ର ପାଇଁ ଜୟପୁର ର ଏକ ଫ୍ୟମିଲ କୋର୍ଟ ରେ ଆବେଦନ କରିଛନ୍ତି ।

ସିଭିଲ ସର୍ଭିସ ଟପ୍ପର ଟିନା ଡାବି ଓ ଅଥର ଅମିର ଙ୍କ ଲଭ୍ ସେତେବେଳେ ବହୁତ୍ ଚର୍ଚ୍ଚା ସୃଷ୍ଟି କରି ଥିଲା। ସାରା ଦେଶର କେନ୍ଦ୍ରବିନ୍ଦୁ ପାଲଟି ଥିଲେ ଏହି ପ୍ରେମୀ ଯୁଗଳ ।

୨୦୧୫ ରେ ଆରମ୍ଭ ହୋଇ ଥିଲା ଟିନା ଡାବି ଅଥର ଖାନ୍ ଙ୍କ ଲଭ୍ ଷ୍ଟୋରି । ଦିଲ୍ଲୀ ର ପରସନଲ ଓ ଟ୍ରେନିଂ ଦିପାତମେଣ୍ଟ ର ଏକ କାର୍ଯ୍ୟକ୍ରମ ରେ ପ୍ରଥମ ଥର ପାଇଁ ଉଭୟ ପରସ୍ପର କୁ ଦେଖି ଥିଲେ । ଏହା ପରେ ଉଭୟ ଙ୍କ ମଧ୍ୟ ରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୨୦୧୫ ମସିହା ରେ ସିଭିଲ ସର୍ଭିସ ପରୀକ୍ଷା ରେ ଟପ୍ପର ହୋଇ ଥିଲେ ଟିନା ଡାବି ତାଙ୍କ ପଛକୁ ଅଥର ଅମିର ଦ୍ଵିତୀୟ ସ୍ଥାନ ହାସଲ କରି ଥିଲେ ।

ପରେ ୨୦୧୮ ମସିହା ରେ ଉଭୟ ବିବାହ କରି ଥିଲେ । ହେଲେ ଏହି ସମ୍ପର୍କ ବେଶୀ ଦିନ ଜାଏ ତିଷ୍ଠି ପାରି ନାହିଁ। ଏବେ ଉଭୟ ଙ୍କ ସମ୍ପର୍କ ରେ ସୃଷ୍ଟି ହେଇଛି ଫାଟ । ଦୁହେଁ ଆଉ ସାଙ୍ଗ ହୋଇ ରହିବା ପାଇଁ ଚାହୁଁ ନାହାନ୍ତି ବୋଲି ଆବେଦନ ରେ ଦର୍ଶାଇ ଅଛନ୍ତି । ବର୍ତ୍ତମାନ ଟିନା ଡାବି ରାଜସ୍ଥାନ ଅର୍ଥ ବିଭାଗ ର ଯୁଗ୍ମ ସଚିବ ଥିଲା ବେଳେ ଅଥର ଅମିର ଇଯିଓ ର ସିଓ ଭାବେ କାର୍ଯ୍ୟରତ ଅଛନ୍ତି । ତେବେ ତାଙ୍କ ଦୁଇ ଜଣଙ୍କ ଛାଡ଼ପତ୍ର କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଚାଲିଛି।

ଉଭୟ ଟିନା ଡାବି ଓ ଅଥର ଅମିର ନିଜ ସମ୍ମତି ରେ ଏହି ଛାଡ଼ପତ୍ର ନେବା ପାଇଁ ଚାହୁଁଛନ୍ତି । ତେବେ ଯଦି ତାଙ୍କ ପ୍ରେମ ସମ୍ପର୍କ ବିଷୟ ରେ କହିବା ତେବେ ଟିନା ଡାବି କହିଥିଲେ ଯେ ଅଥର ଅମିର ତାଙ୍କୁ ପ୍ରଥମ ଥର ପାଇଁ ତାଙ୍କ ଘରେ ବିବାହ ପାଇଁ ପ୍ରପୋଜଲ୍ ରଖି ଥିଲେ ।

ସେ ସେତେବେଳେ ନୀରବ ଥିଲେ ଓ ଏହା ପରେ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଲୋକ ମାନେ ତାଙ୍କର ଯୋଡ଼ି ଖୁବ୍ ପସନ୍ଦ କରୁଥିଲେ । ଟିନା ଡାବି ସୋସିଆଲ ମିଡ଼ିଆ ରେ ଅନେକ ସମୟ ବହୁତ୍ ଫଟୋ ଓ ଭିଡିଓ ସେୟାର କରି ଥାଆନ୍ତି । ତାଙ୍କର ହଜାର ହଜାର ଫ୍ୟାନ ଅଛନ୍ତି ସୋସିଆଲ ମିଡ଼ିଆ ରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।