Breking News – ହେ ଭଗବାନ ! ଆଜି ପୁଣି ଏତେ କମ ବୟସରେ ଆତ୍ମହତ୍ୟା କଲେ ବଲିଉଡ୍ ର ଆଉ ଜଣେ ପ୍ରସିଦ୍ଧ ଅଭିନେତା । ଚାରିଆଡେ ଖେଳିଗଲା ଶୋକର ଛାୟା…..

ଚଳିତ ବର୍ଷ ବହୁତ୍ ଦିବଙ୍ଗତ କଳାକାର ମାନଙ୍କୁ ହରାଇଛି ବଲିଉଡ୍ ଜଗତ। ଇରଫାନ୍ ଖାନ୍, ସୁଶାନ୍ତ ସିଂ ରାଜପୁତ, ଋଷିି କାପୁର ଙ୍କ ଭଳି ଅନେକ ମହାନ୍ ଏବଂ ପ୍ରତିଭାବାନ କଳାକାର ମାନେ ଚଳିତ ବର୍ଷ, କରନା ସଙ୍କଟ ସମୟରେ ଏହି ଭଳି ଗମ୍ଭୀର ପରିସ୍ଥିତି ରେ ମୃତ୍ୟୁ ବରଣ କରି ସିନେମା ଜଗତ ଏବଂ ପ୍ରଶଂସକ ମାନଙ୍କୁ ଗଭୀର ଦୁଃଖ ପହଞ୍ଚାଇ ଅଛନ୍ତି।ତେବେ ୨୦୨୦ ବର୍ଷ ଯେମିତି ବଲିଉଡ କଳାକାରଙ୍କ ପାଇଁ ଏକ ପ୍ରକାର ଅଶୁଭ ଏବଂ କଳା ବର୍ଷ ହୋଇ ପଡିଛି।

କାରଣ ଏହିପରି ବଲିଉଡରେ ଗୋଟିଏ ପରେ ଗୋଟିଏ ଲୋକପ୍ରିୟ କଳାକାରଙ୍କ ମୃତ୍ୟୁ ହେଉଛି ଏବଂ ଏକ ଦୁଃଖର ବାତାବରଣ ମଧ୍ୟ ସୃଷ୍ଟି ହେବାରେ ଲାଗିଛି।

ସେହିଭଳି ଏବେ ପୁଣି ଏକ ବଡ଼ ଦୁଃଖଦ ଖବର ବଲିଉଡ୍ ଜଗତରୁ ସାମ୍ନାକୁ ଆସିଛି। ଆପଣ ମାନେ ଜାଣିଥିବା ଅନେକ ଫିଲ୍ମ୍ ରେ ଚମତ୍କାର ଅଭିନୟ କରିଥିବା ପ୍ରମୁଖ କଳାକାର ଆସିଫ ଆଉ ଆମ ଗହଣରେ ନାହାନ୍ତି।ଯାହା ଖବର ମିଳିଛି ଏହି ବଲିଉଡ ର ମହାନ୍ ଆକ୍ଟର ଆସିଫ୍‌ ବସରା ଆତ୍ମହତ୍ୟା କରିଛନ୍ତି।

ଯାହା ସମସ୍ତଙ୍କୁ ମର୍ମାହତ କରି ଦେଇଛି।ତେବେ ସୂଚନା ଅନୁସାରେ ହିମାଚଳ ପ୍ରଦେଶ ର କାଙ୍ଗଡା ଜିଲ୍ଲା ଅନ୍ତର୍ଗତ ଧର୍ମଶାଳାରେ ଅଭିନେତା ଆସିଫ ବସରା ନିଜ ଜୀବନ ହାରି ଦେଇଛନ୍ତି। ଯାହା ବାସ୍ତବରେ ଏକ ଦୁଃଖର ବିଷୟ। ଏଯାବତ୍ ଏହାର କାରଣ ସ୍ପଷ୍ଟ ହୋଇ ନାହିଁ।
ସେ କାହିଁକି ଏମିତି ଏକ ଚରମ ପଦକ୍ଷେପ ନେଲେ ଏବଂ ନିଜର ଜୀବନକୁ ହାରି ଦେଲେ ତାହାର କାରଣ ଏଯାଏ ଅସ୍ପଷ୍ଟ ରହିଛି।

ତେବେ ଘଟଣାସ୍ଥଳରୁ କୌଣସି ସୁଇସାଇଡ ନୋଟ ମଧ୍ୟ ମିଳିନାହିଁ। କାଙ୍ଗଡାର ଏସପି ବିମୁକ୍ତ ରଞ୍ଜନ ଏହି ମାମଲା ବିଷୟରେ ଜଣାଇଛନ୍ତି।ଏହି ଅଭିନେତାଙ୍କ ମୃତ୍ୟୁ ଖବର ମିଳିବା ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଁଚି ଶବ ଜବତ କରି ମାମଲାରେ ଛାନଭିନ ଆରମ୍ଭ କରିଥିଲେ।ଏହାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ଯାହା କୁହାଯାଉଛି ଗତ ୫ ବର୍ଷ ଧରି ସେ ଏକ ଭଡା ଘରେ ରହୁଥିଲେ ଏବଂ ତାଙ୍କ ସହିତ ତାଙ୍କର ଜଣେ ବିଦେଶୀ ମହିଳା ବନ୍ଧୁ ମଧ୍ୟ ରହୁଥିଲେ।

ଏବେ ତାଙ୍କର ଏହିଭଳି ଏକ ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ଜଣେ ଚମତ୍କାର କଳାକାର ଭାବରେ ଅଭିନେତା ଆସିଫ ବସରା ପରଜାନିଆ, କାଇ ପୋ ଚେ, ଓ୍ଵାନ୍ସ ଓପନ ଏ ଟାଇମ ଇନ ମୁମ୍ବାଇ, ହିଚକି, ବ୍ଲାକ ଫ୍ରାଇଡେ, କ୍ରିସ ୩, ଲମହା, ଏକ ଭିଲେନ, ମଞ୍ଜୁନାଥ, ଜବ ଓ୍ଵି ମେଟ ଭଳି ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି। ଏହା ବ୍ୟତୀତ ସେ ଅନେକ ଟିଭି ସିରିୟଲରେ ବି କାମ କରିଛନ୍ତି। ତାଙ୍କର ଅଭିନୟ ବାସ୍ତବରେ ଉଚ୍ଚ କୋଟୀର।

ହଟଷ୍ଟାର ରେ ପ୍ରସାରିତ ୱେବ୍ ସୀରିଜ୍ ହସଷ୍ଟେଜସ୍ ରେ ମଧ୍ୟ ସେ ଚମତ୍କାର ଅଭିନୟ କରିଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।