ହେ ଭଗବାନ ! ଆମେରିକା ର ପୂର୍ବତନ ରାଷ୍ଟ୍ରପତି ଡୋନାଲର୍ଡ ଟ୍ରମ୍ପ ଯାଇପାରନ୍ତି ଜେଲ ? ଏହି ଆଶ୍ଚର୍ଯ୍ୟ ଜନକ ମାମଲାରେ ହେଲେ ଛନ୍ଦି…..

ନିକଟରେ ସରିଛି ଆମେରିକା ରେ ରାଷ୍ଟ୍ରପତି ନିର୍ବାଚନ। ଦୁଇ ଦଳର ନେତାଙ୍କ ଭିତରେ ଜୋ ବାଇଡେନ୍ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିଛନ୍ତି। ଲୋକେ ତାଙ୍କୁ ବହୁତ୍ ସଂଖ୍ୟାରେ ଆଶିର୍ବାଦ କରିଛନ୍ତି। ଆମେରିକା ଇତିହାସ ରେ ଏହି ନିର୍ବାଚନର ଫଳାଫଳ ଏକ ରେକର୍ଡ଼ ସୃଷ୍ଟି କରିଛି। କାହିଁକି ନା ସବୁଠାରୁ ଅଧିକ ସଂଖ୍ୟାରେ ଇଲେକ୍ତୋରାଲ ଭୋଟ ପାଇ ବାଇଡେନ ଔପଚାରିକ ଭାବେ ରାଷ୍ଟ୍ରପତି ପ୍ରାଥି ଭାବରେ ଘୋଷିତ ହୋଇଛନ୍ତି।

ତେବେ ଆମେରିକାର ନବ ରାଷ୍ଟ୍ରପତି-ନିର୍ବାଚିତ ଜୋ’ ବାଇଡେନ୍‌ଙ୍କୁ ଅଭିନନ୍ଦନ ଜଣାଇବାକୁ ଅନେକ ରାଷ୍ଟ୍ରର ବରିଷ୍ଠ ରାଜନୀତିଜ୍ଞ ମାନେ ଆଗଭର ହୋଇ ଉଠିଛନ୍ତି।

ଠିକ୍ ସେହି ସମୟରେ ଯେତେବେଳେ ନୂତନ ଭାବରେ ରାଷ୍ଟ୍ରପତି ପଦରେ ଜୋ’ ବାଇଡେନ୍‌ ଜୟଯୁକ୍ତ ହୋଇଛନ୍ତି ସେହି ସମୟରେ ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପଙ୍କ ଛନ୍ଦି ହୋଇ ପଡିଛନ୍ତି ଅନେକ ମାମଲାରେ।ଆଉ ଏହା କୁହା ଯାଉଚି କି ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଙ୍କ ନାମରେ ଅନେକ ହେରଫେର ସହିତ ଅନ୍ୟ ମାମଲା ମଧ୍ୟ ରହିଛି। ଯେତେବେଳେ ସିଏ ତାଙ୍କର ପଦରୁ ଇସ୍ତଫା ଦେବେ ସେତେବେଳେ ସେ ଜେଲ୍ କୁ ଯିବେ ବୋଲି କୁହା ଯାଉଛି।

ଏହି କାରଣରୁ ଏହାକୁ ନେଇ ଅନେକ ଚର୍ଚ୍ଚା ହେବାରେ ଲାଗିଚି ଯେ ସତରେ କଣ ରାଷ୍ଟ୍ରପତି ଟ୍ରମ୍ପ ଜେଲ୍ ଯିବେ ତାଙ୍କ ନାମରେ ଥିବା ଅଭିଯୋଗ ଅନୁସାରେ । ରାଷ୍ଟ୍ରପତି ପଦରୁ ହଟିବା ପରେ ଅପରାଧିକ କାର୍ଯ୍ୟାନୁଷ୍ଠାନ ବ୍ୟତୀତ କଠିନ ଆର୍ଥିକ ସ୍ଥିତି କୁ ମଧ୍ୟ ଟ୍ରମ୍ପ ଙ୍କୁ ସାମ୍ନା କରିବାକୁ ପଡ଼ିପାରେ। ରାଷ୍ଟ୍ରପତି ପଦରେ ରହିଥିବା କାରଣରୁ ନିୟମ ଅନୁସାରେ ତାଙ୍କ ନାମରେ କୌଣସି ଅପରାଧିକ ମାମଲା ରୁଜୁ ହୋଇ ପାରିବ ନାହିଁ।

ତେଣୁ ପଦରୁ ହଟିବା ପରେ ସାଙ୍ଗେ ସାଙ୍ଗେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ।ଏହାର ଫାଇଦା ନେଇ ଏଥିରୁ ମୁକୁଳିବା ପାଇଁ ଚାହୁଁଛନ୍ତି ଟ୍ରମ୍ପ। ଏବଂ ଆମେରିକାର ଗଣମାଧ୍ୟମ ର ରିପୋର୍ଟ୍ ଅନୁଯାୟୀ ଯଦି ଟ୍ରମ୍ପ ଜେଲ୍ ନ ଯାଆନ୍ତି ତେବେ ତାଙ୍କୁ ଏକ କଠିନ ଅର୍ଥନୈତିକ ପରିସ୍ଥିତି ଦେଇ ଗତି କରିବାକୁ ପଡ଼ିବ।ଏହି ରିପୋର୍ଟ୍ ଅନୁସାରେ ମାତ୍ର ଆସନ୍ତା 4 ବର୍ଷ ଭିତରେ ଟ୍ରମ୍ପଙ୍କୁ 30 କୋଟି ଡ଼ଲାର ର ଋଣ ସୁଝିବାକୁ ପଡ଼ିବ। ଅନ୍ୟପକ୍ଷରେ ତାଙ୍କର ବ୍ୟବସାୟିକ ସ୍ଥିତି ଏତେ ଭଲ ନାହିଁ ଏବେର ସମୟରେ।

ତେଣୁ 30 କୋଟି ଡ଼ଲାର ସେ କିପରି ସୁଝିବେ ତାହାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ତେବେ ଏହା କୁ ନେଇ କିନ୍ତୁ ଟ୍ରମ୍ପ ତାଙ୍କର ଯେଉଁ ପ୍ରତିକ୍ରିୟା ଦେଇଛନ୍ତି ସେଥିରେ କହିଛନ୍ତି ଯେ ଏହା ଭୁଲ୍ ଖବର, ଏଥିରେ କୌଣସି ସତ୍ୟତା ନାହିଁ। ଟ୍ରମ୍ପ ଙ୍କ ସମାଲୋଚକ ମାନେ କୁହନ୍ତି ଯେ ରାଷ୍ଟ୍ରପତି ଶାସନ ଭାର ଥିବା କାରଣରୁ ଟ୍ରମ୍ପ ଅନେକ ଅପରାଧିକ ମାମଲା ରୁ ବଞ୍ଚି ଯାଇଥିଲେ। ଯାହା ତାଙ୍କର ଆଇନ୍ ଏବଂ ଅର୍ଥନୈତିକ ସମସ୍ୟା ଉପରେ ଏକ କବଚ ସଦୃଶ ଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।