ହେ ଭଗବାନ ଆଶ୍ଚର୍ଯ୍ୟ ! ପ୍ରଜାପତି ପିଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନୃସିଂହ ଅବତାର, ଦେଖିବାକୁ ଲୋକଙ୍କ ଭିଡ । ପ୍ରଭୁ ଜଗନ୍ନାଥ ଙ୍କ ପାଇଁ ପୋଷ୍ଟ ଟିକୁ ଅଧିକରୁ ଅଧିକ ଶେୟର କରନ୍ତୁ…..
ବେଳେବେଳେ ଏମିତି ଅଦ୍ଭୁତ ଘଟଣା ମାନ ଆମ ସମ୍ମୁଖକୁ ଆସିଥାଏ ତାହା ବିଶ୍ୱାସ କରିବାକୁ ବହୁତ୍ କଷ୍ଟ ହୋଇଥାଏ କିନ୍ତୁ ଏହା ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଭାରତରେ ଅଧିକାଂଶ ସମୟରେ ସ୍ୱତନ୍ତ୍ରତା ଏବଂ ଭିନ୍ନତା ମଧ୍ୟରେ ବିଭିନ୍ନତା ପରିଲକ୍ଷିତ ହୋଇଥାଏ। ଅନେକ ଆଶ୍ଚର୍ଯ୍ୟକର ଅଲୌକିକ ଘଟଣା ଏଠାରେ ଦେଖିବାକୁ ମିଳିଥାଏ। ଏଠାରେ ଏମିତି କିଛି ରହସ୍ୟ ଜାଣିବାକୁ ମିଳିଥାଏ ଯାହା ବିଜ୍ଞାନରୁ ମଧ୍ୟ ଉପରେ ରହିଥାଏ।
ଆଜି ଆମେ ଜାଣିବା ଏକ ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ।
ସେସବୁ ମଧ୍ୟରୁ ବହୁତ୍ ଏହି ଭଳି ଘଟଣା ମାନ ଅଛି ଯାହାର କାରଣ ବାସ୍ତବରେ ଆମକୁ ଆଶ୍ଚର୍ଯ୍ୟ କରିଥାଏ।ଆଜି ଆମେ ଜାଣିବା ଏମିତି ଏକ ଘଟଣା ବିଷୟରେ ଯାହାକୁ ଶୁଣିବା ପରେ ଆପଣ ବି ଅବାକ୍ ହୋଇଯିବେ ଏବଂ ଭାବିବାକୁ ବାଧ୍ୟ ହେବେ ଯେ ଏହା କଣ ସତରେ ସମ୍ଭବ। ଯାହା ଘଟିଛି ଗଞ୍ଜାମ ଜିଲ୍ଲାରେ।ଏହି ଜିଲ୍ଲାରେ ଛତ୍ରପୁର ସହରରେ ଏକ ଭିନ୍ନ ପ୍ରକାର ପ୍ରଜାପତି ଦେଖିବାକୁ ମିଳିଛି ।
ଏଠାରେ ଛତ୍ରପୁର ଏନଏସିର ଭାଷ୍କରରାଓପେଟା ସାହି ନିବାସୀ ଙ୍କ ଘରେ ଏକ ଏମିତି ପ୍ରଜାପତି ଦେଖିବାକୁ ମିଳିଛି ଯାହା ଆଶ୍ଚର୍ଯ୍ୟ କଲା ଭଳି ଅଟେ। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଯାହାର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।
ତେବେ ଏହି ଅଞ୍ଚଳର ସାନ ଆର୍ଯ୍ୟପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ କୃତିବାସ ନାୟକଙ୍କ ଘରକୁ ଏହି ବିଚିତ୍ର ପ୍ରଜାପତିଟି ଦୁଇ ଦିନ ତଳେ ଆସି ଉଡି ବୁଲୁଥିବାର ଦେଖିବାକୁ ମିଳିଥିଲା।ପରେ ଏହାକୁ ଦେଖି ଯେତେ ଓଡାଇଲେ ବି ସେ ଏଠାରୁ ଯାଉ ନଥିଲା।ଏହାପରେ ଏହି ପ୍ରଜାପତି ଟି ସୋମବାର ସକାଳୁ କୃତିବାସଙ୍କ ଗୋଡ଼ ତଳେ ଆସି ବସିଲା।
ଏହାପରେ କୃତିବାସ ପ୍ରଜାପତିକୁ ଧରିବା ପରେ ପ୍ରଜାପତିର ପିଠିରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୃସିଂହ ଅବତାରର ଛବି ଦେଖିବାକୁ ପାଇଥିଲେ। ଏହାକୁ ଦେଖି ସେ ଆଶ୍ଚର୍ଯ୍ୟ ହେବା ସହିତ ପରେ ତାଙ୍କ ପରିବାର ବର୍ଗ ଏହାକୁ ଦେଖିଥିଲେ ଏବଂ ସମସ୍ତଙ୍କ ମନରେ ଆଧ୍ୟାତ୍ମିକ ଚିନ୍ତାଧାରା ଜାଗ୍ରତ ହୋଇଥିଲା।
ଏହାପରେ କୃତିବାସ ଙ୍କ ପରିବାର ବର୍ଗ ଉକ୍ତ ପ୍ରଜାପତି କୁ ଭକ୍ତି କରିଥିଲେ ଏବଂ ଅତି ଭକ୍ତିରେ ପ୍ରଜାପତି କୁ ସାଇତି ରଖିବା ସହ ତାକୁ ଧୂପ ଦୀପ ଆଦି ଦେଇ ଭକ୍ତିର ସହ ପୂଜାର୍ଚ୍ଚନା କରିଥିଲେ। ପ୍ରଜାପତି ନିକଟରେ ସେମାନେ ନଡିଆ ଭାଙ୍ଗି ପୂଜାର୍ଚ୍ଚନା ମଧ୍ୟ କରିବାକୁ ଲାଗିଲେ।ତେବେ ଏହାକୁ ଦେଖିବା ପାଇଁ ସାହି ପଡିଶାଙ୍କ ଭିଡ଼ ଜମିଛି ଏବଂ ଏହି ପ୍ରଜାପତି ର ଫୋଟୋ ଏବେ ସୋସିଆଲ ମିଡ଼ିଆ ରେ ବହୁତ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।